ଜିଲ୍ଲା ପରିକ୍ରମା

ଆନନ୍ଦମାର୍ଗ ତରଫରୁ ମୁଖ୍ୟ ଚିକିତ୍ସାଳୟରେ ଶୁଖିଲା ଖାଦ୍ୟ ବଣ୍ଟନ

ଭଦ୍ରକ, ୧୨ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) ; ଆନନ୍ଦମାର୍ଗ ୟୁନିଭର୍ସାଲ ରିଲିଫ୍ ଟିମ୍ ଆନୁକୂଲ୍ୟରେ ନୀଳକଣ୍ଠ ଦିବସ ଅବସରରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ, ବିସ୍କୁଟ ଓ ପାଉରୁଟି ବଣ୍ଟନ କରାଯିବା ସହିତ ଜାନୁଗଞ୍ଜସ୍ଥିତ ଆନନ୍ଦମାର୍ଗ ବିଦ୍ୟାଳୟରେ ଧର୍ମଚକ୍ର ଅନୁଷ୍ଠିତ ହୋଇଯାଇଛି। ଆନନ୍ଦମାର୍ଗର ପ୍ରାଣପ୍ରତିଷ୍ଠାତା ପରମପୂଜ୍ୟ ଗୁରୁଦେବ ଶ୍ରୀଶ୍ରୀ ଆନନ୍ଦମୂର୍ତ୍ତିଙ୍କୁ ୧୯୭୩ ଫେବୃୟାରୀ ମାସ ୧୨ ତାରିଖ ଦିନ ବିହାରର ପାଟଣାସ୍ଥିତ ତିହାର ଜେଲରେ ଚକ୍ରାନ୍ତ କରି ଇଞ୍ଜେକ୍ସନ ମାଧ୍ୟମରେ ବିଷକ୍ରିୟା ଦ୍ୱାରା ଜୀବନରୁ ମାରିଦେବାର ପ୍ରୟାସ କରାଯାଇଥିଲା। ତେଣୁ ସମଗ୍ର ବିଶ୍ୱରେ ଥିବା ତାଙ୍କର ଅନୁଗାମୀମାନେ ଏହି ଦିବସଟିକୁ ନୀଳକଣ୍ଠ ଦିବସ ଭାବରେ ପାଳନ କରିଆସୁଛନ୍ତି। ଏଥି ଉପଲକ୍ଷେ ଆଜି ଆଚାର୍ଯ୍ୟ ସୁ ସୋଭନାନନ୍ଦ ଅବଧୂତ୍, ଚନ୍ଦ୍ରଗୁପ୍ତ ଲେଙ୍କା, ପଦ୍ମାବତୀ ସାମନ୍ତରାୟ, ପ୍ରୀତିଲତା ଲେଙ୍କା, ସ୍ନେହଲତା ଲେଙ୍କା, ଜଗନ୍ନାଥ ରାୟ (ସଭାପତି), ଶିକ୍ଷକ ପ୍ରମୋଦ କୁମାର ଜେନା, ରଶ୍ମିତା ସାହୁ, ବିନୋଦ ବିହାରୀ ଗାହାଣ, ସତ୍ୟଭାମା ସାମନ୍ତରାୟ, ଦେବବ୍ରତ ଯେନା, କାହ୍ନୁଚରଣ ସାହୁ, ବିକାଶ ଶ୍ରେଷ୍ଠା, ସୁବାସ ଚନ୍ଦ୍ର ମଲ୍ଲିକ ଏବଂ ସନ୍ତୋଷ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରାଇବା ଲକ୍ଷ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଥିବା ଦୀନ ଦରିଦ୍ର, ଅସହାୟ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top