ଆମ ଓଡ଼ିଶା ସାହିତ୍ୟ ଘର ପକ୍ଷରୁ ସ୍ୱାଭିମାନ ଦିବସ

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ୧୭୧ ତମ ଜନ୍ମଜୟନ୍ତୀ ଅବସରରେ ଆମଓଡ଼ିଶା ଓ ସାହିତ୍ୟଘର ପକ୍ଷରୁ ସ୍ୱାଭିମାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଦୁଇଟି ଅଧିବେଶନରେ ପାଳିତ ହୋଇଥିବା ବେଳେ ପ୍ରଥମ ଅଧିବେସନ ସାହିତ୍ୟ ଏକାଡ଼େମୀର ସଦସ୍ୟ ଇଂ ଅଭୟ ସୂତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ଅବସରପ୍ରାପ୍ତ ଅଧ୍ୟାପକ ଅଟଳ ବିହାରୀ ନାୟକ ଓ ଡ଼. କ୍ଷୀରୋଧ ଚନ୍ଦ୍ର ମଲ୍ଲିକ, ସମାଜସେବୀ ଲଲାଟେନ୍ଦୁ ମହାନ୍ତି, ଆଇନ୍ଜୀବି ଦିବ୍ୟସିଂ ନାୟକ, ଜିଲ୍ଲା ସୂଚନା ଅଧିକାରୀ ଗୋଲଖ ବେହେରା, ଭଦ୍ରକ କଲେଜର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା, ଶୀଳ୍ପୋଦ୍ୟୋଗୀ ତଥା ସମାଜସେବୀ ସଞ୍ଜିବ୍ ମଲ୍ଲିକ୍ ମଂଚାସୀନ ଅତିଥିଭାବେ ଯୋଗଦେଇ ଉତ୍କଳ ଗୋରବ ଶ୍ରୀ ଦାସଙ୍କ ସ୍ମୃତିଚାରଣ କରିଥିଲେ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ବିଜେପି ପୂର୍ବତନ ଜିଲ୍ଲାସଭାପତି ଅକ୍ଷୟ କୁମାର ସାହୁ, ଓଡ଼ିଶା ସାମ୍ବାଦିକ ସଂଘ ଜିଲ୍ଲାସଭାପତି ଜ୍ଞାନପ୍ରକାଶ ପାଣି, କବି ନିର୍ମଳ ରାଉତ, କମଳାକାନ୍ତ ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସେହିପରି ଦ୍ୱିତୀୟ ଅଧିବେସନରେ କବି ମୁକ୍ତିକାନ୍ତ ମଲ୍ଲିକଙ୍କ ସଂଯୋଜନାରେ କବିତାପାଠୋତ୍ସବ ଓ ଗାଳ୍ପିକ ଶ୍ରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହରିଣ ନ ଦିଏ ଧରା ବିଷୟ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଡ଼. ହରେକୃଷ୍ଣ ନାୟକ, ନିର୍ମଳ ରାଉତ ପ୍ରମୁଖ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ଜିଲ୍ଳା ମୁଖ୍ୟ ସଂଯୋଜକ ଡ଼. ହରିହର ନାୟକ ଓ ସଂଯୋଜକ ଅଧ୍ୟାପକ ନିହାର ରଞ୍ଜନ କର ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ସଭାରେ ବହୁମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *