ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ବିରୁଦ୍ଧରେ ମହାରାଷ୍ଟ୍ରର କୋର୍ଟ ଜାରୀ କଲେ ଆରେଷ୍ଟ ୱାରେଣ୍ଟ

– ବାବଲୀ ନଦୀ ଜଳ ପରିଯୋଜନା ସହିତ ସମ୍ପୃକ୍ତ ଏହି ମାମଲା
ହାଇଦ୍ରାବାଦ ୧୪-୯ (ଓଡ଼ିଆ ପୁଅ) ୨୦୧୦ର ଗୋଦାବରୀ ନଦୀ ଉପରେ ବାବଲୀ ଜଳ ପରିଯୋଜନା ସମ୍ପର୍କୀତ ଏକ ମାମଲାରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ବିରୁଦ୍ଧରେ ମହାରାଷ୍ଟ୍ରର ଏକ ସ୍ଥାନୀୟ କୋର୍ଟ ଆରେଷ୍ଟ ୱାରେଣ୍ଟ ଜାରୀ କରିଛନ୍ତି। ଏହି ମାମଲାରେ ତାଙ୍କ ଉପରେ ଆଇପିସିର ଅଲଗା-ଅଲଗା ଧାରା ଲଗାଯାଇଛି। କୋର୍ଟ ଚନ୍ଦ୍ରବାବୁଙ୍କ ସମେତ ସମସ୍ତ ଆରୋପିମାନଙ୍କୁ ୨୧ ସେପ୍ଟେମ୍ବରରେ କୋର୍ଟରେ ହାଜର ହେବାକୁ ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟଯେ, ନାନ୍ଦେଡ଼ ଜିଲ୍ଲାରେ ଧର୍ମାବାଦର ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ ଏନ.ଆର. ଗଜଭିୟେ ଏହି ମାମଲାରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି।

ସୂଚନା ମୁତାବକ ଯେଉଁ ମାମଲାରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରୀ କରାଯାଇଛି ତାହା ୨୦୧୦ ର ଗୋଦାବରୀ ନଦୀଙ୍କ ଉପରେ ବାବଲୀ ପରିଯୋଜନା ସମ୍ପର୍କୀତ ମାମଲା। ଯେଉଁଥିରେ ତାଙ୍କ ଉପରେ ଜନସେବକମାନଙ୍କୁ କାମ କରିବାରେ ବାଧା ପହଁଚାଇବା ଏବଂ ତାଙ୍କ ଉପରେ ଆକ୍ରମଣ କରିବା ମାମଲାରେ ଦର୍ଶାଯାଇ ତାଙ୍କ ବିରୁଦ୍ଧରେ ଅପରାଧିକ ଶକ୍ତି ପ୍ରଯୋଗ କରିବା ଏବଂ ଜାଣିଶୁଣି ଅନ୍ୟମାନଙ୍କ ଜୀବନ ଉପରେ କ୍ଷତି ପହଁଚାଇବା ମାମଲାରେ ଆଇପିସିର ଅଲଗା-ଅଲଗା ଧାରା ଲଗାଯାଇଛି।

ଏହି ମାମଲାରେ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ଅନ୍ୟ ୧୫ ଆରୋପିମାନଙ୍କୁ ସେ ସମୟରେ ଗିରଫ କରି ପୁଣେର ଜେଲରେ ରଖାଯାଇଥିଲା। ଯେତେବେଳେ ସେ ଆନ୍ଧ୍ର ପ୍ରଦେଶରେ ବିରୋଧି ଦଳରେ ଥିଲେ। ଏହି ପୂରା ମାମଲାରେ ଚନ୍ଦ୍ରବାବୁ କହିଥିଲେ କି ବାବଲୀ ପରିଯୋଜନାରେ ନଦୀର ଧାରାରେ ତଳ କ୍ଷେତ୍ରର ଲୋକ ବହୁତ ପ୍ରଭାବିତ ହେବେ। କିଛି ସମୟ ପରେ ତାଙ୍କୁ ଅନ୍ୟ ସମସ୍ତ ଆରୋପିମାନଙ୍କ ସହିତ ଛାଡ଼ି ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *