ଜିଲ୍ଲା ପରିକ୍ରମା

ଆବାସ ହିତାଧିକାରୀଙ୍କୁ ବୋନସ ଟଙ୍କା ମିଳୁନି ଅପେକ୍ଷାରେ ୬୦ ହିତାଧିକାରୀ

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସବୁ କଚ୍ଚା ଘର ହେବ ପକା ଘର । ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କ ୁ ପକାଘର ଯୋଗାଇ ଦଅିାଯବି  । ଏହି କାର୍ଯ୍ୟାଦେଶ ପାଇବାର ନିର୍ଦ୍ଧାରିତ ସମୟରେ କାମ ଶେଷ କଲେ ଯୋଜନା ଅର୍ଥ ସହିତ ହିତାଧିକାରୀଙ୍କୁ ବୋନସ ଅର୍ଥ ମିଳିବ । ୪ ମାସରେ କାମ ଶେଷ କଲେ ବୋନାସ ଅର୍ଥ କୋଡିଏ ହଜାର ଓ ୬ ମାସରେ ଦଶ ହଜାର ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଥିଲା । ତେବେ ସରକାରଙ୍କର ଏହି ଘୋଷଣା ବାଟବଣା ହେବାକୁ ଯାଉଛି । ନିୟମ ଅନୁସାରେ ଘର ନିର୍ମାଣ ଶେଷ କରିଥିଲେ ବି ହିତାଧିକାରୀଙ୍କୁ ବୋନସ ଅର୍ଥ ମିଳୁନି । ବୋନସ ଲୋଭରେ ଧାର ଉଧାର କରି ଘର କାମ ସାରିଥିବା ହିତାଧିକାରୀଙ୍କ  ଚିନ୍ତା ବଢୁଛି । ପ୍ରାୟ ୬୦ ଜଣ ହିତାଧିକାରୀ ଟଙ୍କା ପାଇଁ ଅନାଇ ରହିଛନ୍ତି । ଟଙ୍କା ନଥିବାରୁ ବୋନସ ଅର୍ଥ ଦିଆଯାଇପାରିନାହିଁ । ଟଙ୍କା ଆସିଲେ ତୁରନ୍ତ ଦେବାର ବ୍ୟବସ୍ଥା କରିବୁ ବୋଲି ବିଡିଓ ବୀରକିଶୋର ପାଣିଗ୍ରାହୀ କହିନ୍ତି । ସରକାରୀ ନିୟମ କହୁଛି, ଆବାସ ଘରର କାର୍ଯ୍ୟାଦେଶ ସହିତ ହିତାଧିକାରୀଙ୍କୁ ପ୍ରଥମ କିସ୍ତିରେ ମିଳିବ ୨୦ ହଜାର ଟଙ୍କା । ଦ୍ୱିତୀୟ କିସ୍ତି ଅର୍ଥାତ ଘରର ପ୍ଲିନ୍ଥ କାମ ଶେଷ ହେବା ପରେ ୩୦ ହଜାର, ଛାତସ୍ତର ପହଞ୍ଚିବା ପରେ ତୃତୀୟ କିସ୍ତି ୪୦ ହଜାର ଓ ଚତୁର୍ଥ କିସ୍ତି ଅର୍ଥାତ ଘରର ଛାତ ସହିତ ପ୍ଲାଷ୍ଟର, ରଙ୍ଗ ଓ କବାଟ ଝରକା ଲାଗିଥିଲେ ବାକି ୩୦ହଜାର ଟଙ୍କା ମିଳିବ । ଯୋଜନାର ୧ ଲକ୍ଷ ୨୦ ହଜାର ଟଙ୍କା ହିତାଧିକାରୀଙ୍କୁ ଚାରିଟି କିସ୍ତିରେ ଜମାଖାତା ଜରିଆରେ ଦିଆଯିବ । ସବୁଠାରୁ ବଡକଥା ହେଲା, ଏହି ଘର କାମକୁ ୪ ମାସରେ ଶେଷ କଲେ ୨୦ ହଜାର ଓ ୬ ମାସରେ ଶେଷ କଲେ ୧୦ ହଜାର ଟଙ୍କା ହିତାଧିକାରୀ ବୋନସ ପାଇବ । ମାତ୍ର ଦୁଃଖର କଥା, ବୋନସ ପାଇଁ ଧାର ଉଧାର କରି ଘର କରିଥିବା ହିତାଧିକାରୀଙ୍କୁ ଟଙ୍କା ମିଳୁନି । ଘର ଶେଷ ହେବାର ମାସ ମାସ ବିତି ଯାଇଥିଲେ ବି ବୋନସ ଟଙ୍କା ମିଳୁନି । ଟଙ୍କା ପାଇଁ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟ ଯାଏ ହିତାଧିକାରୀ ଧାଉଁଛି । ହାତ ଉଧାର କରି ଘର କାମ ଶେଷ କରିଥିବା ହିତାଧିକାରୀ ଅଡୁଆରେ ପଡିଛନ୍ତି । ବୋନସ ଟଙ୍କା ଲୋଭରେ ଟାଣିଓଟାରି ଘରକାମ ଶେଷ କଲୁ । ଟଙ୍କା ମିଳୁନି, ଆମର ଭୁଲ ରହିଲା କେଉଁଠି ବୋଲି ହିତାଧିକାରୀ ପାଲଟା ପ୍ରଶ୍ନ କରୁଛନ୍ତି । ଖରିଦା ବିନାୟକପୁର, ଗୋବିନ୍ଦପୁର, ଆରୁହା, ବିଦେଇପୁର, ଖାଣ୍ଟଖୁଆଡ ଆଦି ବିଭିନ୍ନ ଅଞ୍ଚଳରେ ୬୦ଟି ବୋନସ ଆବେଦନ ପଡି ରହିଛି । ତେବେ ବେସରକାରୀ ଭାବେ ଏହି ସଂଖ୍ୟା ଅଧିକ ହେବ ବୋଲି ଶୁଣାଯାଉଛି । ସୂଚନା ଅନୁସାରେ, ବାସୁଦେବପୁର ବ୍ଲକର ୧୬-୧୭ ଆର୍ଥିକ ବର୍ଷରେ ବିଭିନ୍ନ ପଞ୍ଚାୟତରେ ୨୭୯୯ଟି ଘର ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ୧୪୦୯ ହିତାଧିକାରୀ ଚତୁର୍ଥ କିସ୍ତି ଅର୍ଥ ପାଇଛନ୍ତି । ୧୭- ୧୮ ଆର୍ଥିକ ବର୍ଷରେ ୩୬ ପଞ୍ଚାୟତରେ ୧୯୯୦ଟି ଘର ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ମାତ୍ର ୬୧୯ ଜଣ ଚତୁର୍ଥ କିସ୍ତି ପାଇଛନ୍ତି । ସେହିପରି ୧୮-୧୯ ଆର୍ଥିକ ବର୍ଷରେ ୩୬ ପଞ୍ଚାୟତରେ ୧୪୪୦ଟି ଘର ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୧୦୯ ଜଣ ଦ୍ୱିତୀୟ କିସ୍ତି ଅର୍ଥ ପାଇଛନ୍ତି । ସରକାରୀ ନିୟମରେ ଘର କରି ବାରଦ୍ୱାର ହେଉଥିବା ହିତାଧିକାରୀଙ୍କୁ କେବେ ବୋନସ ଟଙ୍କା ମିଳୁଛି ସମୟ କହିବ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top