ଜିଲ୍ଲା ପରିକ୍ରମା

‘ଆମେ’ ପକ୍ଷରୁ ଅମାବାସ୍ୟା ଆସର

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନୂଆବଜାର ମୁଖ୍ୟ ଡାକଘର ସନ୍ନିକଟ ଶ୍ରୀଶ୍ରୀ ନୀଳଲୋହିତ ମହାଦେବଙ୍କ ପୀଠରେ ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ”ର ଅମାବାସ୍ୟା ସାହିତ୍ୟ ଆସର ଅନୁଷ୍ଠିତ ହୋଇ ଯାଇଛି। ନାଟ୍ୟକାର ଲଲାଟେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପଣ୍ଠିଚେରୀସ୍ଥ ଶ୍ରୀମା ଶ୍ରୀ ଅରବିନ୍ଦ ଆଶ୍ରମର ସାହିତ୍ୟ ପ୍ରଚାର ଓ ପ୍ରସାର ବିଭାଗୀୟ ମୁଖ୍ୟ ସୁଶ୍ରୀ ସୂର୍ଯ୍ୟକାନ୍ତି ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ। ମଣିଷ ନିରୋଗ ରହିବା ପାଇଁ କ’ଣ କ’ଣ ସର୍ବନିମ୍ନ ଆବଶ୍ୟକତାକୁ ଆପଣେଇବା ଉଚିତ ସେ ସମ୍ବନ୍ଧରେ ସୁଶ୍ରୀ ମହାନ୍ତି ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ସମୀକ୍ଷକ ଭାବେ ଡକ୍ଟର କ୍ଷୀରୋଦ ସାମଲ ଏବଂ ଆଡ୍ଭୋକେଟ ଗିରିଧାରୀ ନାଥ ଯୋଗ ଦେଇଥିବା ବେଳେ ଡାକ୍ତର ରବିନାରାୟଣ ମହାପାତ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଗିରିଜା ଶଙ୍କର ମହାପାତ୍ର, ସମବାୟ ବିଭାଗର ଉପପ୍ରବନ୍ଧକ ସତ୍ୟ ପ୍ରକାଶ ସେଠୀ, ସମାଜସେବିକା ବସୁମିତ୍ରା ସାହୁ, ମୋଗଲ ତାମ୍ସା ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକ, ଡ. ଅବନୀ ପ୍ରଦାନ ପ୍ରମୁଖ ଆଳୋଚନାରେ ଅଂଶ ଗ୍ରହଣ କରିଥିଲେ। ଅନ୍ୟତମ ବରେଣ୍ୟ ଅତିଥି ଭାବେ ଡ. ରାଧାରଣୀ ମହାପାତ୍ର, ଆଇନଜୀବୀ ସନ୍ତୋଷ ମହାପାତ୍ର, ଅବସରପ୍ରାପ୍ତ ପ୍ରଶାସକ ବିଦ୍ୟାଧର ପଲେଇ ଯଥାକ୍ରମେ ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ଅଟଳ ବିହାରୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ମନ୍ଦିର ପ୍ରତିଷ୍ଠାତା ଦେବେନ୍ଦ୍ର କୁମାର ବେହେରା, ବାଦଲ ବଳ, ବିନୟ ବଳ, ଅଶୋକ ଦାସ, ଲକ୍ଷ୍ମୀଧର ବେହେରା, ଲକ୍ଷ୍ମୀକାନ୍ତ ବାରିକ, ଗୀତାରାଣୀ ବାରିକ, ଜଗବନ୍ଧୁ ନାୟକ, ଦୀନବନ୍ଧୁ ବାରିକ, କାର୍ତ୍ତିକ ରାଉତ, ଅକ୍ଷୟ ଭୋଳ, ଅକ୍ଷୟ ଜେନା, ହୃଷିକେଶ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top