ଆନ୍ତର୍ଜାତୀୟ

ଆଫଗାନିସ୍ଥାନରେ ଆତଙ୍କବାଦୀ ଆକ୍ରମଣ: ୧୧ ମୃତ ୩୧ ଆହତ

ଜଲାଲାବାଦ ୩୧-୭ (ଓଡ଼ିଆ ପୁଅ) ପୂର୍ବ ଆଫଗାନିସ୍ଥାନରେ ମଙ୍ଗଳବାରଦିନ ଏକ ସରକାରୀ ବିଲ୍ଡିଂ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟର ଅନେକ ଘଣ୍ଟା ପରେ ଏହା ସମାପ୍ତ ହୋଇଥିଲା। ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିଯେ, ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ଅତି କମରେ ୧୪ ଜଣ ଲୋକ ଆହତ ହୋଇଛନ୍ତି। ନାଙ୍ଗରହାର ପ୍ରାନ୍ତର ଗଭର୍ନରଙ୍କର ପ୍ରବକ୍ତା ଅତାଉଲ୍ଲା ଖୋଗୟାନୀ ନେ କହିଛନ୍ତି, ‘ ଏହି ଅପରେସନ୍ ସମାପ୍ତ ହୋଇଛି ଏବଂ ଦୁଇଜଣ ଆକ୍ରମଣକାରୀଙ୍କୁ ସୁରକ୍ଷା କର୍ମୀମାନେ ମାରିଛନ୍ତି।’

ଅନ୍ୟ ପଟେ ପଶ୍ଚମ ପ୍ରାନ୍ତରେ ମଙ୍ଗଳବାର ଦିନ ଏକ ବମ ବିଷ୍ପୋରଣରେ ୧୧ଜଣ ଲୋକଙ୍କର ମୃତ୍ୟୁ ହୋଇଛି ୩୧ ଜଣ ଆହତ ହୋଇଛନ୍ତି। ତାଲିବାନ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ନିଜକୁ ଦାୟୀ କରିନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top