ଆଦି ଶଙ୍କର ଜୟନ୍ତୀ ଶୋଭାଯାତ୍ରା

ପୁରୀ, ୧୯/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଗୋବର୍ନ୍ଧନ ପୀଠ ପକ୍ଷରୁ ପାଳିତ ହୋଇଛି ଆଦି ଶଙ୍କରାଚାର୍ଯଙ୍କ ୨୫୨୫ ତମ ଜୟନ୍ତୀ ପାଳିତ। ମଠ ପକ୍ଷରୁ ଏହି ପରିପ୍ରେକ୍ଷୀରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗୁରୁବାର ପୂର୍ବାହ୍ନରେ ଏଥିପାଇଁ ଏକ କଳସ ଶୋଭାଯାତ୍ରା ବାହାରିଥିଲା। ଗୋବର୍ନ୍ଧନ ମଠ ନିକଟରୁ ଏହି ଶୋଭାଯାତ୍ରା ବାହାରି ଶ୍ୱତଗଙ୍ଗା ନିକଟକୁ ଆସିଥିଲା। ଘଟଂଘଟାଂ ବାଦନ ସହ ରଣପା, ଘୁମୁରା ନୃତ୍ୟଦଳ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପୀଠ ପୁରୋହିତ ବିଶ୍ୱମ୍ବର ଦାସଙ୍କ ଶ୍ରୋତୀୟ ବ୍ରାହ୍ମଣ ମାନଙ୍କ ସହ ବେଦ ବିଦ୍ୟାର୍ଥୀ ଓ ଆଦିତ୍ୟ ବାହିନୀର ସଦସ୍ୟମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶ୍ୱେତଗଙ୍ଗାରୁ କଳସରେ ଜଳଭରିବା ସହ ଅଧିବାସ କର୍ମ ସଂପନ୍ନ କରାଯାଇଥିଲା।

Leave a Reply

Your email address will not be published. Required fields are marked *