ଆଦିବାସୀ ମାନଙ୍କ ନିଆରା ପର୍ବ ଜଲେଇ ପର୍ବ

ଘଟଗାଁ, ୩୦.୦୪(ଓଡ଼ିଆ ପୁଅ/ଭବାନୀ ପ୍ରସାଦ)-କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପୋଇଜାମୁଳା ଗ୍ରାମରେ ବିଭିନ୍ନ ଆଦିବାସୀ ସଂପ୍ରଦାୟର ମିଳନ ତଥା କୃଷି ଭିତିକ ନିଆରା ପର୍ବ ଜଲେଇ ପର୍ବ ମାହା ଆଡମ୍ବର ସହ ପାଳିତ ହୋଇ ଯାଇଛି। ଆଦିବାସୀ ମାନଙ୍କ ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ କରିବା ସହ ପରସ୍ପର ମଧ୍ୟରେ ଭାଇଚାରା ସଂମ୍ପର୍କ ସୃଷ୍ଟି କରୁଥିବା ଏହ ପର୍ବ କୃଷି ପର୍ବ ଭାବେ ମଧ୍ୟ ପାଳିତ ହେଇ ଆସୁଛି। ଅକ୍ଷିତୃତୀୟା ଦିନ ଚାଷ କାମ ଆରମ୍ଭ କରିବା ସହ ଜଲେଇ ଠାକୁରାଣୀଙ୍କ ନିକଟରେ ପୂଜା କରିବା ଦ୍ୱାରା ସଠିକ ସମୟରେ ବର୍ଷା ହୋଇଥାଏ ଏବଂ ଭଲ ଚାଷ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଅକ୍ଷୟ ତୃତିୟା ଦିନ ଇଷ୍ଟ ଦେବୀ ମା’ ଜଲେଇ ଠାକୁରାଣୀ ପୂଜାରୁ ଏହି ପର୍ବ ଆରମ୍ଭ ହୋଇ ଦୁଇ ଦିନ ଧରି ଆଦିବାସୀ ମାନଙ୍କ ଦ୍ୱାରା ଧୁମ୍ ଧାମ୍ ରେ ପଳିତ ହୋଇଥାଏ। ଏହି ପର୍ବରେ କେନ୍ଦୂଝର ଜିଲ୍ଲା ସହିତ ପଡୋଶି ମୟୁରଭଞ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ମୁଣ୍ଡା, ସାନ୍ତାଳ, ହୋ, ମାଝୀ ସଂପ୍ରଦାୟର ଆଦିବାସୀ ମାନେ ଯୋଗ ଦେଇଥାନ୍ତି। ଦୁଇ ଦିନ ଧରି ବାଦ୍ୟର ତାଳେ ତାଳେ ଆଦିବାସୀ ନୃତ୍ୟରେ ସମସ୍ତେ ମଜି ଯାଇଥାନ୍ତି। ଯୁବକ ଯୁବତୀ ହେଉ କି ବୃଦ୍ଧ ବୃଦ୍ଧା ପରସ୍ପର ହାତକୁ ହାତରେ ଛନ୍ଦି ଗୋଟିଏ ସ୍ଥାନରେ ପାରମ୍ପାାରିକ ନୃତ୍ୟ ମାଧ୍ୟମରେ ଏକ ଭାଇଚାରାର ସମ୍ପର୍କ ଏହି ପର୍ବରେ ଦେଖିବାକୁ ମିଳିଥାଏ। ଏଥି ସହିତ ଏହି ପର୍ବକୁ ମଧ୍ୟ ଏକ ମିଳନ ପର୍ବ ଭାବେ ସ୍ଥାନୀୟ ଆଦିବାସୀ ମାନେ ଗ୍ରହଣ କରି ନେଇଛନ୍ତି। ଅନ୍ୟ ପଟେ ଏହି ପର୍ବକୁ ମଧ୍ୟ କୃଷି ପର୍ବ ଭାବେ ସ୍ଥାନୀୟ ଲୋକେ ପାଳନ କରି ଆସୁଛନ୍ତି। ଅକ୍ଷୟ ତୃତୀୟା ଦିନ କୃଷି କାର୍ଯ୍ୟ ସୁଭାରମ୍ଭ ହେଉଥିବା ବେଳେ ଏଠିକାର ଆଦିବାସୀ ମାନେ ଇଷ୍ଟ ଦେବୀ ଜଲେଇ ଠାକୁରାଣୀଙ୍କ ପୂଜା କରିଥାନ୍ତି। ଏହି ପୂଜା କରିବା ଦ୍ୱାରା ଭଲ ବର୍ଷା ହେବା ସହ ଚାଷ ଭଲ ହେଇଥିବା ବିଶ୍ୱାସ ରହିଛି। ଏମାନଙ୍କର ପାରମ୍ପାରିକ ନିଶା ଦ୍ରବ୍ୟ ହାଣ୍ଡିଆ ଓ ରସି ନିଶାରେ ମତୁଆଲା ହୋଇଉଠନ୍ତି ଏମାନେ। ତେବେ ୨ ଦିନ ଧରି ଗ୍ରାମରେ ବନ୍ଧୁ ବାନ୍ଧବ ସହ ଦୁର ଦୁରାନ୍ତରେ କର୍ମ କ୍ଷେତ୍ରରେ ବ୍ୟସ୍ଥ ଥିବା ଆଦିବାସୀ ମାନେ ପର୍ବରେ ଗ୍ରାମକୁ ଆସି ଏହି ପର୍ବ ସାମିଲ ହେଉଥିବା ସହ ବେଶ ଉପଭୋଗ କରିଥାନ୍ତି। ତେବେ ଆଦିବାସୀ ମାନଙ୍କର ଏହି ନିଆରା ପର୍ବରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ହେଉଥିବା ସହ ଏହି ପର୍ବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପକ୍ଷରୁ ବିଭନ୍ନ ପ୍ରକାରର ଖେଳ ଓ ନାଚ ଗୀତର ପ୍ରତିଯୋଗିତା ଆୟୋଜନା କରାଯାଇଥିଲା। ପ୍ରବଳ ଖରା କାରଣରୁ ପାନୀୟ ଜଳ ସୁବନ୍ଦୋବସ୍ଥ କରିବା ସହ ସୃଙ୍ଖଳା ରକ୍ଷା ପାଇଁ ଆୟୋଜକ କମିଟି ସ୍ଥାନୀୟ ଯୁବକ ସଂଘ ସହଯୋଗରେ ବିଶେଷ ପଦକ୍ଷେପ ଗ୍ରହଣ କରିଛି।

Leave a Reply

Your email address will not be published. Required fields are marked *