କେନ୍ଦୁଝର

ଆଦିବାସୀ ସଂଗ୍ରହାଳୟ ଗୃହ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ଡକାନଯିବାର ରହସ୍ୟ କଣ

ଘଟଗାଁ, ୧୩/୬ (ଓଡ଼ିଆ ପୁଅ/ଭବାନୀ ପ୍ରସାଦ) – ଗତ ସୋମବାର ଘଟଗାଁ ସ୍ଥିତ ପାନ୍ଥନିବାସ ନିକଟରେ ଘଟଗାଁ ଠାରେ ସ୍ଥାପନ ହେବାକୁ ଥିବା ଆଦିବାସୀ ସଂଗ୍ରହାଳୟର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଯୋଗଦେଇଥିବା ବେଳେ ପୂର୍ତ ଓ ଗୃହ ନିର୍ମାଣ ବିଭାଗର ବହୁ ଅଧିକାରୀ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ଏଥିରେ ସ୍ଥାନୀୟ କିଛି ଛାମୁଆ ନେତାଙ୍କୁ ନିମନ୍ତ୍ରୀତ ଅତିଥି ଭାବେ ଡକାଯାଇଥିବା ବେଳେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦିଆଯାଇନଥିଲା। ଫଳରେ ସ୍ଥାନୀୟ ଅଂଚଳରେ ଏନେଇ ଉଦବେଗ ପ୍ରକାଶ ପାଇଥିବା ବେଳେ ଏ ଘଟଣା ବିଡମ୍ବନାର ବିଷୟ ସାଜିଛି। ଏହି କାର୍ଯ୍ୟକ୍ରମଟିକୁ ଶାସକ ଦଳର ମାଳମାଳ ନେତାଙ୍କ ଉପସ୍ଥିତି ଯୋଗୁ ଏହା ଏକ ପ୍ରକାରର ସରକାରୀ କାର୍ଯ୍ୟକ୍ରମ ଭଳି ଲାଗୁନଥିବା ବେଳେ ଶାସକ ଦଳିୟ ପ୍ରାୟୋଜିତ କାର୍ଯ୍ୟକ୍ରମରେ ରୁପାନ୍ତରିତ କରିଦେଇଥିଲେ ବିଭାଗୀୟ ଉଚ୍ଚ କତୃପକ୍ଷ ମାନେ। ସବୁଠାରୁ ପରିତାପର ବିଷୟ ଏହିକିଯେ ଏବାବାଦରେ ଘଟଗାଁ ପ୍ରେସ କ୍ଲବ ସଭାପତୀ ପ୍ରଦୀପ କୁମାର ସାଙ୍କ ପାଖରେ ମଧ୍ୟ କାର୍ଯ୍ୟକ୍ରର ସୂଚନା ଦିଆଯାଇନଥିଲା। ଫଳରେ ସ୍ଥାନୀୟ କୌଣସି ଗଣମାଧ୍ୟମ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣି ପାରିନଥିଲେ। ତେବେ ଘଟଗାଁ ପ୍ରେସ କ୍ଲବ ପୂର୍ତ ଓ ଗୃହ ନିର୍ମାଣ ବିଭାଗର ଖାମଖିଆଲ ମନୋଭାବକୁ ଦୃଢ ହସ୍ତରେ ନିନ୍ଦା କରୁଛି। ସୂଚନା ଯୋଗ୍ୟ ଯେ ଏହି ଆଦିବାସୀ ସଂଗ୍ରାହଳୟଟି ୧ କୋଟି ୩୩ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ବେଳେ ବିଭାଗର ଏତାଦୃଷ୍ୟ କାର୍ଯ୍ୟକୁ ନେଇ ଏହା କେତେ ଦୂର ସଫଳହେବ ଜନାସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top