ଆଧାର କାର୍ଡ କେନ୍ଦ୍ରରେ ଗଣ୍ଡଗୋଳ

ରାଉରକେଲା ୬-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ବିଶ୍ରା ଛକ ନିକଟରେ ଥିବା ଏସବିଆଇର ମୁଖ୍ୟ ପରିସରରେ ଥିବା ଆଧାର କାର୍ଡ କେନ୍ଦ୍ରରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଖବର ମିଳିଛି। କେନ୍ଦ୍ରର କର୍ମଚାରୀ ମାନେ ଜଣେ ମହିଳା ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ବନ୍ଧମୁଣ୍ଡା ଅଂଚଳରେ ରହୁଥିବା ଜଣେ ମହିଳା ଶାଶୁ ଓ ଶ୍ୱଶୁରଙ୍କ ସହ ନିଜ ପୁଅର ଆଧାର କାର୍ଡରେ ଠିକଣା ବଦଳି କରିବାକୁ ଆସିଥିଲେ। ସକାଳ ୧୦ଟାରେ କେନ୍ଦ୍ରରେ ପହଂଚିଥିଲେ। ଆଧାର କାର୍ଡରେ ଠିକଣା ବଦଳି କରାଯିବ ବୋଲି ଉପସ୍ଥିତ କର୍ମଚାରୀ ମାନଙ୍କୁୂ କହିବା ପରେ ସେ ତାଙ୍କୁ ଫର୍ମ ଦେଇଥିଲେ। ଉକ୍ତ ଫର୍ମ ପୂରଣ କରି ମହିଳା ଜଣଙ୍କ କର୍ମଚାରୀଙ୍କୁ ଦେଇଥିଲେ। ମାତ୍ର ଅପରାହ୍ନ ୨ଟା ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟ ହୋଇ ନଥିଲା। ସେ ଶୀଘ୍ର କାମ କରି ଦେବାକୁ ଗୁହାରି କରିଥିଲେ। ବାସ ଏତିକି କଥାରେ କର୍ମଚାରୀ ଜଣଙ୍କ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। କିଛି ସମୟ ପରେ ଝୁଆର ବାପାକୁ ଡକାଓ ତାଙ୍କ ଆଧାର କାର୍ଡ ଦେଖିବା ପରେ ଠିକଣା ବଦଳି କରାଯିବ ବୋଲି କହିଥିଲେ। ମହିଳାଙ୍କ ସ୍ୱାମୀ ତୁରନ୍ତ କେନ୍ଦ୍ରରେ ପହଂଚିଥିଲେ। ସ୍ୱାମୀଙ୍କ ଆଧାର ଦେଖି ମଧ୍ୟ ଠିକଣା ବଦଳାଇବାରେ ବିଳମ୍ବ କରିଥିଲେ। ମହିଳା ଜଣଙ୍କ ଗୁହାରି କରିବାରୁ ଦେଇଥିବା ଫର୍ମକୁ ଫାଡି ଦେଇଥିଲେ। ଘଟଣାକୁ ନେଇ ମହିଳା ଜଣଙ୍କ ବ୍ୟାଙ୍କ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ଲିଖିତ ଭାବେ ଅଭିଯୋଗ କଲେ କେନ୍ଦ୍ରର ଉଚ୍ଚ ଅଧିକାରୀଙ୍କ ଡ଼ିକଟ ପଠାଇ ଦେବୁ ବୋଲି କହିଥିବା ମହିଳା ଜଣଙ୍କ ପ୍ରକାଶ କରିଛନ୍ତି। ସହରର ବିଭିନ୍ନ ଆଧାର କାର୍ଡ କେନ୍ଦ୍ରରେ ଏହିଭଳି ସମସ୍ୟା ଯୋଗୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାତ୍ର ଏହାପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି।

Leave a Reply

Your email address will not be published. Required fields are marked *