ଆମ ଗାଁ ଆମବିକାଶର ନଗ୍ନ ଚିତ୍ର

ରାୟଗଡା ତା-୧୦/୦୭/୨୦୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ଆମ ଗାଁ ଆମବିକାଶ କାର୍ଯ୍ୟକ୍ରମ ଆଜି ରାୟଗଡା ସହର ତେଜସ୍ଵୀ ହଟେଲ ସାମନା ପଡିଆରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାୟଗଡା ବ୍ଲକର ୨୮ଟି ପଞ୍ଚାୟତର ସରପଞ୍ଚ ଓ ବିଭିନ୍ନ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ କାର୍ଯ୍ୟକ୍ରମରେ ଭାଗନେଇ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦୦୦ଲୋକ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧା ସଳଖ ଗାଁ ଲୋକ ସହ କଥା ହୋଇଥିଲେ। ଗ୍ରାମର ପ୍ରତିନିଧିମାନେ ଗ୍ରାମର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ରାୟଗଡା ସଦର ବ୍ଲକ ର ୨୮ଟି ପଞ୍ଚାୟତ ପାଇଁ ୧୬୧ ଯୋଜନା ପାଇଁ ୫କୋଟି ୮୭ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ମଞ୍ଜୁର କରିଥିଲେ। ଏହି କାର୍ଯ୍ୟକ୍ରମରେ ସାସଂଦ ଝିନ୍ନ ହିକକା, ରାଜ୍ୟସଭା ସାସଂଦ ଏନ ଭାସ୍କର ରାଓ, ରାୟଗଡା ବିଧାୟକ ଲାଲବିହାରୀ ହିମିରିକା, ଜିଲ୍ଲା ପର୍ଯ୍ଯବେକ୍ଷକ ସଞ୍ଜୟ ଦାସବର୍ମା, ବ୍ଲକ ଅଧକ୍ଷ ରାମୁଲୁ ପେଦେଣ୍ତି ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝୀ ଯୋଗ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀମତୀ ଗୁହାପୁନମ ତାପସ କୁମାର ପରିଚାଳନା କରିଥିଲେ।

ବିଡମ୍ବନା ବିଷୟ ଏହିକି ଯେ ଆଜି ସକାଳ ଠାରୁ ରାୟଗଡା ବସଷ୍ଟାଣ୍ଡରେ ବିଭିନ୍ନ ଯାତ୍ରୀ ହଟହଟା ହେବାକୁ ପଡିଥିଲା କାରଣ ଅଧିକାଂଶ ବେସରକାରୀ ବସ ଗୁଡିକ ଆରଟିଓ ମହାଶୟ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଗାଁକୁ ଯାଇ ଲୋକ ଆଣିଥିଲା। ତେଣୁ ଯାତ୍ରୀଙ୍କୁ ହଇରାଣ ହେବାକୁ ପଡ଼ିଥିଲା। ଅନ୍ୟ ପଟେ ଏହି କାର୍ଯ୍ୟକ୍ରମ ପାଇଁ ସଦର ବ୍ଲକର ବିଭିନ୍ନ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ବନ୍ଦ କରାଯାଇଛି। ଯେଉଁ ଅଙ୍ଗନବାଡ଼ି କର୍ମୀ ପଚାରିଲେ କହୁଛନ୍ତି ସୁପରଭାଇଜର ମହାଶୟାଙ୍କ ନିର୍ଦ୍ଦେଶ ଯେ ଗାଁର ସ୍ବୟଂ ସହାୟକ ଗୋଷ୍ଠୀ ମାଆ ମାନଙ୍କୁ ନେବୁ ରାୟଗଡା ଯଥା ବଡ଼ଇରୁକୁବାଡି, ଚମ୍ପିକୋଟା, ଗାଜିଗାଁର ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଛି। କେବଳ ଗୋଟିଏ କେନ୍ଦ୍ର ଖଲାଯାଇଥିଲା ଟୋକିପାଡୁ କେନ୍ଦ୍ର ସେଠାର କର୍ମୀ କହିଥିଲେ ଯେ ମୁଁ ମଧ୍ୟ ଯିବାର ଥିଲା ଆଜ୍ଞା କ୍ଷମାକରିବେ ମୋର ଛୋଟ ପିଲା ଏତେ ଗହଳିରେ ନେବାକୁ ଅସୁବିଧା ହେବ ବୋଲି ଗଲିନାହିଁ। ତେଣୁ କେନ୍ଦ୍ର ଖୋଲି ପିଲାଙ୍କୁ ପାଠପଢାଉଛି ବୋଲି କହିଥିଲେ। ଏହି ବନ୍ଦ ରହିଥିବା କେନ୍ଦ୍ର ଗୁଡିକ କୁନିକୁନି ପିଲାଙ୍କ ରନ୍ଧା ଖାଦ୍ୟ ଆଜି ଦିଆଗଲା ନାହିଁ। କୁନି ପିଲାଙ୍କୁ ରନ୍ଧା ଖାଦ୍ୟରୁ ବଞ୍ଚିତ କରାଗଲା ସେଥିପାଇଁ ଦାୟୀ କିଏ ? ବର୍ତ୍ତମାନ ରାୟଗଡା ସଦର ବ୍ଲକରେ କେଉଁ କେଉଁ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଥିଲା। ସେଗୁଡିକ ତଦନ୍ତ ସାପେକ୍ଷ ସେ କର୍ମୀଙ୍କୁ କିଏ କହିଥିଲେ ତାଙ୍କ ଉପରେ କଣ କାର୍ଯ୍ଯାନୁଷ୍ଟାନ ହେଉଛି ଦେଖିବାକୁବାକି ରହିଲା। ଏହି ଅଙ୍ଗନବାଡି କେନ୍ଦ୍ର ସମ୍ପର୍କରେ ଅତିରିକ୍ତ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ସନ୍ତଲାଲ ଦିପଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏ ସମ୍ପର୍କରେ ଆମର ଅବଗତ ନାହିଁ। ଆମକୁ କେହି କିଛି କହିନାହାନ୍ତି। ତାଙ୍କର କିଛି ବ୍ୟକ୍ତିଗତ କାମ ଥିବ କହି କଥାଟିକୁ ଅତି ହାଲୁକା ଭାବରେ ନେଇ ହସିଦେଇ ଚୁପ ରହିଗଲେ। ଏହା କଣ ଗାଁର ବିକାଶ ନା ପ୍ରଶାସନିକ ଅଧିକାରୀ ନେତାଙ୍କ ପାଖରେ ବିକାଶର ଛବି ଦେଖାଇବା।

Leave a Reply

Your email address will not be published. Required fields are marked *