ଆମ୍ଭକୁ ଗହମ ନୁହେଁ ଚାଉଳ ଦିଅ ଆମ୍ବଲିପୁଟ ଗ୍ରାମବାସୀଙ୍କ ଦାବି

କୋରାପୁଟ ୨୧/୦୮ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଆମ୍ବଲିପୁଟ ଗ୍ରାମବାସୀମାନେ ଗହମ ନୁହେଁ ଚାଉଳ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିବା ଜଣାପଡିଛି।ଉକ୍ତ ଗ୍ରାମରେ ୧୯୦ ପରିବାର ରହୁଥିବା ବେଳେ ଜଗନ୍ନାଥ ବିଡିକା , ଗୋପୀନାଥ ବିଡିକା , ରେଙ୍ଗା ବିଡିକା , ସଂଜିବ ବିଡିକା ଏହିଭଳି ୨୫ ଜଣଙ୍କୁ କାର୍ଡ ମିଳିଛି କିନ୍ତୁ ସେମାନଙ୍କୁ ଗହମ ଦିଆଯାଉଥିବା ବେଳେ ଚାଉଳ ପ୍ରଦାନ କରିବା ନିମନ୍ତେ ଗୋପୀନାଥ ଓ ଅନ୍ୟ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟିବାକୁ କୋରାପୁଟ ଆସିଥିଲେ। କିନ୍ତୁ ଜିଲ୍ଲାପାଳ ସଦର ମହକୁମାରେ ନ ଥିବାରୁ ସହକାରୀ ଯୋଗାଣ ଅଧିକାରୀ ଗଣେଶ୍ୱର ଚୈାଧୁରୀଙ୍କୁ ଭେଟିବା ପରେ ଉପଜିଲ୍ଲାପାଳ କୃତିବାସ ରାଉତଙ୍କୁ ଭେଟି ଦାବି ଜଣେଇଥିଲେ।ଦାବି ଲେଖିକରି ଅଫିସରେ ପ୍ରଦାନ କର ତା ପରେ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ରାଉତ ପ୍ରକାଶ କରିଥିଲେ।ଗ୍ରାମର ଅମିନ ବିଡିକା , ମାଲି ବିଡିକା , ମାରିକା ହିକକା , ଲୋକନାଥ ବିଡିକା , ଦୋରା ବିଡିକା , କତନା ବିଡିକା , ଭରତ ହିକକା , ପନ୍ନି କଂଚକା ପ୍ରମୁଖଙ୍କୁ କାର୍ଡ ମିଳି ନ ଥିବା ଗୋପୀନାଥ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *