ଆବଶ୍ୟକୀୟ ଚାରା ଯୋଗାଇବାରେ ବନ ବିଭାଗ ବିଫଳ ବୋଲି ଜେଏସଏସ ପକ୍ଷରୁ ଅଭିଯୋଗ

ତାଳଚେର, ୧୦/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଯୁବ ସମାଜସେବୀ ସଙ୍ଗଠନ, ତାଳଚେର ତରଫରୁ ତାଳଚେର ସ୍ୱଂୟଶାସିତ ମହାବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ଯଯାତୀ ପଟ୍ଟନାୟକ, ସଭାପତି ସ୍ୱାଧୀନ କୁମାର ଥମ୍ବ, ଯତୀନ ମହାନ୍ତି, ବିଶ୍ୱରଞ୍ଜନ ତୁଙ୍ଗସାମନ୍ତ, ସୁଜିତ କୁଅଁର, ଶେଖ ମନୋହର, ମନୋଜ ବେହେରା, ଜଗା ବେହେରା, କାଳିଆ ପ୍ରମୁଖ ଯୋଗ ଦେଇ ସାମୁହିକ ବୃକ୍ଷରୋପଣ କରିଥିଲେ। ତାଳଚେର ଏକ ଉତପ୍ତ ଏବଂ ପ୍ରଦୁଷିତ ସହର ହୋଇଥିଲେ ମଧ୍ୟ ବନବିଭାଗ ପକ୍ଷରୁ ଆବଶ୍ୟକୀୟ ବୃକ୍ଷରୋପଣ କରାଯାଉ ନାହିଁ। ବନ ମହୋତ୍ସବ ସପ୍ତାହ ଶେଷ ହୋଇ ଯାଇଥିଲେ ମଧ୍ୟ ତାଳଚେର ବନ ବିଭାଗ ଚାରା ଯୋଗାଇବାରେ ବିଫଳ ହୋଇଥିବାରୁ ସଙ୍ଗଠନ ପକ୍ଷରୁ ଏହାର ତୀବ୍ର ନିନ୍ଦା କରା ଯାଇଥିଲା ଏବଂ ଆଗାମୀ ଦିନରେ ଏହା ବିରୁଦ୍ଧରେ ଆନ୍ଦୋଳନ କରାଯିବ ବୋଲି ବନ ବିଭାଗକୁ ଚେତାବନୀ ଦିଆ ଯାଇଥିଲା।

 

Leave a Reply

Your email address will not be published. Required fields are marked *