ଆନ୍ଧ୍ରପ୍ରଦେଶରେ ଓଡ଼ିଆ ଯୁବକ ବନ୍ଧା !

ଅନୁଗୋଳ ୩ ଜୁନ୍ (ଓଡ଼ିଆ ପୁଅ/ଗୌରବ ଦାସ) ଆନ୍ଧ୍ରକୁ ଆଲୁମିନିୟମ ବୋଝେଇ ଟ୍ରକ ନେଇ ଯାଇଥିଲେ ଡ୍ରାଇଭର ପିଣ୍ଟୁ ପଲେଇ। ହାଇଦ୍ରାବାଦରେ ଆଲୁମିନିୟମ ଅନ୍ଲୋଡିଂ କରି ଘରକୁ ଫେରିବା ବାଟରେ ନେଲୁର ଠାରେ ଘଟିଲା ମର୍ମନ୍ତୁଦ ସଡକ ଦୃର୍ଘଟଣା। ଟ୍ରକ ସହ ଟ୍ରକ ଧକ୍କା ହେଲା ଫଳରେ ପିଣ୍ଟୁ ଗୁରୁତର ଆହତ ହେଇ ଆନ୍ଧ୍ର ପ୍ରଦେଶର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାତ ହେଉଥିଲେ। ଦୃର୍ଘଟଣାରେ ଦୁଇ ଗୋଡ଼ରେ ଗୁରୁତର ଆଘାତ ଫଳରେ ଗୋଟିଏ ଗୋଡ଼ କାଟି ଦିଆଗଲା ଉକ୍ତ ଚିକିତ୍ସାଳୟରେ। କିନ୍ତୁ ଅଧିକ ଦୁଃଖ ଦାୟକ ବିଷୟ ହେଉଛି ଚିକିତ୍ସା ଖର୍ଚ୍ଚ ବାବଦକୁ ଟଙ୍କା ଦେଇ ନପାରିବାରୁ ବଦ୍ଧକ ଥିଲେ ପିଣ୍ଟୁ। ଟ୍ରକ ମାଲିକ ଯାଇ ପିଣ୍ଟୁକୁ ଦେଖା କରି ଅଳ୍ପ ଟଙ୍କା ଦେଇ ଚାଲି ଆସିଲେ କିନ୍ତୁ ପିଣ୍ଟୁ ତଥାପି ବଦ୍ଧକ ଥିଲେ। ଖବର ପାଇ ପିଣ୍ଟୁ ଗ୍ରାମ ଅନୁଗୋଳ ଜିଲ୍ଲାର ଅଙ୍ଗାରବଦ୍ଧ ଗ୍ରାମରୁ ପରିବାର ଓ ଗ୍ରାମବାସୀ ମିଳିତ ହୋଇ ଟଙ୍କା ସଂଗ୍ରହ କରି ଅାନ୍ଧ୍ର ମେଡିକାଲରୁ ମୁକୁଳାଇଲେ। ସେ ପ୍ରାୟ ୩ ସପ୍ତାହ ଧରି ଆନ୍ଧ୍ର ମେଡିକାଲରେ ଥିଲେ, ଗତ ୫ ଦିନ ହେବ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏପରି ସମୟରେ ସାମଜ ସେବୀ ବିପ୍ଳବ ଜେନା, ପର୍ଶୁରାମ ଦାଶ, ପ୍ରତାପ ମହାପାତ୍ର ଅନୁଗୋଳ ମେଡିକାଲରେ ପିଣ୍ଟୁଙ୍କୁ ଦେଖା କରି ସହାୟତାର ହାତ ବଢ଼ାଇଛନ୍ତି। ଆଗାମୀ ଦିନରେ ଆବଶ୍ୟକ ହେଲେ ସମସ୍ତ ପ୍ରକାର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସ୍ବେଚ୍ଛାସେବୀ ମାନେ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *