ଜିଲ୍ଲା ପରିକ୍ରମା

ଆବର୍ଜନାପୂର୍ଣ୍ଣ ଡ୍ରେନ ପାଖ ଦେଇ ଯାଉଛି ପିଇବା ପାଣିର ପାଇପ ଲାଇନ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ ପରେ ତଦନ୍ତ ଲାଗି ନିର୍ବାହୀ ଯନ୍ତ୍ରୀଙ୍କୁ ନିଦେ୍ର୍ଦଶ

ଭଦ୍ରକ,୨୦ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ସହର ଉପକଣ୍ଠସ୍ଥ ଏରେଇଁ ଗ୍ରାମରେ ନିର୍ମାଣାଧୀନ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର କାର୍ଯ୍ୟ ଅତି ବେପରୁଆ ଢଙ୍ଗରେ ଚାଲିଛି । ଠିକାଦାର ନିଜ ମର୍ଜିରେ କାମ କରୁଥିବା ବେଳେ କାମ ତଦାରଖ କରିବାକୁ ଯନ୍ତ୍ରୀଙ୍କର ଦର୍ଶନ ମିଳୁନି । ନିମ୍ନମାନର କାମ ସାଙ୍ଗକୁ ଆବର୍ଜନା ନାଳକୁ ସଂଯୋଗ କରି ଯାଉଛି ପିଇବା ପାଣିର ପାଇପ । ଯାହାକି ଭବିଷ୍ୟତରେ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଣିବା ନିଶ୍ଚିତ ସମ୍ଭାବନା ରଖୁଛି । ତେବେ ଏ ସଂପର୍କରେ ସ୍ଥାନୀୟ ଜଣେ ସଚେତନ ନାଗରିକ ଅବିନାଶ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ କରି ଜଣାଇବା ପରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ କରିବାକୁ ସହକାରୀ ଯନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏରେଇଁ ପଞ୍ଚାୟତରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏକ ଓଭରହେଡ୍ ଟ୍ୟାଙ୍କ ସହିତ ପାଇପ ଲାଇନ ବିଛାଯାଉଛି । ପଞ୍ଚାୟତରେ ପୂର୍ବରୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏକ ଜଳ ନିଷ୍କାସନ ନାଳ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡି ରହିଛି । ଉକ୍ତ ନାଳ ଦେଇ ଆବର୍ଜନା ଓ ମଇଳା ପାଣି ଯାଉଛି । ତେବେ ଜଳଯୋଗାଣ ବିଭାଗ ପକ୍ଷରୁ ଏବେ ଯେଉଁ ପିଇବା ପାଣି ଯୋଗାଣ ପାଇଁ ପାଇପ ଲାଇନ ବିଛା ଯାଉଛି ତାହା ଉକ୍ତ ଆବର୍ଜନା ନାଳକୁ ସଂଯୋଗ କରି ବିଛା ଯାଉଛି । ଯେଉଁଠାରେ ଆବର୍ଜନା ପାଣିର ନାଳ ସରିଛି ସେହିଠାରେ ପିଇବା ପାଣିର ପାଇପ ମଇଳା ପାଣିରେ ଭାସୁଛି । ଅତୀତରେ କଟକ ସମେତ ଅନ୍ୟ କେତେକ ସହରରେ ଆବର୍ଜନା ନାଳ ପାଖ ଦେଇ ଯାଇଥିବା ପିଇବା ପାଣି ପାଇପ ଲାଇନ କଣା ହୋଇ ସହରରେ ଜଣ୍ଡିସ ବ୍ୟାପିବାର କାରଣ ହୋଇଥିବାର ନଜିର ରହିଛି । ଏଠାରେ ମଧ୍ୟ ତାହା ହେବାର ସମ୍ଭାବନା ରଖୁଛି । ବିଛା ଯାଇଥିବା ପାଇପ ଲାଇନରୁ କେହି ଘରୋଇ ସଂଯୋଗ ନେଲେ ନାଳର ପାଣି ପିଇବା ପାଣିରେ ମିଶିଯିବାର ଆଶଙ୍କା ରହିଛି । ଯଦି ଉକ୍ତ ପାଇପ ଲାଇନଟି ରାସ୍ତାର ଅପରପାଶ୍ୱର୍ରେ ଅର୍ଥାତ ଡ୍ରେନ ନଥିବା ପାଶ୍ୱର୍ରେ ବିଛା ଯିବାର ବ୍ୟବସ୍ଥା ହୁଅନ୍ତା ତାହାହେଲେ ଏଭଳି ଆଶଙ୍କାକୁ ଦୂର କରାଯାଇପାରନ୍ତା । ମାତ୍ର ଏହା ନକରି ଠିକାଦାର ମନମୁଖୀ ଭାବେ ପାଇପ ଲାଇନ ବିଛାଉଥିବା ବେଳେ ପ୍ରତିବାଦ କଲେ ମଧ୍ୟ କେମହି ଶୁଣିବାକୁ ନାହାନ୍ତି । ଏ ସଂପର୍କରେ ସମାଜସେବୀ ଅବିନାଶ ଜେନା ୱିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ । ଗ୍ରାମ୍ୟ ଜଳଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଅନ୍ତର୍ଯ୍ୟାମୀ ନାୟକଙ୍କୁ ଏ ସଂପର୍କରେ ଯୋଗାଯୋଗ କରିବାରେ ସେ କୁହନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ପରେ ମୁଁ ସହକାରୀ ଯନ୍ତ୍ରୀଙ୍କୁ କ୍ଷେତ୍ରୀୟ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛି । ରିପୋର୍ଟ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ନାୟକ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top