ଗଜପତି

ଆପ ପକ୍ଷରୁ ଜିଲାର ବିଭିନ୍ନ ସମସ୍ୟା ଉପସ୍ଥାପନ

ପାରଳାଖେମୁଣ୍ଡି,୫ା୪(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଜିଲା ଆପ ଦଳ ପକ୍ଷରୁ ଉକ୍ରଳ ଦିବସ ପାଳନ କରାଯିବା ସହ ଜିଲାର ବିଭିନ୍ନ ସମସ୍ୟା ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଉପସ୍ଥାପିତ ହୋଇଛି । ଗତ ଉକ୍ରଳ ଦିବସ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀଛକ ଠାରେ ଜିଲା ଆପ ପକ୍ଷରୁ ନବଉକ୍ରଳ ପ୍ରଦେଶର ନିର୍ମାତା ମାହାରାଜାଙ୍କ ପ୍ରତିମୁ୍ର୍ତ୍ତୀରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ବଜାର ଛକ ସ୍ଥିତ ମାହାରାଜାଙ୍କ ପ୍ରତିମୁର୍ତ୍ତୀରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ଓଡିଆ ଭାଷାର ପ୍ରଚଳନ ଓ ସରକାରୀ ସ୍ତରରେ ବ୍ୟବହାରକୁ ନେଇ ଗଜପତି ଜିଲାପାଳଙ୍କ ପଦକ୍ଷେପକୁ ଆପର ଜିଲା ଆବାହକ ଶିଶିର କୁମାର ଭଞ୍ଜସାମନ୍ତ ଏବଂ ଦଳ ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ସେହିପରି ଜିଲାର ବିଭିନ୍ନ ସମସ୍ୟା ରହିଥିବା ବେଳେ ଅନେକ ଉନ୍ନୟନ ମୁୁଳକ କାର୍ଯ୍ୟ ଅଧୁରା ରହିଥିବାରୁ ଦଳ ପକ୍ଷରୁ ଉଦ୍ବେଗ ପ୍ରକାଶ କାଯାଇଛି । କୃଷି କ୍ଷେତ୍ରରେ ଜିଲାର ଉନ୍ନତି ପାଇଁ ମହାରାଜାଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ସାଗରଗୁଡିକ ପୁନରୁଦ୍ଧାର ହୋଇପାରୁନଥିବାରୁ ଦଳପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି । ଅନେକ ଦାବିପରେ ମଧ୍ୟ ରାଜ୍ୟ ସରକାର ମହାରାଜାଙ୍କ ନାମରେ ଏକ ସ୍ଥାୟୀ ଯୋଜନା କରିନଥିବାରୁ ଦଳପକ୍ଷରୁ ଅସେନ୍ତୋଷ ବ୍ୟକ୍ତ କରାଯାଇଛି । ଜିଲାରେ ସ୍ୱାସ୍ଥ୍ୟସେବା ବିପର୍ଜସ୍ଥ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅଭାବ ରହିଥିବା ବେଳେ ସରକାର ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାର ପ୍ରତିଶ୍ରୁତି ଦେଇ ଛଳନା କରୁଛନ୍ତି ବୋଲି ଜିଲା ଆପ ଏହି ପ୍ରେସ ବିବୃତି ମାଧ୍ୟମରେ ପ୍ରକାଶ କରିଛି । ଜିଲାର ପ୍ରଗତି ଓ ସ୍ୱାଭିମାନ ପାଇଁ ସମସ୍ତେ ଏକ ହୋଇ କାର୍ଯ୍ୟ କରିବାକୁ ଜିଲା ଆପ ପକ୍ଷରୁ ଡିଏନ ଜମାଦାର, କିଶୋରଚନ୍ଦ୍ର ଗୁରୁ, ଲିଙ୍ଗରାଜ ପାଣିଗ୍ରାହୀ, ଇଶ୍ୱର ରାଓ, ଉମାଶଙ୍କର ପଟ୍ଟନାୟକ ପ୍ରମୁଖ ଆହ୍ୱାନ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top