ଆମିକ୍ସକ୍ୟୁରୀ ଙ୍କ ଦ୍ୱିତିୟ ଦିନ: ଗଜପତି ଓ ପରିଚାଳନା କମିଟି ସହ ଆଲୋଚନା

ପୁରୀ ୨୨.୦୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଆମିକ୍ସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ ଦ୍ୱିତିୟ ଦିନରେ ଗଜପତି ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି।ସୁପ୍ରିମ୍କୋଟ୍ ନେଇଥିବା ୧୨ ଟି ପ୍ରସ୍ତାବ ମଧ୍ୟରୁ କେଉଁ କେଉଁ ପ୍ରସ୍ତାବ କାର୍ଯ୍ୟକାରୀ ହୋଇଛି ଓ କେଉଁ ଗୁଡିକ ହୋଇନାହିଁ, ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିଛନ୍ତି।ଆମିକୋ୍ କ୍ୟୁରୀ ପ୍ରଥମେ ସେ ଶ୍ରୀନଅର ଯାଇ ଗଜପତି ଶ୍ରୀ ଦିବ୍ୟସିଂହଦେବ ଙ୍କୁ ସାକ୍ଷାତ୍ କଲେ।ଶ୍ରାମନ୍ଦିର ଇତିହାସ ଗଜପତିଙ୍କ ଭୂମିକା ଓ ସେବା, ଶ୍ରୀ ମନ୍ଦିର ର ପୂଜା ଓ ରୀତୀନୀତି ସଂମ୍ପର୍କରେ ଆଲୋଚନା କରିଥିଲେ।ଶ୍ରୀମନ୍ଦିର ସଂମ୍ପର୍କରେ ଗଜପତି ଦେଇଥିବା ଶାସ୍ତ୍ର ସମ୍ମତ ମତ ଓ ତଥ୍ୟ ନେଇ ଗୁରୁତ୍ୱପୁର୍ଣ୍ଣ ଏବଂ ଶ୍ରୀ ମନ୍ଦିର ପରିଚାଳନା ଗତ ସଂସ୍କାର ପାଇଁ ଏହା ବେଶ୍ ଉପାଦୟ ବୋଲି ଆମିକ୍ସକ୍ୟୁରୀ କହିଛନ୍ତି।ଗଜପତି ମହାରାଜାଙ୍କେ ଅଧ୍ୟକ୍ଷତାରେ ଆନୁଷ୍ଟିତ ଶ୍ରୀ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିଥିଲେ। ସୁପ୍ରିମ୍କୋଟ୍ ଦେଇଥିବବା ୧୨ ଟି ପ୍ରସ୍ତାବ ମଧ୍ୟରୁ ୯ଟି ପ୍ରସ୍ତାବ କୁ କାର୍ଯ୍ୟକାରୀ କରିବ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ତାଙ୍କୁ ଜଣାଇଛି। ତେବେ ବଂଶାନୁକ୍ରମିକ ସେବାୟତ ପ୍ରଥା ଉଛେଦ କରାନଯାଉ।ଏହାମଧ୍ୟରେ ସେବାୟତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ଏହି ସଂଖ୍ୟା କମ୍ କରିବାପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରସ୍ତାବ ଦେଇଛନ୍ତି।ସେବାରୁ ବାଦ୍ ପଡିଥିବା ସେବାୟତଙ୍କୁ ଏକ ଉପଯୁକ୍ତ ଆର୍ଥକ ୪ତି ପୂରଣ ଦେବାପାଇଁ ମଧ୍ୟ ପ୍ରସ୍ତାବ ଦେଆଯାଇଛି। ସେହିପରି ଶ୍ରୀମନ୍ଦିରରେ ଥାଳି, ଗଡ.କିମ୍ଭା କୌଶସୀ ପ୍ରକାର ଦାନ ଦକ୍ଷିଣା ଗ୍ରହଣ କରାଯିବ ନାହିଁ।ଶ୍ରୀମନ୍ଦିର ଭିତରେ ୪ଟି ସ୍ଥାନରେ ୪ଟି ହୁଣ୍ଡି ରଖିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।ଏଥବସଦ ରୋଷଘର ପରିଚାଳନା ଦାୟିତ୍ୱ ଶ୍ରୀ ମନ୍ଦିର ପ୍ରଶାସନ ହାତକୁ ଆସିବ। ଉଭୟ ଶ୍ରୀ ମନ୍ଦିର ସେବାୟତ ଓ ଧୂଳିଆ ତଥା ଗାଇଡ୍ସ୍ ଲାଇନ୍ ଭିନ୍ନ ଭିନ୍ନ ପରିଚୟ ପତ୍ର ବ୍ୟବସ୍ଥା କରିବାପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରସ୍ତାବ ଦେଇଛି। ବଂଶାନୁ କ୍ରମିକ ସେବାପ୍ରଥା ଉଛେଦ ନକରିବା ଦାନ ଦକ୍ଷିଣା ସଂମ୍ପୁ ର୍ଣ୍ଣ ବନ୍ଧ ପାଇଁ ଆମିକ୍ସକ୍ୟୁରୀ ଅନୁଭବ କରିଥିବା ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Leave a Reply

Your email address will not be published. Required fields are marked *