ଓଡ଼ିଶା

ଆମ ଓଡ଼ିଶା ଓ ବିଜଦର ବହୁ ନେତୃମଣ୍ଡଳୀ କଂଗ୍ରେସରେ ଯୋଗଦେଲେ

ଭୁବନେଶ୍ୱର ତା ୮.୭ (ଓଡ଼ିଆ ପୁଅ)- ଆଜି କଟକ ନଗର ଜିଲା କଂଗ୍ରେସ ସଭାପତି ମହମ୍ମଦ ମୋକିମ୍ଙ୍କ ପ୍ରଚେଷ୍ଟାରେ କଟକରୁ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତା ନିଜ ନିଜର ଦଳତ୍ୟାଗ କରି କଂଗ୍ରେସ ଦଳରେ ଯୋଗଦେଇଛନ୍ତି। ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସମସ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରି ଦଳରେ ଗ୍ରହଣ କରିନେଇଛନ୍ତି। ଏହି ନେତୃବୃନ୍ଦମାନଙ୍କର ଯୋଗଦାନ ଫଳରେ କଂଗ୍ରେସ ଆହୁରି ସୁଦୃଢ଼ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋକିମ୍ କହିଲେ ଯେ ଆଜି ଯେଉଁମାନେ ଏଠାରେ ଉପସ୍ଥିତ ଅଛନ୍ତି ସମସ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱପ୍ରତି ଦୃଢ଼ ଆସ୍ଥା ପ୍ରକଟ କରି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଆମ ଓଡ଼ିଶା ଦଳର ରାଜ୍ୟ ଯୁବ ଶାଖା କାର୍ଯ୍ୟକାରୀ ସଭାପତି ୱାଲିଦ ପଟେଲଙ୍କ ନେତୃତ୍ୱରେ ବିଭୁତି ଭୁଷଣ ଜେନା, ବ୍ରଜକିଶୋର ସାହୁ, ଅନ୍ତର୍ଯ୍ୟାମୀ ପ୍ରଧାନ, ହବିବ୍ଖାନ, ମିନତୀ ଦାସ, ଲକ୍ଷ୍ମିପ୍ରିୟା ହାତୀ, ଅନିତା ମହାରଣା, ସେକ୍ ନଇମଙ୍କ ସମେତ ଶତାଧିକ କର୍ମୀ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ଯୋଗଦେଇଥିଲେ। ସେହିପରି ବିଜୁ ଜନତା ଦଳର ସଦସ୍ୟା ବରିଷ୍ଠ ଆଇନଜୀବି ପ୍ରାକ୍ତନ କର୍ପୋରେଟର ଶ୍ରୀମତୀ ଭାରତୀ ଦାଶ, କଟକ ମହାନଗର ଛାତ୍ର ବିଜେଡ଼ିର ସମ୍ପାଦକ ରାହୁଲ କୁମାର ନାୟକ ଏବଂ ଭୁବନେଶ୍ୱର ଟ୍ୟାକ୍ସବାର ଆସୋସିଏସନ ଉପସଭାପତି ଆଇନ୍ଜୀବି ପ୍ରଶାନ୍ତ ଶତପଥି ସେମାନଙ୍କର ଶତାଧିକ ସମର୍ଥକ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଥିଲେ। କଂଗ୍ରେସ ଦଳ ରାଜ୍ୟର ଉନ୍ନତିରେ ଏକମାତ୍ର ବିକଳ୍ପ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାପାଇଁ ଆମ୍ଭେମାନେ କଂଗ୍ରେସରେ ଯୋଗଦେଇଛୁ ବୋଲି କଂଗ୍ରେସରେ ଯୋଗଦେଇଥିବା ନେତୃବୃନ୍ଦ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ବିଶ୍ୱଜିତ୍ ଦାସ, ଗିରିବାଳା ବେହେରା, ନିକୁଞ୍ଜ ପଶାୟତ, ପଦ୍ମାକର ଗୁରୁ, ଅଶୋକ ସାମଲ ପ୍ରମୁଖ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟର ପୂର୍ବତନ କାର୍ଯ୍ୟାଳୟ ସଂପାଦକ ଶ୍ରୀ ବାନାମ୍ବର ପାତ୍ରଙ୍କ ବିୟୋଗରେ ଶୋକପ୍ରକାଶ କରାଯାଇ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top