ଆନ୍ତର୍ଜାତୀୟ

ଆମେରିକାର ଗ୍ଵାଟେମାଲାରେ ଆଗ୍ନେୟ ଉଦଗିରଣ, ୬୯ ଜଣଙ୍କର ମୃତ୍ୟୁ, ଅନେକ ଘର ଦ୍ୱାର ଛାଡ଼ିଲେ

– ଏହା ପୂର୍ବରୁ ୧୯୭୪ ରେ ହୋଇଥିଲା ଗ୍ଵାଟେମାଲାର ଫ୍ୟୁଗୋ ଆଗ୍ନେୟ ଉଦଗିରଣରେ ଜବରଦସ୍ତ ବିଷ୍ପୋରଣ
– ୩ ଜାଗାରେ, ଅଲ ରୋଡିୟୋ, ଅଲୋତେନାଙ୍ଗୋ ଏବଂ ସୈନ ମିଗୁଏଲରେ ସବୁଠାରୁ ଅଧିକ ଲୋକଙ୍କର ପ୍ରାଣ ହାନୀ ହୋଇଛି।
– ୮ କିମି ପର୍ଯ୍ୟନ୍ତ ବୋହିଗଲା ଲାଭା


ଗ୍ଵାଟେମାଲା ସିଟି ୫ ଜୁନ (ଓଡ଼ିଆ ପୁଅ) ଗ୍ଵାଟେମାଲାର ଫ୍ୟୁଗୋ ଆଗ୍ନେୟ ଉଦଗିରଣରେ ହୋଇଥିବା ବିଷ୍ପୋରଣରେ ୨୫ଜଣ ଲୋକମାନଙ୍କର ମୃତ୍ୟୁ ହୋଇଛି। ୩୦୦ରୁ ଅଧିକ ଲୋକଗୁରୁତର ଆହତ ହୋଇଛନ୍ତି। ଆଗ୍ନେୟ ଉଦଗିରଣରୁ ଲାଭା ନିର୍ଗତ ହେଉଛି। ଅଧିକାରୀମାନେ କହିଛନ୍ତିଯେ କି ୧୯୭୪ ର ପରେ ଏବେ ଫ୍ୟୁଗୋରେ ଏତେ ବଡ଼ ବିଷ୍ପୋରଣ ହୋଇଛି। ଉଦ୍ଧାର କାର୍ଯ୍ୟ ଜାରି ଅଛି। ଲାଭା ଦେଖିବାକୁ ଏପରି ଲାଗୁଛି ଯେପରି ନିଆଁର ନଦୀ ପ୍ରବାହୀତ ହେଉଛି। ଏହି ଲାଭାର ପ୍ରଭାବରେ ଆଖପାଖର ଗ୍ରାମଗୁଡ଼ିକ ଉପରେ ମଧ୍ୟ ପ୍ରଭାବ ପକାଇଛି ଅଛି। ପ୍ରାୟତଃ ୨ ହଜାର ଲୋକଙ୍କୁ ନିଜର ଘର ଛାଡ଼ି ପଳାୟନ କରିବାକୁ ପଡ଼ିଛି। ଏହା ହେଉଛି ଆଗ୍ନେୟ ଉଦଗିରଣ ବିଷ୍ପୋରଣର ଏହି ବର୍ଷର ଦ୍ୱିତୀୟ ବଡ଼ ଘଟଣା।

– ଏହି ଆଗ୍ନେୟ ଉଦଗିରଣରୁ ବାହାରୁଥିବା ପାଉଁଶ ଏବଂ ଧୂଆଁ ପ୍ରାୟତଃ ୧୨,୩୪୬ ଫୁଟ ପର୍ଯ୍ୟନ୍ତ ଉଠୁଥିବାର ଦେଖାଯାଇଥିଲା, ଏହି ପାଉଁଶ ନିକଟରେ ଥିବା ଏୟାରପୋର୍ଟ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ପ୍ରସାରିତ ହୋଇଥିଲା, ଏହି କାରଣରୁ ରାଜଧାନୀର ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରକୁ ବନ୍ଦ କର ଦିଆଯାଇଛି।

– ଆଗ୍ନେୟ ଉଦଗିରଣ ବିଷ୍ପୋରଣରୁ ନିର୍ଗତ ଲାଭାରେ ଆଖପାଖ ଅଞ୍ଚଳରେ ରହୁଥିବା ଚାଷୀମାନଙ୍କର ଘର ଏବଂ ଫସଲ ନଷ୍ଟ ହୋଇଯାଇଛି।

– ନ୍ୟାସନାଲ ଡିଜାଟର ମ୍ୟାନେଜମେଣ୍ଟର କୋର୍ଡିନେଟର ସର୍ଗିୟୋ କୈବାନାସ କହିଛନ୍ତି କି ଗ୍ଵାଟେମାଲା ସିଟିରୁ ପ୍ରାୟତଃ ୪୪ କିଲୋମିଟର ଦୂର ଆଗ୍ନେୟ ଉଦଗିରଣ ଘଟଣା ପରେ ଅନେକ ଲୋକ କିଏ କେଉଁଆଡ଼େ ଯାଇଛନ୍ତି ତାହା ବିଷୟରେ ଜଣାପଡ଼ିନାହିଁ।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top