ଆନ୍ତର୍ଜାତୀୟ

ଆମେରିକାରେ ଟେଲିକମ୍ୟୁନିକେସନ୍ସ କନସଲଟାନ୍ସ ଇଣ୍ଡିଆ ଲିମିଟେଡ (ଟିସିଆଇଏଲ)ର ଶତ ପ୍ରତିଶତ ମାଲିକାନା ଅଧିକାର ଥିବା ସି-କର୍ପୋରେସନ ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆମେରିକାରେ ଟେଲିକମ୍ୟୁନିକେସନ୍ସ କନସଲଟାନ୍ସି ଇଣ୍ଡିଆ ଲିମିଟେଡ(ଟିସିଆଇଏଲ)ର ଶତ ପ୍ରତିଶତ ମାଲିକାନା ଅଧିକାର ଥିବା ସି-କର୍ପୋରେସନ ଗଠନ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଏହାର ବିବରଣୀ ନିମ୍ନ ପ୍ରକାରେ ପ୍ରଦତ ହେଲା:

ଆମେରିକାର ଟେକ୍ସାସ ରାଜ୍ୟରେ ଟେଲିକମ୍ୟୁନିକେସନ୍ସ କନସଲଟାନ୍ସି ଇଣ୍ଡିଆ ଲିମିଟେଡ(ଟିସିଆଇଏଲ)ର ସି-କର୍ପୋରେସନ ଗଠନ କରାଯିବ, ଯାହାଦ୍ୱାରା ଆମେରିକାର ଅନ୍ୟ ରାଜ୍ୟରେ ବ୍ୟବସାୟ କରିବା ଲାଗି ପଞ୍ଜିକରଣ କରିବାର ଅଧିକାର ମିଳିବ। ସି-କର୍ପୋରେସନରେ ଟିସିଆଇଏଲର ୧୦୦ ପ୍ରତିଶତ ପ୍ରତିଭୂତି ନିବେଶ ପାଂଚ ମିଲିୟନ ଆମେରିକୀୟ ଡଲାର ସମାନ ହେବ। ଏହି ଅର୍ଥରାଶି ଭାରତୀୟ ମୁଦ୍ରାରେ ବିଦେଶୀ ମୁଦ୍ରା ବିନିମୟ ଦର ୬୭.୬୮ ଟଙ୍କାର ଆଧାରରେ ମୋଟ ୩୩.୮୪ କୋଟି ଟଙ୍କା ହେବ। ଏହାକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ।

ଟିସିଆଇଏଲର କାଉଂଟର ଗ୍ୟାରେଂଟି ପାଂଚ ନିୟୁତ ଆମେରିକୀୟ ଡଲାର ସମାନ ହେବ ଯାହା ଋଣ/ସୁବିଧା/ବିକ୍ରେତା ସହିତ ନିଲାମ ସମ୍ବନ୍ଧୀୟ ବଣ୍ଡ/ଅଗ୍ରୀମ/ରୋଜଗାର ଗ୍ୟାରେଂଟୀ ଇତ୍ୟାଦି ସହ ଜଡ଼ିତ। ଆମେରିକାରେ ପ୍ରକଳ୍ପର ପରିଚାଳନା ଲାଗି ଏହି ପ୍ରକ୍ରିୟା ଆବଶ୍ୟକ ହୋଇଥାଏ।

ସି-କର୍ପୋରେସନ ଦେଶ ପାଇଁ ବହୁମୂଲ୍ୟ ବିଦେଶୀ ମୁଦ୍ରା ଅର୍ଜନ କରିବ ଏବଂ ରାଷ୍ଟ୍ରାୟତ କ୍ଷେତ୍ର ଉପକ୍ରମ ଟିସିଆଇଏଲର ଲାଭରେ ବୃଦ୍ଧି କରିବ।

ଆମେରିକାରେ ପ୍ରକଳ୍ପ ପରିଚାଳନା ସମ୍ପର୍କରେ ସି-କର୍ପୋରେସନର ଗଠନ ଆମେରିକାର ଟେକ୍ସାସ ରାଜ୍ୟରେ କରାଯାଇଛି।

ନୂଆ କରି ପ୍ରତିଷ୍ଠିତ ସି-କର୍ପୋରେସନ ଏକ ଆକଳନ ଅନୁସାରେ ପ୍ରାରମ୍ଭିକ ବର୍ଷରେ ପାଖାପାଖି ୧୦ ପ୍ରତିଶତ ଲାଭ ହାସଲ କରିବ ଏବଂ ଏହାର କାରବାର ୧୦ ନିୟୁତ ଆମେରିକୀୟ ଡଲାର ହେବ। କାର୍ଯ୍ୟର ପରିମାଣ ଅନୁଯାୟୀ ଏହାର କାରବାର ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଆମେରିକାରେ ସି-କର୍ପୋରେସନ ଗଠନ ଦ୍ୱାରା ଟିସିଆଇଏଲକୁ ନିଜସ୍ୱ ବ୍ୟବସାୟ/କାରବାର/ଲାଭର ସମ୍ପ୍ରସାରଣ କରିବାରେ ସହାୟତା ମିଳିବ ଏବଂ ରାଷ୍ଟ୍ରାୟତ କ୍ଷେତ୍ରର ଉପକ୍ରମ ହୋଇଥିବା କାରଣରୁ ସରକାରଙ୍କୁ ଅଧିକ ଲାଭାଂଶ ପ୍ରାପ୍ତ ହେବ।

ଟିସିଆଇଏଲ ନିଜସ୍ୱ ଆଭ୍ୟନ୍ତରୀଣ ସମ୍ବଳରୁ ପ୍ରତିଭୂତି ରୂପରେ ମୋଟ ୫ ନିୟୁତ ଆମେରିକୀୟ ଡଲାର ନିବେଶ କରିବ। ଏହା ବ୍ୟତୀତ ଆମେରିକାରେ ବ୍ୟବସାୟର ସମ୍ପ୍ରସାରଣ ଲାଗି ଏବଂ ନିଲାମ ବଣ୍ଡ/ଅଗ୍ରୀମ ପରିଶୋଧ ପ୍ରାଧିକାରକୁ କାରବାର ବ୍ୟାଙ୍କ ଗ୍ୟାରେଂଟି ସୁନିଶ୍ଚିତ କରିବା ଲାଗି ପାଖାପାଖି ୫ ନିୟୁତ ଆମେରିକୀୟ ଡଲାରର କାଉଂଟର ଗ୍ୟାରେଂଟୀ ସି-କର୍ପୋରେସନ ପକ୍ଷରୁ ଦେବାକୁ ହେବ। ବର୍ତମାନ ସରକାରଙ୍କ ଉପରେ କୌଣସି ବିତୀୟ ଉତରଦାୟିତ୍ୱ ନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top