ଆନ୍ତର୍ଜାତୀୟ ବିଦ୍ୟୁତ ସଂଗୋଷ୍ଠୀ ଉଦଯାପିତ …ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ପୁରୀ;୧୦/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ ): ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପଟାଭିଷେକ ଉତ୍ସବ ଅବସରରେ ଆୟୋଜିତ ଆନ୍ତର୍ଜାତିକ ସଂଗୋଷ୍ଠୀ ଶନିବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଗୋବର୍ଦ୍ଧନ ପୀଠରେ ପହଁଚିଥିବା ପରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ମଠର ଅଧିକାର ତାଙ୍କୁ ପୁଷ୍ପଗୁଛ ପ୍ରଦାନ କରି ତାଙ୍କୁ ସ୍ୱାଗତ କରିବା ସହ ଉତ୍ସବ ସ୍ଥଳକୁ ପାଛୋଟି ନେଇଥିଲେ ୠଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତା ଏହି ଉଦଯାପନୀ ସମାରୋହରେ ମୁଖ୍୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଲେ ଯେ ବର୍ତମାନ ସମୟରେ ଆଧ୍ୟାତ୍ମିକ ଜାଗରଣ ପାଇଁ ଶଙ୍କରାଚାର୍ଯ୍ୟଙ୍କ ମାର୍ଗ ଦର୍ଶନ ଦରକାର। ପଟାଭିଷେକେ ଉତ୍ସବରେ ଯୋଗ ଦେଇଥିବାରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତି ସେ କୃତଜ୍ଞ୍ୟତା ଜ୍ଞାପନ କରିଥିଲେ। ସଭାରେ ଆଶି୍ର ବଚନ ପ୍ରଦାନ କରି ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିର ଓ ମଠ ମନ୍ଦିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଥିଲେ। ସଭାରେ ନେପାଳ ନରେଶ ଜ୍ଞାନେନ୍ଦ୍ର ବୀର ବିକ୍ରମ ସାହା ଦେବଙ୍କ ସମେତ ସାଧୁ ସନ୍ଥ ଓ ବିଦ୍ୱାନ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *