ଆନ୍ଦ୍ରକୁ ଦାଦନ ଖଟିବାକୁ ଯାଇ ଦୁର୍ଘଟଣାରେ ଆହତ ଆଦିବାସୀ ଯୁବକର ଚିକିତ୍ସାରେ ଅର୍ଥସାଜିଛି ବାଧକ

ମାଲକାନଗିରି,୧ା୬ (ଓ଼ଡିଆ ପୁଅ )  ଗରିବ ଲୋକଙ୍କୁ ମାଗଣାରେ ସମସ୍ତପ୍ରପକାର ଚିକିତ୍ସା ସୁବିଧା ଯୋଗଇ ଦିଆଯାଉଛି ବୋଲି କେନ୍ଦ୍ର ସରାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଡିଣ୍ଡିମ ପିଟୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ଆନ୍ଦ୍ରକୁ ଦାଦନଖଟିବାକୁ ଯାଇ ସେଠାରୁ ଆହତ ହୋଇ ଫେରିଥିବା ଆଦିବାସୀ ଯୁବକ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ତାର ଚିକିତ୍ସା ପ୍ରତି କାହାରି ଦୃଷ୍ଟିପଡୁନାହିଁ । ଅଧିକ କିଛି ଟଙ୍କା ରୋଜଗାର କରି ନିଜପରିବାର ର ପେଟକୁ ଦାନାଯୋଗାଡ କରିବାପାଇଁ ଆନ୍ଦ୍ରକୁ ଦାଦନ ଖଟିବାକୁ ଯାଇ ସେଠାରେ ଦୁର୍ଘଟଣାରେ ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ଆଦିବାସୀ ଯୁବକର ଚିକିତ୍ସାରେ ଅର୍ଥସାଜିଛି ବାଧକ । ମାଲାକନଗିରି ଜିଲ୍ଲା ନାୟକଗୁଡା ଗ୍ରାମପଚାଂୟତ ସ୍ଥ ଖଇରାପାଲି ଗ୍ରାମର ସୋମନାଥ କପେ(୩୦)ଜଣେ ଗରିବ ଆଦିବାସୀ ଯୁବକ , ସେ ଘରକୁ ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ପରଘରେ କୁଲିମଜୁରି ଲାଗି ନିଜପରିବାରର  ବୃଦ୍ଧବାପା ରାମଚନ୍ଦ୍ର କପେ, ସ୍ତ୍ରୀ ରାଜମଣିକପେ ଓ ପିଲାମାନଙ୍କ ପେଟକୁ ଦାନା ଯୋଗାଡକରି ବେସ ଖସିରେ ଘରେ ରହୁଥିଲେ, ଗାଁର କିଛି ଲୋକ ଆନ୍ଦ୍ରପ୍ରଦେଶର ହାଇଦ୍ରାବାଦକୁ କାମକରିବାକୁ ଯାଇ କିଛି ପଇସା ରୋଜଗାର କରୁଥିବାର ଦେଖି ସେ ଗତ ୩ ମାସତଳେ ହାଇଦ୍ରାବାଦକୁ ଅଧିକ ଟଙ୍କା ରୋଜଗାର କରିବା ଆଶାରେ ପଳାଇଥିଲେ । ସେଠାରେ ଏସଆର କମ୍ପାନିରେ କାମକରୁଥିବା ବେଳେ ହଟାତ ତାଙ୍କ ଉପରେ ଏକ ଭାରି ଯନ୍ତ୍ରପଡି ଯାଇଥିଲା । ଅନ୍ୟଶ୍ରମିକ ମାନେ ତାଙ୍କୁ ଉଦ୍ଧାରକରି ନିକଟସ୍ଥ ହସପିଟାଲକୁ ନେଇ ଚିକିତ୍ସା କରିଥିଲେ ।ସୋମାନାଥର ଅଟାଂଉପରେ ସେ ମେସିନ ପଡି ଯାଇଥିବାରୁ ଅଟାଂହାଡ ଭାଙ୍ଗି ଯାଇ ସେ ଚଲାବୁଲା କି କାମ କିଛି କରି ନପାରିବାରୁ କମ୍ପାନି ମାଲିକ ତାଙ୍କୁ ମାତ୍ର ୩୦ହଜାରଟଙ୍କା ଦେଇ ଘରକୁ ବିଦା କରିଦେଇଥିଲେ । ସୋମନାଥ ଗୁରୁତର ଭାବେ ଆହତ ହୋଇ ଘରକୁ ଫେରିବାଦେଖି ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଥିଲେ ,ଗ୍ରାମବାସୀଙ୍କ ସହାୟାତାରେ ତାଙ୍କୁ ମାଥିଲି ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତି କରିଦେଇଥିଲେ ।

ସୋମନାଥଙ୍କ ଅବସ୍ଥା ଗୁରୁତର ହେବାରୁ ସେଠାରେ ଡାକ୍ତରମାନେ କୋରାପୁଟ ହସପିଟାଲକୁ ସ୍ଥାନାନ୍ତରିତ କରିଥିଲେ । କୋରାପୁଟ ଠାରେ କିଛି ଦିନ ଚିକିତ୍ସା ହେବାପରେ ସେଠାକାର ଡାକ୍ତର ମାନେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର କିମ୍ବା ବିଶାଖାପାଟଣା ବଡ ହସପିଟାଲକୁ ନେବାପାଇଁ ପରାମର୍ଶ ଦେଇଥିଲେ । ଘରକୁ ସୋମନାଥ ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ସେ ବିଛଣାରେ ପଡିଛି ଟଙ୍କା କେଉଁଠୁ ଆଣିବେ ଯେ ତାଙ୍କୁ ବିଶାଖାପାଟଣା ହସପିଟାଲକୁ ନେଇଚିକିତ୍ସା କରିବେ ପରିବାର ଲୋକେ . ବାଧ୍ୟ ହୋଇ ସୋମନାଥଙ୍କୁ ନିଜଘରକୁ  ନେଇ ଆସି  ଖଇରାପାଲି ଗାଁରେ ରଖି ଦିଶାରୀ ଗୁଣିଆ ଦେଖାଇ ଗାଁଉଲି ଚିକିତ୍ସା ଚଳାଇଛନ୍ତି । ସୋମନାଥର ଅଟାଂ ଧିରେ ଧିରେ ସଂକ୍ରମଣହୋଇ ବଙ୍କାହୋଇଗଲାଣି ସେ ବିଛଣାରୁ ଉଠିପାରୁନାହାଁନ୍ତି,ତାଙ୍କୁ ବୃଦ୍ଧ ବାପା ଓ ତାଙ୍କ ସ୍ତ୍ରୀ ଏକ ଖିଟଆରେ ଘରେ ପକାଇ ରଖିଛନ୍ତି । ଟଙ୍କା ଅଭାବରୁ ବଡ ଡାକ୍ତରଖାନା ନେଇ ଚିକିତ୍ସା କରି ପାରୁନାହାଁନ୍ତି । କର୍ମକୁ ଆଦରି ବୃଦ୍ଧପିତା ନିଜେ କୁଲିବୃତି କରି ରୋଗୀଣା ପୁଅ ଓ ବୋହୁପେଟକୁ ଦାନା ଯୋଗାଡକରୁଛନ୍ତି । ଭେଣ୍ଡିଆ ପୁଅ ସୋମନାଥଙ୍କ ଯନ୍ତ୍ରଣା ଦେଖି ଦୁଃଖରେ ଭାଙ୍ଗିପଡିଛନ୍ତି ବୃଦ୍ଧପିତା ରାମଚନ୍ଦ୍ର, ଅର୍ଥଅଭାବରୁ ଚକିତ୍ସିତ ହୋଇନପାରି ଖଟିଆରେ ପଡି ଯନ୍ତ୍ରଣାରେ ଛଟପଟହେଉଥିବା ଗରିବ ଆଦିବାସୀ ଯୁବକ ସୋମନାଥଙ୍କୁ ଜିଲ୍ଲା ପ୍ରଶାସନପକ୍ଷରୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାପାଇଁ ଗ୍ରାମ ବାସୀ ମାନେ ଦାବିକରିଛନ୍ତି

 

Leave a Reply

Your email address will not be published. Required fields are marked *