ମାଲକାନଗିରି,, ୭ା୯(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଗଞ୍ଜେଇ ଚାଷ ଓ ଚୋରାଚାଲାଣର ଭୁସ୍ୱର୍ଗ ପାଲଟିଛି, ଚୋରା ଗଞ୍ଜେଇ ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି, ପୁଲିସର ଧରପଗଡ ଚାଲିଥିବାରୁ ଚାଲାଣକୀରିମାନେ ଅଭିନବ ଉପାୟରେ ଆମ୍ବୁଲାନ୍ସରେ ଗଞ୍ଜେଇ ବୋଝେଇ କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଆଜି ମୁଦୁଲିପଡା ଥାନା ପୁଲିସକୁ ଏକ ବଡଧରଣର ସଫଳତା ମିଳିଛି। ଚୋରା ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଗୋଟିଏ ଆମ୍ବୁଲାନ୍ସ ଓ ଗୋଟିଏ ପିକକ ଭ୍ୟାନ ୧୦୩ କେଜି ଗଞ୍ଜେଇ ଜବତ ସହ ୫ ଜଣଙ୍କୁ ଗିରଫ କରିଛନ୍ତି। ଏସଡିପିଓ ମାନସରଞ୍ଜନ ବାରିକଙ୍କ ନେତୃତ୍ୱରେ ମୁଦୁଲୁପଡା ଥାନା ଅଧିକାରୀ ଯୁଗଳ କୁମାର ଶବର ଓ ଅନ୍ୟାନ୍ୟ ପୁଲିସ ସଦଳବଳ ଆଜି ଭୋରୁ ୩.୩୦ ମନିଟରେ ୪୭ ନମ୍ବର ରାଜ୍ୟ ରାଜପଥ ପୋଡା ଘାଟ ରାସ୍ତାରେ ପେଟ୍ରୋଲିଂ ସହ ଯାନ ବାହନ ଯାଞ୍ଚ କରୁଥିବା ସମୟରେ ଏକ ଆମ୍ବୁଲାନ୍ସ ଦୃତଗତିରେ ସେହି ରାସ୍ତାରେ ପଳାଇଥିଲା। ଉକ୍ତ ଗାଡିଟିକୁ ଗୋଡାଇ ଜଙ୍ଗଲ ରାସ୍ତାରେ ଧରିଥିଲେ। ପୁଲିସଙ୍କୁ ଦେଖି ଗାଡିରୁ ଜଣେ ବ୍ୟକ୍ତି ଘଞ୍ଚ ଜଙ୍ଗଲକୁ ପଳାଉଥିବା ସମୟରେ ପୁଲିସ ତାକୁ କାବୁ କରି ନେଇଥିଲେ। ଆମ୍ବୁଲାନ୍ସ ଖାନତଲାସି କରିବାରୁ ସେଥିରେ ରୋଗୀ ବଦଳରେ ୩ଟି ବଡ ବଡ ପ୍ଲାଷ୍ଟିକ ବସ୍ତାରେ ଗଞ୍ଜେଇ ପ୍ୟାକେଟ ବୋଝେଇ ହୋଇ ରହିଥିଲା।
ପରେ ଆଉଏକ ପିକଅପ ଭ୍ୟାନ ଉକ୍ତ ଆମ୍ବୁଲାନ୍ସ କୁ ସୁରକ୍ଷା ଯେଗାଇବା ପାଇଁ ପଛରେ ଆସୁଥିବା ବେଳେ ତାକୁ ମଧ୍ୟ ପୁଲିସ ଧରିଦେଇଥିଲେ। ଭ୍ୟାନରେ ବସିଥିବା ୪ଜଣଙ୍କୁ ପୁଲିସ ଗିରଫ କରି ଥିଲେ। ଆମ୍ବୁଲାନ୍ସ ଓ ଭ୍ୟାନ ସହ ୫ଜଣଙ୍କୁ ଖଇରପୁଟ ବ୍ଲକରେ ଥିବା ମୁଦୁଲିପଡା ଥାନାକୁ ନେଇ ପଚରା ଉଚରା କରିବାରୁ ସବୁ ସତକଥା ପଦାକୁ ଆସିଥିଲା। ନୁଆ ଦିଲ୍ଲୀର ରଜତ ଜୟନ୍ତ ହାଲଦାର (୨୪), ମୁକେଶ କୁମାର ଚୋରାସିୟା (୨୬), ଅନୁପ କୁମାର (୨୭), ରାୟଗଡା ଜିଲ୍ଲା ଜେକେ ରୋଡର ମୁନା କୁମାର ଯାଦବ (୨୨), ମାଲକାନଗିରି ସୋମନାଥ ପୁର ଗ୍ରାମର ବୁଦୁ ଖେମୁଡୁ ଏମାନେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ଗଞ୍ଜେଇ କେଜି ୧୭ଶହ ଟଙ୍କାରେ କିଣି ଆଣି ତାହାକୁ ବିହାରକୁ କେଜି ପ୍ରତି ୧୨ହଜାର ଟଙ୍କାରେ ବିକ୍ରି କରିବାକୁ ନେଉଥିଲେ। ପୁଲିସ, ଅବକାରି ବିଭାଗ କବଳରୁ ରକ୍ଷାପାଇବା ପାଇଁ ସେହି ଗଞ୍ଜେଇ ଗୁଡିକୁ ଆମ୍ବୁଲାନ୍ସ ଗାଡିରେ ଚାଲାଣକରୁଥିଲେ। ଉକ୍ତ ଆମ୍ବୁଲାନ୍ସଟି ଦୁର୍ଘଟଣା ଘଟି ରାସ୍ତରେ ଅଟକି ରହିଯାଇଥିବାରୁ, ପଛରେ ପିକ ଅପ ଭ୍ୟାନ ସେମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଯାଉଥିଲା ବୋଲି ସେମାନେ ପୁଲିସ ନିକଟରେ କହିଛନ୍ତି ଆଜି ସକାଳେ ମୁଦୁଲିପଡା ଥାନାରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ପୁଲିସ ଉକ୍ତ ଗଞ୍ଜେଇ ପ୍ୟାକେଟ ଗୁଡିକୁ ଖୋଲି ଓଜନ କରିଥିଲେ, ସେଥିରୁ ମିଳିଥିବା ୧ କ୍ୱିଟାଂଲ ୨ କେଜି ୭୦୦ ଗ୍ରାମ ଉନ୍ନତ ମାନର ଗଞ୍ଜେଇ ଯହାର କି ବଜାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କାରୁ ଉର୍ଦ୍ଦ ହେବ ବୋଲି ଜଣାପଡିଛି। ଗିରଫ ୫ଜଣ ଗଞ୍ଜେଇ ଚାଲାଣକାରିଙ୍କୁ ମୁଦୁଲିପଡା ଥାନା ପୁଲିସ ଆଜି ମାଲକାନଗିରି କୋର୍ଟକୁ ଚାଲାଣ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଚୋରା ଗଞ୍ଜେଇ ବେପାରିଙ୍କ ଭୁସ୍ୱର୍ଗ ପାଲଟିଛି। ଚିତ୍ରକୋଣ୍ଡା, ମାଥିଲି, କାଲିମେଳା, ଖଇରପୁଟ, ମାଲକାନଗିରି ଥାନା ସ୍ଥ ଦୁର୍ଗମ ମାଓପ୍ରବଣ ଅଞ୍ଚଳରେ ଶତାଧିକ ହେକ୍ଟର ଜମିରେ ଚୋରାଗଞ୍ଜେଇ ଚାଷ ହୋଇଥାଏ, ଏହି ସବୁଅଞ୍ଚଳ ମାଓପ୍ରବଣ ଓ ବଣଜଙ୍ଗଲ ପାହାଡିଆ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଅବକାରୀ ବିଭାଗ ଓ ପୁଲିସ ସେଠାରେ ପହଁଚିବା କଷ୍ଟକର ହୋଇପଡିଥାଏ, ଏହାରି ସୁଯୋଗରେ ଚୋରାଗଞ୍ଜେଇ ମାଫିଆମାନେ ଖୋଲମ ଖୋଲା ଭାବେ ଅନ୍ୟରାଜ୍ୟକୁ ଚୋରାରେ ଗଞ୍ଜେଇ ଚାଲାଣ କରି ବେସ ଲାଭବାନ ହୋଇଥାନ୍ତି। ଗତ କିଛି ଦିନହେଲା ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଏସ.ପି ଜଗମୋହନ ମିନା ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରାଗଜାଂଇ ଚାଲାଣ କାରିଙ୍କ ଉପରେ ଯୋରଦାର ଚଢାଉ କରା ଯାଇ କୋଟି କୋଟି ଟଙ୍କାରଚୋରା ଗଞ୍ଜେଇ ଓ ଗାଡି ଜବତ ସହିତ ଅନେକ ଗଞ୍ଜେଇ ଚୋରାଚାଲାଣ କାରିଙ୍କୁ ଗିରଫ କରାଯାଇଛି।
