ଜିଲ୍ଲା ପରିକ୍ରମା

ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭିସୁଟ ଛାତ୍ରଙ୍କ ସଫଳତା

ସମ୍ବଲପୁର, ୧୦/୯ (ଓଡ଼ିଆ ପୁଅ) – ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଗ୍ଲୋବାଲ ମୋବିଲିଟି ସବ୍ମିଟ୍ ଅବସରରେ ଆୟୋଜିତ ‘ମୁଭହେକ୍ ହେକାଥନ’ରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ୪୦ ହଜାର ପ୍ରବେଶ ମୂଳକ ପ୍ରତିଯୋଗିତାରେ ବିଶ୍ୱସ୍ତରରେ ତୃତୀୟ ସ୍ଥାନ ହାସଲ କରିପାରିଛି। ବିଶ୍ୱବିଦ୍ୟାଳୟର ଇଲେକ୍ଟ୍ରୋନିକ୍ସ ଓ ଟେଲି କମ୍ୟୁନିକେସନ ବିଭାଗର ତୃତୀୟ ବର୍ଷର ଛାତ୍ର ଶାଶ୍ୱତ ନନ୍ଦ, କମ୍ପୁ୍ୟଟର ସାଇନ୍ସ ବିଭାଗର ତୃତୀୟ ବର୍ଷର ଛାତ୍ର ତନ୍ମୟ କୁମାର ବିଶୋୟୀ ଏବଂ ମେକାନିକାଲ ବିଭାଗର ତୃତୀୟ ବର୍ଷର ଛାତ୍ର ପ୍ରଭୁଦତ୍ତ ମିଶ୍ର ଏହି ସଫଳତା ହାସଲ କରିଛନ୍ତି। ବିଭିନ୍ନ ମନ୍ତ୍ରଣାଳୟର ସହଯୋଗରେ ନୀତି ଆୟୋଗ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ମୋଟ ୪୦ ହଜାର ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରଥମ ଚରଣରେ ୭ ହଜାର ପ୍ରତିଯୋଗୀଙ୍କୁ ମନୋନୀତ କରାଯାଇଥିଲା। ଶେଷରେ ବିଶ୍ୱବ୍ୟାପୀ ବିଭିନ୍ନ ଦେଶର ୩୦ଟି ଦଳକୁ ଅନ୍ତିମ ଚରଣ ପାଇଁ ଚୟନ କରାଯାଇଥିଲା। ଭିସୁଟ୍ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ମୋଡ଼େଲ ବହୁ ପ୍ରଖ୍ୟାତ ବିଶେଷଜ୍ଞଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଭିସୁଟର କୁଳପତି ପ୍ର. ଅଟଳ ଚୌଧୁରୀ ଏବଂ ଡ଼ିନ୍ ପ୍ର. ଦେବଦତ୍ତ ମିଶ୍ର ତଥା ଅନ୍ୟମାନେ ପ୍ରତିଯୋଗୀଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top