ଓଡ଼ିଶା

ଆଦିମ ବଣ୍ଡା ଯୁବକ ଭାରତୀୟ ଖୋ ଖୋ ଟିମ ପାଇଁ ଇଂଲଣ୍ଡକୁ ଖେଳିବାକୁ ଗଲେ

ମାଲକାନଗିରି , ୧-୯ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲାର ଜଣେ ଆଦିମ ବଣ୍ଡା ଆଦିବାସି ଯୁବକ ଭାରତୀୟ ଖୋ ଖୋ ଟିମରେ ଖେଳିବା ପାଇଁ ବିଦେଶ ଯାତ୍ରା କରିଛନ୍ତି।
ଦରିଆପାରି ଇଂଲଣ୍ଡରେ ଅନୁଷ୍ଠିତ ଆନ୍ତର୍ଜତୀୟ ପ୍ରୀତିଯୋଗୀତାରେ ସେ ଭାଗ ନେଇ ଦେଶ, ରାଜ୍ୟ ଓ ମାଲକାନଗିରି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି। ଖଇରପୁଟ ବ୍ଲକସ୍ଥ ମୁଦୁଲିପଡ଼ା ବଣ୍ଡା ଘାଟିର ଜଣେ ଗରିବ ଆଦିମ ବଣ୍ଡା ଯୁବକ ଅଜୟ କୁମାର ମାନ୍ଦ୍ରା, ସେ ଏବେ ଭୁବନେଶ୍ୱର ଭୁବନେଶ୍ଵର କିସ ସଂସ୍ଥାରେ ଯୁକ୍ତ ୨ ରେ ଅଧ୍ୟୟନ କରୁଛନ୍ତି। ସେ ଜଣେ ଉତ୍ତମ କ୍ରୀଡାବିତ୍, ରାଜ୍ୟ ଇ ଜାତୀୟ ସ୍ଥର ଖୋ ଖୋ କ୍ରୀଡା ପ୍ରତିଯୋଗିତାରେ ଭାଗନେଇ ଅନେକ ଥର ପୁରସ୍କୃତ ହୋଇଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ମାସ ୧ ତାରିଖ ଠାରୁ ୪ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡ ଠାର ପ୍ରଥମ ଥର କରି ଆନ୍ତର୍ଜାତୀୟ ଖୋ ଖୋ କ୍ରୀଡ଼ା ପ୍ରୀତିଯୋଗୀତାରେ ଭାରତ ଟିମ ପାଇଁ ଖେଳୁଛନ୍ତି। ଆଦିବାସୀ ଆଧ୍ୟୁଷିତ ବଣ ପାହାଡ଼ ଘେରା ଅପହଞ୍ଚ ଇଲାକା ବଣ୍ଡା ଘାଟିର ଆଦିମ ବଣ୍ଡା ସଂପ୍ରଦୟାର ଯୁବକ ଅଜୟ ସୁଦୂର ଦାରିଆପାରି ବିଦେଶ ଯାତ୍ରାକୁ ଜିଲ୍ଲା ବାସୀ ସ୍ୱାଗତ ଜଣାଇଛନ୍ତି। ଏହି ଆନ୍ତର୍ଜାତୀୟ ଖୋ ଖୋ କ୍ରୀଡା ପ୍ରତି ଯୋଗୀତାରେ ସେ ଓ ଭାରତ ଟିମ ବିଜୟ ହାସଲ କରି ସଫଳତା ଆଣନ୍ତୁ ବୋଲି ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଏସପି ଜଗମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟା କାନ୍ତ ଶତପଥୀ, ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଢ଼ାଇ, ଅଲ ଓଡିଶା ମାର୍ଶଲ ଆର୍ଟ ଏକାଡେମୀ ସଭାପତି ରତ୍ନାକର ଦାଶ, ଜୁଡୋ ଆସୋସିଏସନ ଓ ମାର୍ଶଲ ଏକାଡେମୀ ପରିଚାଳକ ବିନାଶ କୁମାର ମିଶ୍ରଙ୍କ ସହିତ ଅନ୍ୟାନ୍ୟ କ୍ରୀଡ଼ାବିତ, ଜିଲ୍ଲା ବାସୀ ସଫଳତା କାମନା କରି ବାଧେଇ ଜଣାଇଛନ୍ତି। ବଣ୍ଡା ଯୁବକ ଦରିଆପାରି ଇଂଲଣ୍ଡକୁ ଖେଳିବା ପାଇଁ ଯାଉଥିବାର ଖବର ପାଇ ସମଗ୍ର ଜିଲ୍ଲାବାସୀ ଓ ବଣ୍ଡା ଘାଟିରେ ଆନନ୍ଦର ଲହରୀ ଖେଳି ଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top