ପୁରୀ:୨୫/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରୀଜଗନ୍ନାଥ ସାଂସ୍କୃତିକ ସସଂସଦର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତବିଦ୍ୟାଳୟ ସାଂସ୍କୃତିକ ଉତ୍ସବ ଶନିବାର ସନ୍ଧ୍ୟାରେ ଉଦ୍ ଘାଟିତ ହୋଇଯାଇଛି। ଉତ୍ସବକୁ ପୁରୀ ଓକିଲ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି ଉଦ୍ ଘାଟନ କରି କହିଲେ ଯେ ପିଲାମାନଙ୍କ ପ୍ରତିଭାର ବିକାଶ ପାଇଁ ଏହା ଏକ ଉନ୍ନତ ପ୍ଲାଟଫର୍ମ। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କର ସୃଜନଶୀଳତାର ବିକାଶ ହୋଇପାରିବ। ଏ ଦିଗରେ ଅନୁଷ୍ଠାନର ଉଦ୍ୟମ ପ୍ରଶଂସନୀୟ ବୋଲି ସେ ମତ ଦେଇଥିଲେ। ଅନୁଷ୍ଠାନର ସଭାପତି ଭରତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଆଇନଜୀବୀ ଭଗବାନ ପଡିହାରୀ, ଗୋପାଳ ପଣ୍ଡା, କାମାକ୍ଷା ପ୍ରସାଦ ମହାପାତ୍ର, ସ୍ମୃତିରଞ୍ଜନ ପତି, କଂଗ୍ରେସ ନେତା ସୁଜିତ୍ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ କୃତି ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅରୁଣିମା ନନ୍ଦ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସୁରଜିତ୍ ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗୀତା କରାଯାଇଥିଲା। ସମ୍ପାଦକ ଗୋବିନ୍ଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ ପରିାଳିତ ହୋଇଥିଲା।
