ଜିଲ୍ଲା ପରିକ୍ରମା

ଆମପୁଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର, ୨୫ୟୁନିଟ ରକ୍ତସଂଗ୍ରହ

ମାଲକାନଗିରି, ୧୭ା୮ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାର ରେ ୨୦୦ୟୁନିଟ ରକ୍ତଗଛିତ ରହିବା ବଦଳରେ କିଛି ଦିନହେଲା ମାତ୍ର ୩୦ରୁ ୪୦ ୟୁନିଟ ରକ୍ତ ଗଛିତ ରହୁଥିବାର ଜିଲ୍ଲା ଏସପି ଜଗମୋହନ ମୀନା ଜାଣିବା ପରେ ଏକ ରକ୍ତ ଦାନଶିବିର ଆୟୋଜନ କରିଥିଲେ। ମାଲକାନଗିରି ଥାନା ପରିସରରେ ଆମପୁଲିସ ସମିତି ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ପ୍ରଥମେ ଏସପି ଜଗମୋହନ ମୀନା ରକ୍ତଦାନ କରିଉକ୍ତ ଶିବିରଟିକୁ ଉଦଘାଟନି କରିବାପରେ ଥାନା ଅଧିକାରୀ, ପୁଲିସ କର୍ମଚାରି, ମା ଘର ମହିଳା ଓ ସ୍ୱେଚ୍ଛାସେବୀ ମାନେ ସ୍ୱଇଛାରେ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ। ପ୍ରବଳ ବର୍ଷାହେବା ସ୍ୱତ୍ୱେ ଉକ୍ତ ଶିବିରରେ ମୋଟ ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ଶିବୀରରେ ଏସଡିପିଓ ବିବେକ ଶ୍ରବଣ, ମାଲକାନଗିରି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରୀପାଠୀ, ଜିଲ୍ଲାରେଡ କ୍ରସ ସୋସାଇଟ ସଂପାଦକ ଅଧ୍ୟାପକ ରଜଂନ ସ୍ୱାଇଁ, ସମାଜେସେବି ଜି. ଶ୍ରୀନିବାସରାଓ, ଜିଲ୍ଲାରକ୍ତଭଣ୍ଡାର ଡାକ୍ତର ସନ୍ତୋଷ ସେନାପତି, ମା ଘର ମହିଳା ପ୍ରମୁଖ ଯୋଗଦେଇ ସ୍ୱଚ୍ଛାକୃତ ରକ୍ତଦାନ ଦ୍ୱାରା ଶରୀର ନିରୋଗ ରହିବା ସହତି ମନ ପ୍ରଫୁଲ ହୋଇ ଅନ୍ୟର ଜୀବନ ରକ୍ଷା ହୋଇପାରେ, ରକ୍ତଦାନ ଏକମହତ କାମର ଉଦେଶ୍ୟ ସଂପର୍କରେ ଆଲୋକ ପାତ କରିଥିଲେ।। ଏହି ଶିବିରରେ ରକ୍ତଭଣ୍ଡାର ଟେକନିସିଆନ ସୁଜଳରାୟ, ସନ୍ତୋଷ କୁମାର ଚୌଧୁରୀ, ମାନ ଖେମୁଡୁ ଯୋଗଦେଇ ରକ୍ତସଂଗ୍ରହ କରିଥିଲେ। ଏହି ରକ୍ତଦାନ ଶିବିରକୁ ଆମପୁଲିସ ସମିତି ଓ ଥାନା ଅଧିକାରୀ ପରିଚାଳନା କରିଥିଲେ।ମାଲକାନଗିରି ଜିଲ୍ଲା ହସପିଟାଲରେ ପ୍ରତି ମାସରେ ୨୦୦ରୁ ଉର୍ଦ୍ଦ ୟୁନିଟ ରକ୍ତ ରୋଗୀଙ୍କ ପାଇଁ ଆବସ୍ୟକ ପଡୁଥିବା ବେଳେ ଗତ ୨ମାସହେଲା ମାତ୍ର ୩୦ ୟୁନିଟରୁ ୪୦ ୟୁନିଟ ରକ୍ତ ଗଛିତ ରହୁଥିବାର ଜଣାପଡିଛି। ଜିଲ୍ଲାରେ ରକ୍ତ କିଣିବାପାଇଁ ଅନ୍ୟ ବ୍ୟବସ୍ଥା ନଥିବାରୁ ଗରିବ ରୋଗିମାନେ ଡାକ୍ତର ଖାନାରୁ ରକ୍ତ ପାଇପାରୁନାହାଁନ୍ତି। ଧନି ଶ୍ରେଣିର ରୋଗୀ ମାନେ ଜୟପୁର କୋରାପୁଟରୁ କିମ୍ବା ଅନ୍ୟଲୋକ ଯୋଗାଡ କରି ରକ୍ତ ନିଜ ରୋଗୀମାନଙ୍କୁ ଦେଉଛନ୍ତି। ପ୍ରସୂତୀ ମହିଳା ଓ ଅନ୍ୟାନ ଗୁରତର ରୋଗି ମାନଙ୍କୁ ରକ୍ତ ଦେବାର ଜରୁରରୀ ହୋଇପଡି ଥିଲେ ମଧ୍ୟ ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗିରହିଛି। ରକ୍ତଭଣ୍ଡାରର କ୍ଷମତା ବଡାଇଦିଆ ଯାଇଥିବା ବେଳେ ଗତ ଦୁଇମାସ ହେଲା ଠିକ ଭାବେ ରକ୍ତ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ହୋଇଛି। ଏସପି ଶ୍ରୀ ମୀନା ଙ୍କ ଉଦ୍ୟମରେ ମାଲକାନଗିରି ଥାନା ପରିସରରେ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କୁ ଜିଲ୍ଲାବାସୀ ସ୍ୱାଗତ ଜଣାଇଛନ୍ତି।

 

 

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top