କୋରାପୁଟ

ଆନ୍ଧ୍ରପ୍ରଦେଶ ଓ ଓଡିଶାରେ ଭତାର ତାରତମ୍ୟ କାହିଁକି-ବନବାସୀ ସଂସ୍କୃତି ସୁରକ୍ଷା ସମିତି

କୋରାପୁଟ ; ତା୧୨-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ଭାରତବର୍ଷରେ କରାଯାଇଥିବା ନିୟମ ସବୁରାଜ୍ୟ ପାଳନ କରିବାକୁ ଥିବା ବେଳେ ଆନ୍ଧ୍ରପ୍ରଦେଶ ଓ ଓଡିଶାରେ ଭତାର ତାରତମ୍ୟ କାହିଁକି ରହୁଛି ବୋଲି ବନବାସୀ ସଂସ୍କୃତି ସୁରକ୍ଷା ସମିତି ପଟ୍ଟାଙ୍ଗୀ ତରଫରୁ ପ୍ରଶ୍ନ କରାଯାଇଛି।ଆନ୍ଧ୍ରରେ ଦିବ୍ୟାଙ୍ଗ ଭତା ୧୫୦୦ ଟଙ୍କା ଥିବା ବେଳେ ଓଡିଶାରେ ୫୦୦ ଟଙ୍କା, ବିଧବା ଓ ବାର୍ଦ୍ଧିକ ଭତା ଆନ୍ଧ୍ରରେ ୧୦୦୦ ଟଙ୍କା ଥିବା ବେଳେ ଓଡିଶାରେ ୩୦୦ ଟଙ୍କା ରହିଛି ବୋଲି ସମିତି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି।ବିବାଦୀୟ କୋଟିଆ ଗ୍ରାମପୁଞରେ ହିତାଧିକାରୀମାନେ ଆନ୍ଧ୍ର ସରକାର ଦେଉଥିବା ଅର୍ଥ ପାଉଥିବାରୁ ପଟ୍ଟାଙ୍ଗୀର ହିତାଧିକାରୀମାନେ ଏହି ସୁବିଧା ପାଇବାରୁ ବଂଚିତ ହେଉଛନ୍ତି ବୋଲି କୁହାଯାଇଛି।ତେଣୁ ମୁଖ୍ୟମନ୍ତ୍ରୀ ଏହି ତାରତମ୍ୟକୁ ହଟାଇ ଆନ୍ଧ୍ର ଦେଉଥିବା ଅନୁସାରେ ଭତା ପ୍ରଦାନ କରିବାକୁ ଦାବି କରାଯାଇଛି।ପଟ୍ଟାଙ୍ଗୀଠାରେ ଏକ ଜରାଶ୍ରମ ପ୍ରତିଷ୍ଠା କରିବାକୁ ଦାବି କରାଯାଇଛି। ସମିତିର ଆବାହକ ତାଉଡୁ ଦୋରାଙ୍କ ନେତୃତ୍ୟରେ ଶତାଧିକ ସଭ୍ୟ/ସଭ୍ୟା ବ୍ଲକ ସଦର ମହକୁମାରେ ଶୋଭାଯାତ୍ରା କରି ସ୍ଥାନୀୟ ବିଡିଓ କରୁଣାକର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ସିରମା ଖିଲ, ଶଙ୍ଗର ପାଙ୍ଗୀ, ବିମଳ ମୁଣ୍ଡା, ଜୟସେନ ଇରଙ୍ଗାଇ, ଲକ୍ଷ୍ଣଣ ପଡାଲ, ନାଗେଶ୍ୱର ତାମେଲ, ଅମିନ୍ଦ୍ର ଖରା, ଓ ପୂର୍ଣ୍ଣ ପୂଜାରୀ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top