ଓଡ଼ିଶା

ଆମ ଗାଁ ଆମ ବିକାଶ : ଆଜି ୧୬୩ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୩୮.୮୬ କୋଟି ଟଙ୍କା ସମୁଦାୟ ୪, ୭୩୮ଟି ପଞ୍ଚାୟତ ପାଇଁ ୪୩, ୪୧୨ ପ୍ରକଳ୍ପ, ୧୦୭୩.୪୯ କୋଟି ଟଙ୍କା

ଭୁବନେଶ୍ୱର ୩.୧୦.୧୮(ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୮ଟି ବ୍ଲକ୍ ପାଇଁ ୩୮.୮୬ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍ ଗୁଡିକ ହେଲା – କେନ୍ଦୁଝର ଜିଲ୍ଲାର ଘଟଗାଁ ଓ ସହରପଡା, କେନ୍ଦ୍ରପଡ଼ା ଜିଲ୍ଲାର ପଟାମୁଣ୍ଡାଇ, ମୟୁରଭଞ୍ଜ ଜିଲ୍ଲାର ବେତନଟୀ ଓ ଖୁଣ୍ଟା, ରାୟଗଡା ଜିଲ୍ଲାର ମୁନିଗୁଡା, ସମ୍ବଲପୁର ଜିଲ୍ଲାର ନାଟିଦେଉଳ ଓ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ।। ଆଜି ମୁଖ୍ୟମନ୍ତ୍ରୀ ଘଟଗାଁ ବ୍ଲକର ୨୬ଟି ପଞ୍ଚାୟତ ପାଇଁ ୬.୦୧ କୋଟି ଟଙ୍କାରେ ୧୬୦ଟି ପ୍ରକଳ୍ପ, ସହରପଡା ବ୍ଳକର ୨୦ଟି ପଞ୍ଚାୟତ ପାଇଁ ୪.୮୦ କୋଟି ଟଙ୍କାରେ ୧୫୦ଟି ପ୍ରକଳ୍ପ, ପଟାମୁଣ୍ଡାଇ ବ୍ଲକର ୩୧ଟି ପଞ୍ଚାୟତ ପାଇଁ ୮.୧୧ କୋଟି ଟଙ୍କାରେ ୩୧୦ଟି ପ୍ରକଳ୍ପ, ବେତନଟୀ ବ୍ଳକର ୨୪ଟି ପଞ୍ଚାୟତ ପାଇଁ ୬ କୋଟି ଟଙ୍କାରେ ୨୬୯ଟି ପ୍ରକଳ୍ପ, ଖୁଣ୍ଟାର ବ୍ଳକର ୧୪ଟି ପଞ୍ଚାୟତ ପାଇଁ ୩.୫୦ କୋଟି ଟଙ୍କାରେ ୧୨୫ଟି ପ୍ରକଳ୍ପ, ମୁନିଗୁଡା ବ୍ଲକର ୧୭ ଟି ପଞ୍ଚାୟତ ପାଇଁ ୩ କୋଟି ଟଙ୍କାରେ ୧୮୭ଟି ପ୍ରକଳ୍ପ, ନାଟିଦେଉଳ ବ୍ଳକର ୧୪ଟି ପଞ୍ଚାୟତ ପାଇଁ ୩.୧୨ କୋଟି ଟଙ୍କାରେ ୧୫୭ଟି ପ୍ରକଳ୍ପ ଓ ଚିଲିକା ବ୍ଲକର ୧୭ଟି ପଞ୍ଚାୟତ ପାଇଁ ୪.୨୫ କୋଟି ଟଙ୍କାରେ ୧୨୨ ଟି ପ୍ରକଳ୍ପ – ଏହିପରି ସମୁଦାୟ ୮ଟି ବ୍ଳକ୍‌ର ୧୬୩ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୮.୮୬ କୋଟି ଟଙ୍କାରେ ୧୪୮୦ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। | ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୧୮ଟି ବ୍ଲକ୍‌ର ୪୭୩୮ଟି ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ସହିତ ଆଲୋଚନା ମାଧ୍ୟମରେ ୪୩, ୪୧୨ଟି ପ୍ରକଳ୍ପ ମଂଜୁର କରିଛନ୍ତି। ଏ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ୧୦୭୩.୪୯ କୋଟି ଟଙ୍କା ମଂଜୁର କରାଯାଇଛି। ସୂଚନାଯୋଗ୍ୟ ଯେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଂଜୁର କରୁଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନୁୟନ ଓ ସ୍ବଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି। ସୂଚନାଯୋଗ୍ୟ ଯେ ଆଜିର ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଜଣ୍ଡନ କହିଣୟ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top