ଓଡ଼ିଶା

ଆମ ଗାଁ ଆମ ବିକାଶ ଆଜି ୧୩୩ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୩୫.୯୩ କୋଟି ଟଙ୍କା: ସମୁଦାୟ ୫୨୭୬ଟି ପଞ୍ଚାୟତ ପାଇଁ ୪୮, ୭୩୩ ପ୍ରକଳ୍ପ, ୧୨୦୧.୦୪ କୋଟି ଟଙ୍କା

ଭୁବନେଶ୍ୱର ୯.୧୧ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫ ଟି ଜିଲ୍ଲାର ୫ଟି ବ୍ଲକ୍ ପାଇଁ ୩୫.୯୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍ ଗୁଡିକ ହେଲା: ନବରଙ୍ଗପୁର ଜିଲ୍ଲାର ରାଇଘର, ଯାଜପୁର ଜିଲ୍ଲାର ଦଶରଥପୁର, ବାଲେଶ୍ବର ଜିଲ୍ଲାର ବାଲିଆପାଳ, କଟକ ଜିଲ୍ଲାର ଟାଙ୍ଗୀଚୌଦ୍ବାର ଓ ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକ।

ଆଜି ମୁଖ୍ୟମନ୍ତ୍ରୀ ରାଇଘର ବ୍ଲକର ୨୬ଟି ପଞ୍ଚାୟତ ପାଇଁ ୭.୯୦୮ କୋଟି ଟଙ୍କାରେ ୩୪୯ଟି ପ୍ରକଳ୍ପ, ଦଶରଥପୁର ବ୍ଲକର ୩୫ଟି ପଞ୍ଚାୟତ ପାଇଁ ୧୦.୫୦ କୋଟି ଟଙ୍କାରେ ୪୮୦ଟି ପ୍ରକଳ୍ପ, ବାଲିଆପାଳ ବ୍ଳକର ୨୭ଟି ପଞ୍ଚାୟତ ପାଇଁ ୭.୨୯ କୋଟି ଟଙ୍କାରେ ୩୦୫ଟି ପ୍ରକଳ୍ପ, ଟାଙ୍ଗୀ ଚୌଦ୍ବାର ବ୍ଲକର ୨୪ଟି ପଞ୍ଚାୟତ ପାଇଁ ୫.୭୩ କୋଟି ଟଙ୍କାରେ ୩୫୦ଟି ପ୍ରକଳ୍ପ ଓ ବିରିଡ଼ି ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୪.୫୦ କୋଟି ଟଙ୍କାରେ ୨୩୮ଟି ପ୍ରକଳ୍ପ, ମଞ୍ଜୁର କରିଛନ୍ତି।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୪୧ଟି ବ୍ଳକ୍‌ର ୫୨୭୬ଟି ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ସହିତ ଆଲୋଚନା ମାଧ୍ୟମରେ ୪୮, ୭୩୩ଟି ପ୍ରକଳ୍ପ ମଂଜୁର କରିଛନ୍ତି। ଏ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ୧୨୦୧.୦୪ କୋଟି ଟଙ୍କା ମଂଜୁର କରାଯାଇଛି। ସୂଚନାଯୋଗ୍ୟ ଯେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରୁଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନୁୟନ ଓ ସ୍ବଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି। ସୂଚନାଯୋଗ୍ୟ ଯେ ଆଜିର ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top