ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଜୟନ୍ତୀ ଉତ୍ସବ ପାଳନ

ଭୁବନେଶ୍ୱର-୨୮/୪ (ଓଡ଼ିଆ ପୁଅ) ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନାର ଅଖିଳ ଭାରତୀୟ ଅନୁସୂଚିତ ଜାତି ଓ ଜନଜାତି ରେଲୱେ କର୍ମଚାରୀ ସଂଘ ସୌଜନ୍ୟରେ ସଂଘ କାର୍ଯ୍ୟାଳୟ ପରିସରରେ ଗତ ୨୬ ତାରିଖରେ ବାବା ସାହେବ ଡ଼ଃ ଭୀମ୍ ରାଓ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ପ୍ରଫେସର ପୁର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ଦ୍ୱାରା ଉଦ୍ ଘାଟିତ ହୋଇ ଯାଇଛି। ଏହି ଉତ୍ସବରେ ସମାଜସେବୀ ଶ୍ରୀ ଅବଦୁଲ ଅଲ୍ଲୀ, ସଂଘର ଜୋନାଲ ସଭାପତି, ଶ୍ରୀ ଅନନ୍ତ ଚନ୍ଦ୍ର ବେହେରା, ମଞ୍ଚେଶ୍ୱର କାରଖାନା ସମ୍ପାଦକ ସର୍ବଶ୍ରୀ ଗଣେଶ କୁମାର ସେଠୀ, ଶଶୀକାନ୍ତ ଖଣ୍ଡେଇ, କାର୍ତ୍ତିକ ଚନ୍ଦ୍ର ମଲିକ, ରାଜୁ ନାୟକ, ଦୁଲ୍ଲଭ ବେହେରାଙ୍କ ସମେତ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ଉପେନ୍ଦ୍ର ଭଞ୍ଜମଣ୍ଡପ ଠାରେ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇ ଆମ୍ବେଦକରଙ୍କ ୧୨୬ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା। ଏହି ସଭାରେ ମୁଖ୍ୟ କାରଖାନା ମ୍ୟାନେଜର୍ ଶ୍ରୀ ମାନସ ରଞ୍ଜନ ପୋଦ୍ଧାର ମୁଖ୍ୟ ଅତିଥି, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ମୁଖ୍ୟ ବକ୍ତା, ଶ୍ରୀ ସୋମନାଥ ହାସଂଦା ରେଲୱେ ରେକ୍ୟୁଟମେଣ୍ଟ ବୋର୍ଡ଼ ସେକ୍ରେଟେରୀ, ଅବଦୁଲ ଅଲ୍ଲୀ ରିପବ୍ଳିକାନ୍ ପାର୍ଟିସଭାପତି ଓ ସଂଜିବ କୁମାର ସେଠୀ ସମ୍ମାନୀତ ଅତିଥି ରୂପେ ଯୋଗ ହେଇଥିଲେ। ପୂର୍ବତଟ ରେଲୱେର ଜୋନାଲ ସଭାପତି ଅନନ୍ତ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଶ୍ରୀ ଗଣେଶ କୁମାର ସେଠୀ ବିବରଣୀ ଉପସ୍ଥାପନ କରିଥିଲେ। ଅତିଥି ମାନେ ଆମ୍ବେଦକରଙ୍କ ସ୍ମୃତିଚାରଣ କରିବା ସହିତ ଆଜିର ଦିନରେ ତାଙ୍କ ଜୀବନୀ ଓ ଦର୍ଶନର ପ୍ରାସଙ୍ଗିକତା ବୁଝାଇ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଆହ୍ୱାନ ଦେଇଥିଲେ। ଶ୍ରୀମତୀ ଶାନ୍ତିପ୍ରିୟା ମଲ୍ଲିକ୍ ଓ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ବେହେରା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ଏବଂ ଶ୍ରୀ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ। ସଭାକାର୍ଯ୍ୟ ପରିଚାଳନାରେ କିସନ ପାଲ, ଗୌତମ ମଲ୍ଲିକ୍ , ଗୁରୁ ଚରଣ ହେମ୍ବ୍ରମ୍ , ଅନନ୍ତ ମୁର୍ମୁ ଓ ରଞ୍ଜନ କୁମାର ନାଏକ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *