ଆମେରିକା, ବ୍ରିଟେନ ପରି ଏବେ ଭାରତର ମଧ୍ୟ ହେବ ନିଜର ଅଲଗା ‘ସାଇଜ’

ନୂଆଦିଲ୍ଲୀ ୨୮-୨ (ଓଡ଼ିଆ ପୁଅ) ଯେତେବେଳେ ଲୋକ ଦେଶ-ବିଦେଶ ବୁଲିବାକୁ ଯାଆନ୍ତି, ତେବେ ସେଠାରେ ନିଜେ କିମ୍ବା ବନ୍ଧୁବାନ୍ଧବମାନଙ୍କ ପାଇଁ ସିଲା ହୋଇଥିବା ରେଡ଼ମେଡ଼ କପଡ଼ା କିଣିବାକୁ ଚାହାଁନ୍ତି। କିନ୍ତୁ ସାଇଜ ଫିଟ ନ ହେବା କାରଣରୁ ମନ ଦୁଃଖ କରି ରହି ଯାଆନ୍ତି। କିନ୍ତୁ ଏବେ ଏମିତି ହେବ ନାହିଁ। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଫେସନ ଟେକ୍ନୋଲ।ଜୀ (ନିଫ୍ଟ) ‘ଇଣ୍ଡିଆ ସାଇଜ’ ସର୍ଭେ କରିବାକୁ ଯାଉଛି, ଯାହା ପରେ ଆମେରିକା, ବ୍ରିଟେନ ଏବଂ ଫ୍ରାଂସ ପରି ଦେଶଗୁଡ଼ିକ ପରି ଭାରତର ମଧ୍ୟ ନିଜର ଷ୍ଟାଣ୍ଡାର୍ଡ ସାଇଜ ହେବ।

ଏପରି ହେଲେ ଆପଣ ନ କେବଳ ଦିଲ୍ଲୀ ଏବଂ ମୁମ୍ବାଇ, ଏପରିକି ଲଣ୍ଡନ ଏବଂ ନ୍ୟୁୟର୍କ ପରି ସହରରେ ମଧ୍ୟ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ବ୍ରାଣ୍ଡର ପରିଧାନ ‘ଇଣ୍ଡିଆ ସାଇଜ’ ମୁତାବକ, କିଣି ପାରିବେ। ଟେକ୍ସଟାଇଲ ମନ୍ତ୍ରଣାଳୟର ଅଧୀନରେ କାମ କରୁଥିବା ଫେସନ ଜଗତର ପ୍ରତିଷ୍ଠିତ ସଂସ୍ଥାନ ନିଫ୍ଟ ଏହି ସର୍ଭେ କରିବାପାଇଁ ପଦକ୍ଷେପ ନେଉଛି।

ଏହି ସର୍ଭେ କାରଣରୁ ଦେଶରେ ଛଅଟି ସହର- କୋଲକାତା, ନୂଆଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ, ବେଂଗଲୁରୁ ଏବଂ ଶିଲଙ୍ଗରେ ୧୫ ରୁ ୬୫ ବର୍ଷର ବୟସର ୨୫, ୦୦୦ ମହିଳା ଏବଂ ପୁରୁଷମାନଙ୍କର ଶରୀରର ସାଇଜ ନିଆଯିବ। ଲୋକମାନଙ୍କର ସାଇଜ ନେବାରେ କୌଣସି ତ୍ରୁଟି ଯେପରି ନ ହହେବ ସେଥିପାଇଁ ବିଶେଷ ପ୍ରକାରର ଥ୍ରୀଡି ଫୁଲ ବ।ଡି ସ୍କାନରର ବ୍ୟବହାର କରାଯିବ। ଏହି ଥ୍ରୀଡି ସ୍କାନର ମାତ୍ର ୧୦ ସେକେଣ୍ଡରେ ସମ୍ପୂର୍ଣ୍ଣ ଶରୀରକୁ ସ୍କାନ କରି ବ୍ୟକ୍ତିଙ୍କର ସାଇଜ ନେଇ ପାରିବ।

ନିଫ୍ଟର ବୋର୍ଡ ଅ।ଫ ଗଭର୍ନରର ଚେଆରମ୍ୟାନ ରାଜେଶ ଶାହ ଗଣମାଧ୍ୟମକୁ କହିଛନ୍ତି କି ଭାରତର ନିଜର ସାଇଜ ବନିଲା ପରେ ବିଦେଶୀ ବ୍ରାଣ୍ଡ ମଧ୍ୟ ଏହାର ବ୍ୟବହାର କରିବେ। ବର୍ତ୍ତମାନ ପତି ଶୋରୂମରେ ବିଦେଶୀ ସାଇଜର କପଡ଼ା ଉପଲବ୍ଧ ରହୁଛି ଏବଂ ତାଙ୍କ ଉପରେ ଭାରତୀୟ ସାଇଜ ମଧ୍ୟ ଲେଖା ହେବ। ବିଦେଶଗୁଡ଼ିକରେ ରହୁଥିବା ଭାରତୀୟ ମଧ୍ୟ ସେଠାରେ ଷ୍ଟାଣ୍ଡାର୍ଡ ଭାରତୀୟ ସାଇଜର ରେଡ଼ିମେଡ଼ ବସ୍ତ୍ର କିଣି ପାରିବେ। ଶାହ କହିଲେ କି ନିଫ୍ଟ ର ଏହି ପଦକ୍ଷେପରେ ଆପାରେଲ ଇଣ୍ଡଷ୍ଟ୍ରିକୁ ବହୁଳ ଫାଇଦା ମିଳିବ। ସେ କହିଲେ କି ଏହି ସର୍ଭେର ବିଚାର ତେବେ ୨୦୦୬ ରେ ଆସିଥିଲା, କିନ୍ତୁ ଟେକ୍ସଟାଇଲ ମନ୍ତ୍ରଣାଳୟର ଦାୟୀତ୍ତ୍ୱ ସ୍ମୃତି ଇରାନୀଙ୍କୁ ମିଳିବା ପରେ ଏହା ଉପରେ କାମ ଆଗକୁ ବଢ଼ିଲା।

