ଅନୁଗୁଳ

ଆମେ ବଂଚିଛୁ ପକ୍ଷରୁ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ 

ତାଳଚେର,୧୬/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ‘ଆମେ ବଂଚିଛୁ’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଷଷ୍ଠ ନାଟକ ମହୋତ୍ସବ ସ୍ଥାନୀୟ ଜଗନ୍ନାଥ କଳାକେନ୍ଦ୍ର ପରିସରରେ ରବିବାର ଦିନ ଆମେ ବଂଚିଛୁ ପକ୍ଷରୁ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏମ୍.ସି.ଏଲ୍ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ଏମ୍.ଜି.ବ୍ରହ୍ମପୁରକର ମୁଖ୍ୟ ଅତିଥିଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବରେ ଉତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥିି ଭାବରେ ବିଶିଷ୍ଠ ନାଟ୍ୟକାର ଶଙ୍କର ତ୍ରିପାଠୀ,ବରିଷ୍ଟ ସିନେ ଓ ଟିଭି କଳାକାର ଅଶୋକ ଦାସ,ମଂଚ ନିଦେ୍ର୍ଦଶକ ତଥା ନାଟ୍ୟକାର ଅଶୋକ ପଣ୍ଡା,ଶ୍ରମିକ ନେତା ସୌଭାଗ୍ୟ ପ୍ରଧାନ,ସଞ୍ଜୟ ମାଝୀ, ଚତୁର୍ଭୁଜ ଦାସ,ଶଙ୍କର ପ୍ରସାଦ ବେହେରା,ଜଗନ୍ନାଥ ପ୍ରକଳ୍ପ ଅଧିକାରୀ ଏସ୍.କେ.ସାହୁ,ଭୂବନେଶ୍ୱରୀ ପ୍ରକଳ୍ପ ଅଧିକାରୀ ପି.ଭି.ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ହେମନ୍ତ ଦାସ ସଭାର ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ମୁକୁନ୍ଦ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଆମେ ବଂଚିଛୁ ପକ୍ଷରୁ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କୁ ଉତରୀୟ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଏହାପରେ ଝାଡ଼ଖଣ୍ଡ ସାଂସ୍କୃତିକ ମଂଚର କଳାକାରମାନେ ହିନ୍ଦୀ ନାଟକ “ବୁଢା ବଚ୍ଚା”ପରିବେଷଣ କରିଥିଲେ । ଏହି ନାଟକକୁ ପ୍ରଶାନ୍ତ ମହାରଣା ରଚନା କରିଥିବା ବେଳେ ଶିବଲାଲ ସାଗର ନିଦେ୍ର୍ଦଶନା ଦେଇଥିଲେ । ବାର୍ଦ୍ଧକ୍ୟ ସମସ୍ତଙ୍କ ଜୀବନରେ ଆସେ । ତେବେ ଏହାକୁ ଜୀବନର ବୋଝ ଭାବରେ ଗ୍ରହଣ ନ କରି ଅବଶିଷ୍ଟ ସମୟକୁ କର୍ମଚଂଚଳ ଭାବରେ ଅତିବାହିତ କରିବାକୁ ନାଟକଟି ବାର୍ତା ପ୍ରଦାନ କରିଥିଲା । ସମସ୍ତ କଳାକାରମାନଙ୍କ ଜୀବନ୍ତ ଅଭିନୟ ଉପସ୍ଥିତ କଳାପ୍ରେମୀମାନଙ୍କୁ ଭାବବିହ୍ୱଳ କରିଦେଇଥିଲା । ଏହାପରେ ପ୍ରତିଭାବାନ ନାଟ୍ୟଶିଳ୍ପୀ ଅର୍ଜୁନ ସାମନ୍ତରାୟଙ୍କ ଦ୍ୱାରା ଏକକ ଅଭିନୟ “ଇଚ୍ଛା” ପରିବେଷଣ କରାଯାଇଥିଲା । ନାରୀ ହିଁ ଇଶ୍ୱରଙ୍କ ଅନବଦ୍ୟ କୃତି । ମାତ୍ର ଏହି ସ୍ୱାର୍ଥବାଦୀ ସମାଜରେ କନ୍ୟା ସନ୍ତାନ ପ୍ରତି ନାକ ଟେକେ । ମା ଗର୍ଭରୁ ଲିଙ୍ଗ ନିରୂପଣ କରାଯାଇ କନ୍ୟାଭୃଣ ହତ୍ୟା କରାଯାଏ । ନାରୀ ଆଜି ରାଜରାସ୍ତାରେ ଅତ୍ୟାଚାରିତା,ଶୋଷିତା ତଥା ଲାଂଛିତା । ଏଭଳିସ୍ଥଳେ ନାରୀଟିର ସୁରକ୍ଷା ପାଇଁ ଆଜିର ସମାଜ ଆଗେଇ ଆସିବାକୁ ନାଟକ ଇଚ୍ଛା ମାଧ୍ୟମରେ ନାଟ୍ୟଶିଳ୍ପୀ ଅର୍ଜୁନ ସାମନ୍ତରାୟ ସମାଜକୁ ଆହ୍ୱନ ଦେଇଛନ୍ତି । ନାଟକ ଶେଷରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ନିଦେ୍ର୍ଦଶକ, କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ‘ନାଟକ ମଂଚନରେ ସମସ୍ୟା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଇଂ.ନିରଞ୍ଜନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ନାଟ୍ୟକାର,ନିର୍ଦେଶକ ଶିବଲାଲ ସାଗର, ବିଶିଷ୍ଟ ନାଟ୍ୟକାର ଆଶିଷ ସୋନାର,ନାଟ୍ୟ ନିଦେ୍ର୍ଦଶକ ପ୍ରଦୀପ ପଣ୍ଡା,ନାଟ୍ୟ ଶିଳ୍ପୀ ଅର୍ଜୁନ ସାମନ୍ତରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥିରେ ନାଟକ ମଂଚନରେ ଥିବା ବିଭିନ୍ନ ସମସ୍ୟା ତଥା ଏହାର ସମାଧାନ ସମ୍ବନ୍ଧରେ ଅତିଥିମାନେ ମତ ବିନିମୟ କରିଥିଲେ । ଆଜିର ନାଟକ ଗ୍ରାମାଭିମୁଖୀ ହେଲେ ଏହା ସର୍ବଜନା ଦୃତ ହୋଇପାରିବା ସହ କଳାକାରମାନେ କଠିନ ପରିଶ୍ରମ ତଥା ଗଭୀର ଆତ୍ମବିଶ୍ୱାସର ସହ ନାଟ୍ୟ ପରିବେଷଣ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ତ୍ରିନାଥ ସାହୁ ପରିଚାଳନା କରିଥିବା ବେଳେ ସୁଭାଷ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ତିନି ଦିନ ଧରି ଚାଲିବାକୁ ଥିବା ଏହି ନାଟକ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ସାତଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ଚଳିତ ମାସ ୧୭ ତାରିଖ ଦିନ ଏହା ଉଦଯାପିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top