Home କେନ୍ଦ୍ରାପଡ଼ା ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳା ସରପଂଚ ସମ୍ବର୍ଦ୍ଧିତ

ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳା ସରପଂଚ ସମ୍ବର୍ଦ୍ଧିତ

74

କେନ୍ଦ୍ରାପଡା ୧୩/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ସମୟ ଲାଇଭ ପକ୍ଷରୁ ଭୂଭନେଶ୍ୱରସ୍ଥିତ ଏସପ୍ଲାନେଡରେ ସମୟ ଲାଇଭ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରାଜ୍ୟର ବହୁ ବିଦୁଷୀ ମହିଳାଙ୍କୁ ସମାଜ ପାଇଁ ସେମାନଙ୍କ ଅନନ୍ୟ ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ସି.ୱାଇ.ଏସ.ଡି.ର ପ୍ରତିଷ୍ଠାତା ଡଃ.ଜଗଦାନନ୍ଦ, ଏସପ୍ଲାନେଡର ଶ୍ୟାମା ଝା, ଏଭରଗ୍ରୀନ ଟିର ସ୍ୱାତୀ ଅଗ୍ରୱାଲ ଓ ସମୟ ଲାଇଭ ଟିଭିର ଅନୀତା ମହାନ୍ତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ମ୍ୟାଟ୍ରନ କନକଲତା ନାୟକ ଓ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ସରପଂଚ ଜୀନତପ୍ରୀୟଦର୍ଶିନୀ ରାଉତଙ୍କୁ ସମାଜସେବା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ମାନପତ୍ର ଓ ଉପଢୈାକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.