‘ଆମେ’ ସାହିତ୍ୟ ସଂସ୍କୃତି ସଂଗଠନର ଅମାବାସ୍ୟା ଆସର

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଶ୍ରୀ ଶ୍ରୀ ନୀଳଲୋହିତ ମହାଦେବଙ୍କ ମନ୍ଦିର ପରିସରରେ ‘ସପ୍ତପୁରୀ ଅମାବାସ୍ୟା’ର ସାହିତ୍ୟ ଆସର ଅନୁଷ୍ଠିତ ହୋଇଛି । ଶିକ୍ଷାବିତ୍ ଶାନ୍ତନୁ କୁମାର ରାଉତଙ୍କ ସଭାପତିତ୍ୱରେ ‘କାଠଗଡାରେ ବର୍ଣ୍ଣବୋଧ’ ଶୀର୍ଷକ ଦୁଇଟି ଭିତ୍ତି ପ୍ରବନ୍ଧ ଆଲୋଚିତ ହୋଇଥିଲା । ଭିତ୍ତି ପ୍ରବନ୍ଧ ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ଲଲାଟେନ୍ଦୁ ମହାନ୍ତି ଓ ଡ. କ୍ଷୀରୋଦ କୁମାର ସାମଲ । ସମୀକ୍ଷକ ଭାବେ ସୁସାହିତି୍ୟକ ତଥା ପ୍ରଶାସକ ଡ. ନରହରି ବେହେରା, ପ୍ରାଧ୍ୟାପକ ଡ. ପ୍ରଫୁଲ୍ଲ କୁମାର ସାହୁ, ପ୍ରାଧ୍ୟାପକ ଡ. ନିତ୍ୟାନନ୍ଦ ମିଶ୍ର ଏବଂ ଅବସରପ୍ରାପ୍ତ ପ୍ରଶାସକ ବିଦ୍ୟାଧର ପଲେଇ ଯୋଗ ଦେଇ ‘ଭାଷାର ବିକାଶ ପାଇଁ ବର୍ଣ୍ଣବୋଧର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ବଳିଷ୍ଠ ଯୁକ୍ତିମାନ ଉପସ୍ଥାପନ କରିଥିଲେ । ବିଶିଷ୍ଟ କଥାକାର ଡ. ରାଧା ବିନୋଦ ନାୟକ, ଅନୁଷ୍ଠାନର ପ୍ରତିଷ୍ଠାତା ପ୍ର. ଅଟଳ ବିହାରୀ ନାୟକ, ଶିଶୁ ସାହିତି୍ୟକ ଡ. ମନୀନ୍ଦ୍ର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଲୋଚନାଚକ୍ରଟି ପରିଚାଳିତ ହୋଇଥିଲା ଅବସରପ୍ରାପ୍ତ ଅଧ୍ୟକ୍ଷ କବି ଡ. ଅବନୀକାନ୍ତ ପ୍ରଧାନ, ଭଦ୍ରକ ପୁସ୍ତକ ମେଳା ସମ୍ପାଦକ ଅକ୍ଷୟ କୁମାର ବାରିକ, ପ୍ରଗତୀଶୀଳ ସାହିତ୍ୟ ପରିଷଦର ଜିଲ୍ଳା ଅଧ୍ୟକ୍ଷ ଆଡଭୋକେଟ ଗିରିଧାରୀ ନାଥ, ଡ. ରବି ନାରାୟଣ ମହାପାତ୍ର, ଆଡ୍ଭୋକେଟ ଅମୀତାବାଳା ଆଚାର୍ଯ୍ୟ, ଅଧ୍ୟାପିକା ଉଷାରାଣୀ ଜେନା, ସାହିତି୍ୟକା ଡ. ରାଧାରାଣୀ ମହାପାତ୍ର, ଟିକସ ପରାମର୍ଶଦାତା ବରିଷ୍ଠ ଆଡ୍ଭୋକେଟ ସନ୍ତୋଷ କୁମାର ମହାପାତ୍ର, ଶିକ୍ଷାବିତ୍ ପୁଷ୍ପାରାଣୀ ଲେଙ୍କା, ଗୀତାରାଣୀ ଆଇଚ, ଗୀତାରାଣୀ ବାରିକ, ଲକ୍ଷ୍ମୀକାନ୍ତ ବାରିକ, କବି ଦିବ୍ୟସିଂହ ଦାସଅଧିକାରୀ, ଯୁବକବି ଅକ୍ଷୟ କୁମାର ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ନିଜର ସୁଚିନ୍ତିତ ମତାମତ ଦେବା ସହିତ ‘ଗୀତା, ଭାଗବତ, ଲକ୍ଷ୍ମୀପୁରାଣ, ରାମାୟଣ, ମହାଭାରତ ମହାକାବ୍ୟ ପରି ବର୍ଣ୍ଣବୋଧ ପ୍ରତ୍ୟେକ ପରିବାର ପାଇଁ ଏକ ଅମୂଲ୍ୟ ସମ୍ପଦ’ ବୋଲି ବକ୍ତବ୍ୟରେ କହିଥିଲେ । ଓଡିଆ ଭାଷାର ପ୍ରଚାର ଏବଂ ପ୍ରସାର ପାଇଁ ଓଡିଶା ଏବଂ ଓଡିଶା ବାହାରର ବିଚ୍ଛିନ୍ନାଞ୍ଚଳରେ ‘ବର୍ଣ୍ଣବୋଧ ବଣ୍ଟନ’ ଡକ୍ଟର ମନୀନ୍ଦ୍ର ମହାନ୍ତିଙ୍କର ଏକ ସାଧୁ ଉଦ୍ୟମ ବୋଲି ଆଲୋଚନାଚକ୍ରରେ ବକ୍ତାମାନେ ଭୂୟସୀ ପ୍ରଶଂସା କରିଥିଲେ । ଡକ୍ଟର ନରହରି ବେହେରାଙ୍କ ପ୍ରଚେଷ୍ଟାରେ ବିଗତ ୩ ବର୍ଷ  ଧରି ଭଦ୍ରକ ଜିଲ୍ଳାରେ ‘ବର୍ଣ୍ଣବୋଧ ଦିବସ’ ପାଳିତ ହେଉଥିବାରୁ ଆଗାମୀ ଦିନରେ ଏହାର ବ୍ୟାପ୍ତି ନିଶ୍ଚିତ ଭାବେ ସମଗ୍ର ରାଜ୍ୟରେ ଅନୁଭୂତ ହେବ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା । ନିମନ୍ତ୍ରିତ ଅତିଥି ଏବଂ ଅନୁଷ୍ଠାନର ସଦସ୍ୟମାନଙ୍କ ମଧ୍ୟରେ ମନ୍ଦିର ପ୍ରତିଷ୍ଠାତା ଦେବେନ୍ଦ୍ର କୁମାର ବେହେରା, ବାଦଲ ବଳ, ରତିକାନ୍ତ ମହାନ୍ତି, ଅମ୍ବିକା ପ୍ରସନ୍ନ ଦାସ, ରମାକାନ୍ତ ପାଳ, ଉମାକାନ୍ତ ବିଶ୍ୱାଳ, ଅଶୋକ କୁମାର ଦାସ, କାର୍ତ୍ତିକ ରାଉତ, ଲକ୍ଷ୍ମୀଧର ବେହେରା, ବିନୟ କୁମାର ବଳ, ଜଗବନ୍ଧୁ ନାୟକ, ଦୀନବନ୍ଧୁ ବାରିକ, ସାମ୍ବାଦିକ ବଂଶୀଧର ଦାସ, ବିଶ୍ୱନାଥ ଜେନା, ପ୍ରତାପ କୁମାର ପାଢୀ, ରଂଜିତ କୁମାର ସାହୁ, ସମାଜସେବୀ ବାଙ୍କ ବିହାରୀ ଦାସ, ୟୁଡି ଗୃପ୍ ଅଧ୍ୟକ୍ଷ ଅତୁଲ କୃଷ୍ଣ ନାୟକ, ସଞ୍ଜୟ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରଫେସର କୈଳାସ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *