ଆନ୍ଧ୍ର ପ୍ରଦେଶରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ କ୍ୟାବିନେଟ ଅନୁମୋଦନ

ନୂଆ ଦିଲ୍ଲୀ ୧୬ ମଇ (ଓଡ଼ିଆ ପୁଅ) ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଜିଲ୍ଲାର ଜନ୍ଥାଲୁରୁ ଗ୍ରାମରେ “ଆନ୍ଧ୍ରପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ” ନାମରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନୀତିଗତ ଅନୁମୋଦନ ମିଳିଛି। କଥିତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ପ୍ରାରମ୍ଭିକ ବ୍ୟୟ ବାବଦରେ ୪୫୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଛି।

ତେବେ ୨୦୧୮-୧୯ ଶିକ୍ଷା ବର୍ଷ ଠାରୁ ଏହି ବିଶ୍ୱ ବିଦ୍ୟାଳୟ ଏକ ଟ୍ରାଞ୍ଜିଟ କ୍ୟାମ୍ପସରେ କାର୍ଯ୍ୟକ୍ଷମ ହେବ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆଇନ, ୨୦୦୯ରେ ସଂଶୋଧନ ନହେବା ପର୍ଯ୍ୟନ୍ତ ଏହି ବିଶ୍ୱବିଦ୍ୟାଳୟକୁ ଏକ ଟ୍ରାଞ୍ଜିଟ କ୍ୟାମ୍ପସରେ ଚଳାଇବା ଲାଗି ଆଇନଗତ ଅନୁମତି ଦେବା ସକାଶେ ସୋସାଇଟିଜ ରେଜିଷ୍ଟ୍ରେସନ ଆଇନ, ୧୯୮୦ ଅନୁଯାୟୀ, ଏକ ସୋସାଇଟି ଗଠନ କରାଯିବ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି। ନୂଆ ବିଶ୍ୱବିଦ୍ୟାଳୟର ପରିଚାଳଚନା ଢାଂଚା ଚୂଡ଼ାନ୍ତ ରୂପ ନ ନେବା ପର୍ଯ୍ୟନ୍ତ ବର୍ତମାନର ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଧୀନରେ ଏହି ବିଶ୍ୱବିଦ୍ୟାଳୟ ପରିଚାଳିତ ହେବ।

ଏହି ଅନୁମୋଦନ ଫଳରେ ଉଚ୍ଚଶିକ୍ଷାର ମାନ ଏବଂ ଉପଲବ୍ଧତା ବୃଦ୍ଧି ପାଇବ। ଏହା ଶିକ୍ଷାଗତ ସୁବିଧା କ୍ଷେତ୍ରରେ ରହିଥିବା ଆଂଚଳିକ ତାରତମ୍ୟକୁ ଦୂର କରିବ ଏବଂ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ, ୨୦୧୪ର ବ୍ୟବସ୍ଥା ଅନୁଯାୟୀ ହେବ।

Leave a Reply

Your email address will not be published. Required fields are marked *