ଜିଲ୍ଲା ପରିକ୍ରମା

ଆମ୍ ପୁଲିସ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ଶିବିର

ପୁରୀ:୨୯/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଲା ପୁଲିସ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ସେବା ଶିବିର ପୁଲିସ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସେବାୟନ ଡାଇବେଟିକ୍ ସେଣ୍ଟର ଓ ଭାରତ ଯୋଗକେନ୍ଦ୍ର ସହଯୋଗୀତା କରିଥିଲେ। ଶିବିରରେ ୮୦ଜଣ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଶିବିରାର୍ଥୀମାନଙ୍କର ଫାଷ୍ଟିଂ ସୁଗାର ପରୀକ୍ଷା, ରକ୍ତଚାପ ପରୀକ୍ଷା କରାଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ବରିଷ୍ଠ ଡାଇବେଟିସ୍ ରୋଗ ବିଶେଜେ୍ଞ ଡକ୍ଟର ହରିବଲ୍ଲଭ ମହାପାତ୍ର, ଡକ୍ଟର ଅମିତ୍ ପଣ୍ଡା, ଡକ୍ଟର ସନନ୍ତ ମହାପାତ୍ର ପ୍ରମୁଖ ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ଭାରତ ଯୋଗକେନ୍ଦ୍ର ପକ୍ଷରୁ ମଧ୍ୟ ବରିଷ୍ଠ ନାଗରିକମାନଙ୍କୁ ଯୋଗଶିକ୍ଷା ଦିଆଯାଇଥିଲା। ରିଜର୍ଭ ପୁଲିସ ଲାଇନ୍ ସମ୍ମିଳନୀ କକ୍ଷରେ ଆମ୍ ପୁଲିସ ବରିଷ୍ଠ ନାଗରିକ ସେଲ୍ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା। ଏସ୍ ପି ସାର୍ଥକ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ବରିଷ୍ଠ ନାଗରିକଙ୍କ ସେବାରେ ପୁଲିସ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁଛି। ସେମାନଙ୍କ ସମସ୍ୟା ସମାଧାନ ପାଇଁ ପ୍ରତ୍ୟେକ ଥାନାରେ ଜଣେ ଲେଖାଏଁ କମ୍ୟୁନିଟି, ରିଲେସନ୍ ସିପ୍ ଅଧିକାରୀ ରଖାଯାଇଛି। ବରିଷ୍ଠ ନାଗରିକମାନଙ୍କ ପାଇଁ ୬ଟି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଅଧିକାରୀମାନେ ବରିଷ୍ଠ ନାଗରିକମାନଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ। ଏହି ଅବସରରେ ୮୦ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍ ପି ଧିରେନ୍ ନନ୍ଦ, ଗାଗାରିନ୍ ମହାନ୍ତି, ଡିଆଇଭି ଡିଏସ୍ ପି ଉମାକାନ୍ତ ମଲ୍ଲିକ, ଆରଆଇ ଚନ୍ଦ୍ରଶେଖର ଦାସ, ଡକ୍ଟର ହରିବଲ୍ଲଭ ମହାପାତ୍ର ଏବଂ ରମାବଲ୍ଲଭ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top