ଓଡ଼ିଶା

ଆପଣଙ୍କ ମୋବାଇଲ ନମ୍ବର ସହ ଆଧାର ଲିଙ୍କ୍‌ ହୋଇନାହିଁ କି ଡାଏଲ କରନ୍ତୁ 14546 ଘରେ ବସି ହୋଇଯିବ ଲିଙ୍କ

ନୂଆଦିଲ୍ଲୀ ୨-୧ (ଓଡ଼ିଆ ପୁଅ): ଆପଣଙ୍କ ମୋବାଇଲ ନମ୍ବର ସହ ଆଧାର ଲିଙ୍କ୍‌ ହୋଇନାହିଁ କି? ଚିନ୍ତା କରିବାର ଆଉ କୌଣସି ଆବଶ୍ୟକତା ନାହିଁ ଘରେ ବସି ଆଧାର ସହ ଆପଣଙ୍କ ମୋବାଇଲ୍ କୁ ଲିଙ୍କ କରନ୍ତୁ। ଆଉ ମୋବାଇଲ ଦୋକାନକୁ ଯିବାକୁ ପଡ଼ିବ ନାହିଁ। ଆଜିଠାରୁ ୟୁଆଇଡିଏଆଇ (UIDAI) ପକ୍ଷରୁ ଓଟିପି (OTP) ଭିତ୍ତିକ ଆଇଭିଆରଏସ୍‌ (IVRS) ବ୍ୟବସ୍ଥା ଲାଗୁ ହୋଇଛି। ଏହା ଦ୍ୱାରା ଲିଙ୍କ୍‌ ହୋଇନଥିବା ଫୋନରୁ ୧୪୫୪୬ ନମ୍ବରକୁ ଫୋନକରି ଉପଭୋକ୍ତା ଆଧାର ଲିଙ୍କ କରିପାରିବେ।

କେମିତି କରିବେ ଆଧାର ସହ ମୋବାଇଲ୍ କୁ ଲିଙ୍କ ଫଲୋ କରନ୍ତୁ ନିମ୍ନ ଲିଖିତ କ୍ରମଧାରାକୁ ….

୧. ନିଜ ଫୋନରୁ ୧୪୫୪୬ ନମ୍ବରକୁ ଫୋନକରନ୍ତୁ ଓ ଆଇଭିଆର୍‌ ଭଏସକୁ ଅପେକ୍ଷା କରନ୍ତୁ।
୨. କଲ୍‌ ଲାଗିଗଲେ ଆପଣ ନିଜ ସୁବିଧା ଅନୁସାରେ ଗୋଟିଏ ଭାଷା ବାଛନ୍ତୁ।
୩. ଏହା ପରେ ଆପଣଙ୍କୁ ଆଧାର ନମ୍ବର ଏଣ୍ଟର କରିବାକୁ କୁହାଯିବ। ଆଧାର ନମ୍ବର ଲେଖିବା ପରେ ତାହାକୁ ୟୁଆଇଡିଏଆଇ ନିକଟକୁ ଭେରିଫିକସନ ପାଇଁ ପଠାଯିବ।
୪. ଭେରିଫିକେସନ ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। କଲ୍‌ ସମୟରେ ଆପଣଙ୍କୁ ଉକ୍ତ ଓଟିପି ନମ୍ବରକୁ ଏଣ୍ଟର କରିବାକୁ ହେବ।
୫. ଓଟିପି ଏଣ୍ଟର କଲା ପରେ ପରେ ପଚରାଯିବ କି ଆପଣଙ୍କ ଉକ୍ତ ମୋବାଇଲ ସେବା କଂପାନୀର ଅନ୍ୟ କୌଣସି ଅନ୍ୟ ଫୋନ୍ ଅଛିକି? ଯଦି ଅଛି ତେବେ ଭଏସ୍ କଲ୍ ର ନିର୍ଦ୍ଦେଶାନୁଯାୟୀ କରନ୍ତୁ।
୬. ଏହାପରେ ଏକ କନଫର୍ମେସନ ଏସଏମଏସ ଆସିବ ଏବଂ ୨୬ ଘଣ୍ଟା ଅପେକ୍ଷା ପରିବା ପରେ ଆଧାର ଲିଙ୍କ ବିଷୟରେ ଏକ ଏସ୍.ଏମ୍.ଏସ୍ ଆସିବ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top