ଖେଳ

ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ପୁରୀ, ୬/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୁରୀ କ୍ରୀଡା ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ବଙ୍ଗଲି କ୍ଲବର ମିଳିତ ସହଯୋଗରେ ଆନ୍ତଃ ବିଦ୍ୟାଳୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଶୁକ୍ରବାର ଅପରାହ୍ନରେ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକ ଜିଲ୍ଲା ଅଧିକାରୀ ଶରତ ଚନ୍ଦ୍ର ନନ୍ଦ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ସଂସଦର ସଂପାଦକ ରବିଶଙ୍କର ପ୍ରତିହାରୀ, ବଙ୍ଗଲୀ କ୍ଲବର ମୁଖ୍ୟ ରାମ ନାୟକ, ପ୍ରକାଶ ବେହେରା, ବିଗଲୁର ମହମ୍ମଦ, ରବୀନ୍ଦ୍ର ଭୋଇ, ଣଶରତ ମହାନ୍ତି ଏବଂ କଲ୍ୟାଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନୀ କାର୍ଯ୍ୟକ୍ରମ ପରେ ଆନୁଷ୍ଠାନିକ ଭାବେ ଫୁଟବଲ ମ୍ୟାଚ କରାଯାଇଥିଲା। ସୂଚନା ଯୋଗ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ୧୦ ଟି ଦଳ ଅଂଶଗ୍ରହଣ କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top