ଓଡ଼ିଶା

ଆଦିବାସୀ ଯୁବତୀକୁ ଗର୍ଭବତୀ କରି ଯୁବକ ଫେରାର, ଥାନାରେ ଅଭିଯୋଗ କଲେ ପୀଡ଼ିତାର ମା’

ଯାଜପୁର, ୧୫/୫(ଓଡିଆ ପୁଅ/ମାନସ ରାଉତ) ପିଲାଦିନରୁ ବାପାକୁ ହରାଇ ଥିବା ଜଣେ ଆଦିବାସୀ ଯୁବତୀକୁ ବିବାହର ପ୍ରଲୋଭନ ଦେଖାଇ ଗର୍ଭବତୀ କରିବା ପରେ ପ୍ରତାରଣା କରି ସଂପୃକ୍ତ ଯୁବକ ଫେରାର ହୋଇଥିବା ପିଡିତାର ମା’ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ବୈରୀ ଥାନା ଅନ୍ତର୍ଗତ ବଗଉ ଗାଁର ରିମା(ଛଦ୍ମନାମ) ଉକ୍ତ ଥାନା ଅଧିନସ୍ଥ ସମିଆଁ ପଞ୍ଚାୟତ ସାତମାଣ ଗାଁର ଦୁରା କଡାଙ୍ଗର ପୁଅ ବାଇଧର(୨୬) ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ଦିନ ହେବ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢ଼ିଉଠିଥିଲା। ଫଳରେ ପିଡୀତା ରିମା ଏବେ ୫ ମାସର ଗର୍ଭବତୀ ହୋଇଥିବା ଜାଣିବା ପରେ ବାଇଧର ତାକୁ ବିବାହ କରିବା ପାଇଁ ମନାକରି ଫେରାର ହୋଇଯାଇଥିବା ପିଡିତାର ମା’ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଫେରାର ଯୁବକକୁ ପୁଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ତାର କୌଣସି ସନ୍ଧାନ ପାଇନଥିବା ଜଣାଯାଇଛି। ତେବେ ଅଭିଯୁକ୍ତକୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top