ଆମ ଆଦମୀ ପାର୍ଟିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ରାୟଗଡା ତା-୦୧/୦୬/୨୦୧୮ (ଓଡ଼ିଆ ପୁଅ/ ରବୀନ୍ଦ୍ର ପାଟଖଣ୍ଡାଳ) ଆମ ଆଦମୀ ପାର୍ଟି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ। ରାୟଗଡା ଜିଲ୍ଲା ଆମ ଆଦମୀ ପାର୍ଟିର ଜିଲ୍ଲା ଆବାହକ ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ୱରେ ଶତାଧିକ ଆପ୍ କର୍ମୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ନାନାବାଜି କରିଥିଲେ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଞ୍ଚ ଦଫା ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ରରେ ଉଲ୍ଲେଖ ଅଛି ଯେ ସହରର ବସ୍ତି ବାସିନ୍ଦାଙ୍କୁ ଘର ପଟା,  ଜିଲ୍ଲାର ସମସ୍ତ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟା, ବୃଦ୍ଧ, ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗଙ୍କୁ ମାସିକ ଭତ୍ତା ବୃଦ୍ଧି କରି ୧୦୦୦ ଟଙ୍କା ଏବଂ ଦୈନିକ ମଜୁରୀ ଶ୍ରମିକଙ୍କୁ ୫୧୩ ଟଙ୍କା ଦେବା ସମନ୍ଧେ ଉଲ୍ଲେଖ ରହିଛି। ଏହା ସହ ପ୍ରତ୍ୟେକ ପରିବାର ବ୍ଯକ୍ତି ଗତ ଆବେଦନ କରିଥିଲେ ଯେ ସେମାନଙ୍କ ମୌଳିକ ଅଧିକାରକୁ ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ସହରର ସମସ୍ତ ଗରୀବ ବୃଦ୍ଧା, ଶ୍ରମିକ ଓ ଆଦିବାସୀ ମାନଙ୍କୁ ନେଇ ନବୀନ ନିବାସ ଘେରାଉ କରାଯିବ ବୋଲି ମନ୍ତବ୍ୟ ଦେଇଥିଲେ। ଏହି ଘେରାଉ ରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆପ୍ କର୍ମୀ ମାନେ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *