ଜିଲ୍ଲା ପରିକ୍ରମା

ଆମ ଗାଁ ଆମ ବିକାଶ ଅଭିଯାନ ଆରମ୍ଭ

 

ଖଡିଆଳ/ନୂଆପଡା-୨୨.୦୩.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବ୍ଲକ ଭୁଲିଆ ସିକୁଆଁ ଗ୍ରାମ ପଂଚାୟତଠାରେ ପ୍ରଥମ କରି ସରକାରଙ୍କ ଆମ ଗାଁ ଆମ ବିକାଶ ଅଭିଯାନ ଆରମ୍ଭ ହୋଇଛି । ଆଜି ମାନ୍ୟବର ମୂଖ୍ୟ ମନତ୍ରୀ ନବିନ ପଟନାୟକ ସିଧାସଳଖ ଭାବେ ଭୁଳିଆ ସିକୁଆଁ ଗ୍ରାମପଂଚାୟତର ଜନସାଧାରଣଙ୍କ ସହ ସିଧାସଳଖ ଭାବେ ଭିଡିଓ କନଫେରନସିଂ ମାଧ୍ୟମରେ ଆଲୋଚନା କରିଥିଲେ । ଏହି ଅବସରରେ ନୂଆପଡା ଜିଲାପାଳ ଡା.ପୋମା ଟୁଡୁ, ପିଡି ବୃଷଭ ନାଏକଙ୍କ ସମେତ ସ୍ଥାନିୟ ଜନପ୍ରତିନିଧିମାନେ ଓ ସ୍ଥାନିୟ ଶହ ଶହ ଜନସାଧାରଣ ଉପସ୍ଥିତ ଥିଲେ ।ପ୍ରଥମେ ଭୁଲିଆ ସିକୁଆଁ ଗ୍ରାମ ପଂଚାୟତର ସରପଂଚ ନନ୍ଦଲାଲ ପାଣ୍ଡେ ମୂଖ୍ୟମନତ୍ରୀଙ୍କ ସମ୍ମୁଖରେ ପଂଚାୟତରେ ଲାଗିରହିଥିବା ବିଭିନ୍ନ ସମସ୍ୟା ସଂପର୍କିତ ୬ ଗୋଟି ପ୍ରକଳ୍ପକୁ ପଠନ କରିବା ସହ ତୁରନ୍ତ ଅନୁଦାନ ମଂଜୁରୀ ପାଇଁ ନିବେଦନ କରିଥିଲେ । ଏହାପରେ ମୂଖ୍ୟମନତ୍ରି ତୁରନ୍ତ ମୋଟ ୩୦ଲକ୍ଷ ଟଙ୍କାରେ ୬ଗୋଟି ପ୍ରକଳ୍ପକୁ ମଂଜୁରି ପ୍ରଦାନ କରିବା ସହ ତୁରନ୍ତ କାମ ଆରମ୍ଭ କରିବା ପାଇଁ ଜିଲାପାଲଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହାପରେ ଭୁଳିଆ ସିକୁଆଁ ଗ୍ରାମପଂଚାୟତର ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରି ଖେଳିଯିବା ସହ ମୂଖ୍ୟ ମନତ୍ରୀଙ୍କୁ ଅଶେଷ କୃତଗ୍ୟଂତା ଜଣେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top