ଜିଲ୍ଲା ପରିକ୍ରମା

ଆନ୍ତର୍ଜାତୀୟ ମୁ୍ୟଜିକାଳ କାର୍ଯ୍ୟକ୍ରମ-ଫାଷ୍ଟର କାଣ୍ଟାଟା

ଖଡିଆଳ/ନୂଆପଡା-୦୬.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ସହରର ମିଶନ ଠାରେ ଆନ୍ତର୍ଜାତୀୟ ମୁ୍ୟଜିକାଳ କାର୍ଯ୍ୟକ୍ରମ- ଫାଷ୍ଟର କାଣ୍ଟାଟା ଅନୁଷ୍ଠିତ ହୋଇଯାଇଛି । ଖଡିଆଳମିଶନ ସ୍ଥିତ ଗୁଡ ନୁ୍ୟଜ ଚର୍ଚ୍ଚ ଆଇୱାଇଏଫ ତରଫରୁ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନୂଆପଡାର ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଲେ ସମ୍ମାନୀତ ଅତିଥି ଭାବରେ ଜିଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଖୁଲଣା ବେହେରା ଏବଂ ଜିଲା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ,ପି.କେ.ଦାସ ପ୍ରମୁଖ ଯୋଗଦାନ କରି ଯୀଶୁଙ୍କ ପ୍ରେମକୁ ସାରା ଜଗତରେ ବିଦ୍ୟମାନ ଏବଂ ଯେଉଁ ଯୀଶୁ ୨ହଜାର ବର୍ଷ ପୂର୍ବରୁ ଜଗତକୁ ଆସି ସମସ୍ତ ଲୋକଙ୍କ ପାପ ବୋହି ନେଇ କୃଶରେ କୃଶାପିତ ହୋଇ ୩ ଦିନ ପରେ ପୁନରାର୍ଥିତ ହୋଇ ସମସ୍ତଙ୍କୁ ଧାର୍ମିକ ଗଣିକ କରିଥିବା ପ୍ରକାଶ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନେଲସନ କୋଶଲା, ରଜନ ଭୂଷଣ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top