ଓଡ଼ିଶା

ଆଦିବାସୀ ସାହିରେ ଲାଗିଲା ନିଆଁ, ୧୦ଟି ଗରିବ ପରିବାରର ୬ ବଖରା ଘର ଭସ୍ମୀଭୂତ

ଭୋଗରାଇ, ୧୧/୩/୨୦୧୮(ଓଡିଆ ପୁଅ, ରାଧାକାନ୍ତ ପ୍ରଧାନ)ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅଧୀନ ଦାରୁହା ପଂଚାୟତର ସେହି ଗାଁରେ ଥିବା ଆଦିବାସୀ ସାହିରେ ଶନିବାର ଅପରାହ୍ନରେ ନିଆଁ ଲାଗିବା ଦ୍ୱାରା ୧୦ଟି ଗରିବ ପରିବାରର ୬ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଘଟଣା ସ୍ଥଳରେ ବ୍ଲକ ପ୍ରଶାସନ ଓ ଜନପ୍ରତିନିଧି ପହଂଚି ସହାୟତା ଯୋଗାଇ ଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଦାରୁହାର ଆଦିବାସୀ ସାହିରେ ଅନନ୍ତ ମୁର୍ମୂ, ରାମ ମୁର୍ମୂ, ମଙ୍ଗଳା ମୁର୍ମୂ, ବିମଳ କିସ୍କୁ, ମହେଶ୍ୱର କିସ୍କୁ, ଗୋପାଳ ହେମ୍ବ୍ରମ, ସୁରିଆ ହେମ୍ବ୍ରମ, ଧମା ମୁର୍ମୂ ଆଦି ଚାଷ କାମରେ ବିଲରେ ବ୍ୟସ୍ତ ଥିଲା ବେଳେ ଅଚାନକ ସେମାନଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏଥିରେ ସେମାନଙ୍କ ଘର ସମ୍ପୂର୍ଣ୍ଣ ଜାଳି ପୋଡି ନଷ୍ଟ ହେବା ସହ ସମସ୍ତ ଆସବାବ ପତ୍ର ପୋଡି ଯାଇଛି। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିବା ବେଳକୁ ସବୁକିଛି ଶେଷ ହୋଇ ଯାଇଥିଲା। ଖବର ପାଇ ଶିଳ୍ପ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ଭୋଗରାଇ ବିଧାୟକ ଅନନ୍ତ ଦାସ, ଭୋଗରାଇ ତହସିଲଦାର ରାମ ଚନ୍ଦ୍ର କିସ୍କୁ, ବିଡିଓ ଦୀପ୍ତି ରଞ୍ଜନ ସେଠୀ, ପଂଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା, ଉପାଧ୍ୟକ୍ଷ ଦୀପକ ଦାସ, ସମାଜସେବୀ ହେମନ୍ତ ବେହେରା ପ୍ରମୁଖ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି। ଏହାଛଡା କ୍ଷତିଗ୍ରସ୍ତ ପରିବାରକୁ ବ୍ଲକ ପକ୍ଷରୁ ୨.୫କୁଇଂଟାଲ ଚାଉଳ, ପଂଚାୟତ ସମିତି ଅଧ୍ୟକ୍ଷା ୨ବୁରା ଚୁଡା, ୧୨ଟି ମଶାରୀ, ୫ଟି ମସିଣା, ଲୁଙ୍ଗି, ଶାଢୀ, ଗାମୁଛା ୧୦ଟି ଲେଖାଏଁ, ପିଲାଙ୍କ ପାଇଁ ପେଂଟ ୧୪ଟି ଯୋଗାଇ ଦିଆ ଯାଇଛି। ଏହାଛଡା ରାତ୍ରିରେ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆ ଯାଇଛି। ଆଗାମୀ ଦିନରେ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆ ଯିବାର ପ୍ରତିଶୃତି ଦିଆ ଯାଇଛି। ସୂଚନା ଥାଉକି ଏଥିରେ ୧୦ଟି ପରିବାରର ୩୨ଜଣ ବାସ କରୁଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top