ଆବସ ଯୋଜନା ହିତାଧିକାରୀଙ୍କ ଫାଇଲ ଗାଏବ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୬/୦୫ – ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଫେଲମାରିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ବ୍ଲକର ସଦର ମହକୁମା ଗ୍ରାମପଂଚାୟତ ସହ ପୁଜାରୀଗୁଡା, ପାର୍ସାଲି ଏବଂ ସିଙ୍ଗାରୀ ଗ୍ରାମପଂଚାୟତରେ ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଥିବା ୩୬ଜଣ ହିତିଧିକାରୀଙ୍କ ଫାଇଲ ହଜିଯାଇଥିବା ଏବେ ଚିନ୍ତାର କାରଣ ବନିଛି । ଫଳରେ ବର୍ଷବର୍ଷ ଧରି ଅଧାଗଢ଼ା ଘର କରି ହିତାଧିକାରୀ ଟଙ୍କା ପାଇନଥିବା ଭଳି ସମସ୍ୟା କଲ୍ୟାଣସିଂହପୁର ପଂଚାୟତ ସମିତିରେ ଦେଖାଦେଇଛି । ବ୍ଲକ ସଦର ମହକୁମା ଗ୍ରାମପଂଚାୟତ ସହ ପୁଜାରୀଗୁଡରା, ପାର୍ସାଲି ଏବଂ ସିଙ୍ଗାରୀ ଏହି ଚାରୋଟି ପଂଚାୟତର ହିତାଧିକାରି ଧାର କରଜ କରି ଟଙ୍କାଆଣି ଗୋଡି, ବାଲି ଏବଂ ଇଟା ସଂଗ୍ରହ କରି ଘରଖଣ୍ଡିଏ କରିବାର ସ୍ୱପ୍ନ ଅଧାରେ ରହିଯାଇଛି । ଇନ୍ଦିର ଆବାସ, ବିଜୁ ପକ୍କାଘର ହେଉବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ଚଳିତବର୍ଷ ଆରମ୍ଭରୁ ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକରେ ବ୍ୟପକ ଦୁର୍ଣ୍ଣିତ ହୋଇଥିବାର ଗନ୍ଧ ବାରିଛି ଦୁର୍ନିତି ନିବାରଣ ବିଭାଗ । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ଜାରିରହିଥିବାବେଳେ ସେପଟେ ସମାନ୍ତରାଳ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ସବୁଠାରୁ ବଡ଼କଥା ବ୍ଲକର ପୁଜାରୀଗୁଡା, ପାର୍ସାଲି, ସିଙ୍ଗାରୀ ଓ କଲ୍ୟାଣସିହପୁର ୪ଟି ପଂଚାୟତର ୩୬ଜଣ ହିତାଧିକାରିଙ୍କ ଫାଇଲ ଏକାଥରକେ ଉଭାନ ହୋଇଯିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ୪ଟି ଗ୍ରାମ ପଂଚାୟତ ରେ ୨୦୧୪-୧୫ ଏବଂ ୨୦୧୬-୧୭ ବର୍ଷରେ ହିତାଧିକାରୀ ଚୟନ କରି ୩୬ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା । କାର୍ଯ୍ୟାଦେଶ ପାଇବା ପରେ ଧାର କରଜରକରି ନିଅ ସାଙ୍ଗକୁ ଅନେକାଶଂରେ ଘରର ଛାତ ପର୍ଯ୍ୟନ୍ତ ନିର୍ମାଣ ସରିଥିଲେ ସୁଧା ପଂଚାୟତ କାର୍ଯ୍ୟାଳକୁ ଦୈାଡ଼ିଦୈାଡ଼ି ନୟାନ୍ତ ହୋଇଥିଲେ ସୁଧା ଏଯାଏଁ ଟଙ୍କାଟିଏ ପାଇନଥିବା କହିଛନ୍ତି ପଦ୍ମନ ଭତ୍ରା ନାମକ ଜଣେ ହିତାଧିକାରୀ । ସବୁବେଳେ କେବଳ ପ୍ରତିଶୃତି ବ୍ୟତିତ ଟଙ୍କା ନମିଳିବା ଯୋଗୁଁ କଥା ଯାଇ ପହଁଚିଥିଲା ଦୁର୍ନିତି ନିବାରଣ ବିଭାଗ ପାଖରେ । ତେବେ ବର୍ତମାନ ସୁଧା ୩୬ଜଣଙ୍କ ଫାଇଲ ଗ୍ରାମ ପଂଚାୟତ ବା ବ୍ଲକ କାର୍ଯ୍ୟାଳୟ କେଉଁଠି ମଧ୍ୟ ମିଳୁନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି କେବଳ ୩୭ ଫାଇଲ ଗାୟେବ ହୋଇଛି ନା ଆହୁରି ଅନେକ ହୋଇଛି । ତେବେ ପଂଚାୟତରର ସମସ୍ତ କାର୍ଯ୍ୟ ପଂଚାୟତ ନିର୍ବାହି ଅଧିକାରୀଙ୍କ ତତ୍ୱାବଧାନରେ ହୋଇଥାଏ । କ୍ଷେତ୍ରରେ କାର୍ଯ୍ୟ ପରିଚାଳନ କରିବାପାଇ ଜିଆରଏସ ରହିଥାନ୍ତି । ଉଭୟଙ୍କ ତତ୍ୱାବଧାନରେ ରହିଥିବା ଫାଇଲ କେଉଁ ପରିସ୍ଥିତିରେ ହଜିଯାଇଛି ତାର ଉଚ୍ଚସ୍ତରିୟ ତଦନ୍ତ ପାଇଁ ଦାବି କରିଛନ୍ତି ଆଉଜଣେ ହିତାଧିକାରୀ ଚଇତନ ନାର୍ସିକା । ଫାଇଲ ହଜିଯିବ ଘଟଣା ବିଷୟରେ ବିଡିଓ ଅନୁପ ପଣ୍ଡାଙ୍କୁ ପଚାରିବାରେ ଲୋକଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ ଉଭୟ ଦୁର୍ନିତି ନିବାରଣ ବିଭାଗ ଏବଂ ଜିଲ୍ଲାପ୍ରଶାସନ ପକ୍ଷରୁ ପୃଥକ ପୃଥକ ଭାବେ ଚାଲିଛି । ତଦନ୍ତ ରିପୋର୍ଟ ମିଳିବା ପରେ ବାକି ଟଙ୍କା ପାଇବାର ପଦକ୍ଷେପ ନିଆଯିବ ବୋଲି ବିଡିଓ ଦର୍ଶାଇଛନ୍ତି ।

Leave a Reply

Your email address will not be published. Required fields are marked *