ନିଫ୍ଟର ମହାନିର୍ଦ୍ଦେଶକ ଶାରଦା ମୁରଲୀ ଧରନ କହିଲେ କି ନ୍ୟାସନାଲ ସାଇଜିଂଗ ସର୍ଭେ ଉପରେ ପ୍ରାୟତଃ ୩୦ କୋଟି ଟଙ୍କା ଖର୍ଚ ହେବ। ଏଥିରେ ୩୦ ପ୍ରତିଶତ ରାଶିର ଯୋଗଦାନ ନିଫ୍ଟ କରିବ, ବାକି ରାଶି ମନ୍ତ୍ରଣାଳୟ ଦେବ। ଏହି ସର୍ଭେ ୨୦୨୧ ପର୍ଯ୍ୟନ୍ତ ଚାଲିବା ପରେ ସମ୍ପୂର୍ଣ୍ଣ ହେବ। ଦୁନିଆର ବହୁତ ଦେଶରେ ସାଇଜିଙ୍ଗ ସର୍ଭେ ହୋଇସାରିଛି। ଏମାନଙ୍କ ମଧ୍ୟରେ ଅଧିକାଂଶତଃ ବିକସିତ ଦେଶ ଅଛନ୍ତି। ଏହି କାରଣରୁ ଅଲଗା-ଅଲଗା ବ୍ରାଣ୍ଡର ଶୋରୂମରେ ତାଙ୍କ ଦେଶର ଷ୍ଟାଣ୍ଡାର୍ଡ ସାଇଜର ହିସାବରେ ରେଡ଼ିମେଡ଼ ପରିଧାନ ମିଳିଯାଏ। ଅବଶ୍ୟ ଭାରତରେ ଆଜି ପର୍ଯ୍ୟନ୍ତ ଏମିତି କୌଣସି ଷ୍ଟାଣ୍ଡାର୍ଡ ସାଇଜ ବନି ପାରି ନାହିଁ। ଏହି କାରଣରୁ କମ୍ପାନୀଗୁଡ଼ିକ ନିଜ ନିଜର ହିସାବରେ ରେଡ଼ମେଡ଼ ବସ୍ତ୍ର ବନାଇଥାନ୍ତି। ଯାହାଦ୍ୱାରା ପ୍ରାୟତଃ ୨୦ ପ୍ରତିଶତ ପରିଧାନ ଶୋରୂମରୁ ଫେରି ଯାଆନ୍ତି। ଏହା ଦ୍ୱାରା ସଂସାଧନର କ୍ଷତି ମଧ୍ୟ ହୋଇଥାଏ। ଏମିତିରେ ଇଣ୍ଡିଆର ଷ୍ଟାଣ୍ଡାର୍ଡ ସାଇଜ ହେଲେ କେବଳ ଆମ ଲୋକମାନଙ୍କର ସହିତ ଟୈକ୍ସଟାଇଲ କ୍ଷେତ୍ରକୁ ମଧ୍ୟ ଫାଇଦା ହେବ।

ଇଣ୍ଡିଆ ସାଇଜିଙ୍ଗ ସର୍ଭେ ପରିଯୋଜନାର କାମ ଦେଖୁଥିବା ନିଫ୍ଟ ଦିଲ୍ଲୀର ପ୍ରଫେସର ନୂପୁର ଆନନ୍ଦ ଗଣମାଧ୍ୟମକୁ କହିଛନ୍ତିଯେ, ଏହା ଏକ ଵୈଜ୍ଞାନିକ ପ୍ରକ୍ରିୟା ଅଟେ, ଯାହା ଦ୍ୱାରା ଥ୍ରୀଡି ଟେକ୍ନିକରେ ଶରୀରର ମ୍ୟାପିଙ୍ଗ କରାଯିବ, ଫଳରେ ଲମ୍ବା, ଓଜନ, ଗଳାର ସାଇଜ, ଅଣ୍ଟା ଏବଂ ଛାତିର ସାଇଜ ସଠିକ ଅନୁମାନ ଲଗା ଯାଇପାରିବ। ଥରେ ଏହି ଡାଟା ମିଳିବା ପରେ ଏହି ସାଇଜ ହିସାବରେ ପୁରୁଷ କିମ୍ବା ମହିଳାମାନଙ୍କ ପାଇଁ ଅଲଗା-ଅଲଗା ବସ୍ତ୍ର ପ୍ରସ୍ତୁତ କରାଯାଇପାରିବ।

Leave a Reply

Your email address will not be published. Required fields are marked *