କୋରାପୁଟ

ଆଦିବାସୀ ଲେଖକ କର୍ମଶାଳା ଆୟୋଜିତ

କୋରାପୁଟ ; ତା୦୮-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ସଦଭାବନା ସଭାଗୃହରେ ରାଜ୍ୟ ଜନଶିକ୍ଷା ଓ ନିରନ୍ତର ଶିକ୍ଷା ସାଧନ କେନ୍ଦ୍ର ଅଗ୍ରଗାମୀ ଓ ଇଡିକଲର ମିଳିତ ଆନୁକୂଲ୍ୟରେ ଆଦିବାସୀ ଲେଖକ କର୍ମଶାଳା ଆୟୋଜିତ ହୋଇଛି। ବଣ୍ଡା ସାହିତ୍ୟିକ ଲକ୍ଷ୍ଣଣ ମାନ୍ଦ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ କେବିକେ ମୁଖ୍ୟ ପ୍ରଶାସକ ସୂଦର୍ଶନ ପାଲ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବାବେଳେ କୋରାପୁଟ ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନ, ପୂର୍ବତନ ଜିଲାପାଳ ଗଦାଧର ପରିଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। କର୍ମଶାଳାରେ ଅବିଭକ୍ତ କୋରାପୁଟ ଜିଲା ସମେତ ଗଂଜାମ ଓ ଭୁବନେଶ୍ୱରରୁ ୬୦ଜଣ ଆଦିବାସୀ ଭାଷା ପ୍ରେମୀ ତଥା ଲେଖକ ଯୋଗ ଦେଇ ଆଦିବାସୀ ସଂସ୍କୃତି ଓ ସାହିତ୍ୟ ଉପରେ ଆଲୋଚନା କରିଥିଲେ। ମୁଖ୍ୟତଃ ବଣ୍ଡା, କୋଟିଆପରଜା, ଗାଦବା, ଝୋଡିଆ, ଭୂୟାଁ, ପେଙ୍ଗପରଜା, ସଉରା ଭଳି ଆଦିବାସୀ ଜନଜାତିର ଲେଖକମାନେ ଯୋଗ ଦେଇ ସେମାନଙ୍କ ପାଣ୍ଡୁଲିପି ଉପସ୍ଥାପନା କରିଥିଲେ। କର୍ମଶାଳାରେ ଜୁଆଲଶ୍ୟାମ ଶବର ଯୋଗ ଦେଇ ସଉରା ଲୋକକଥା ଉପସ୍ଥାପନା କରିଥିବାବେଳେ ରୂପ ନାରାୟଣ ମାଝି ପେଙ୍ଗ କନ୍ଧ ସଂସ୍କୃତି, ସବ୍ୟସାଚୀ ବିଷୋୟୀ ଗୀତମରା, ଅନିରୁଦ୍ଧ ଶବର ସଉରା ଲୋକଗୀତ, ଜୟସିଂହ ସାନ୍ତା କୁଇ ଲୋକକଥା, ରାମସାଇ ଗୁଂଜିଆ ପରଜା ଲୋକକଥା, ଧନୁ ମୁଦୁଲି ଗାଦବା ଲୋକକଥା, ଅଭିରାମ ଝୋଡିଆ ଝୋଡିଆ ଲୋକଗୀତ ଉପରେ ଆଲୋଚନା କରିଥିଲେ। ଅଗ୍ରଗାମୀର ଅଧ୍ୟକ୍ଷ ଅଚ୍ୟୁତ ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top