‘ଆଦିବାସୀ ମାନଙ୍କର ବିକାଶ ବିନା ଦେଶର ପ୍ରଗତି ଅସମ୍ଭବ’

ରାଉରକେଲା ୧-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଏବଂ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଶ୍ରମିକ ଶିକ୍ଷା ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟରେ ଆଦିବାସୀ ଶ୍ରମିକ ମାନଙ୍କୁ ନେଇ ଏକ ଦୁଇ ଦିନିଆ କର୍ମଶାଳା। ଏହି କାର୍ଯ୍ୟକ୍ରମରେ ଜାତୀୟ ଶ୍ରମିକ ଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷାଧିକାରୀ ବସନ୍ତ କୁମାର ପାତ୍ର ଅଧ୍ୟକ୍ଷତା କରି ଶ୍ରମିକ ଶିକ୍ଷା ପ୍ରତିଷ୍ଠାନର ଲକ୍ଷ୍ୟ, ଉଦ୍ଦେଶ୍ୟ ଆଗାମୀ ଦିନର କାର୍ଯ୍ୟପନ୍ଥା ସର୍ବପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଦିବାସୀ ମାନଙ୍କ ଉନ୍ନତି କଳ୍ପେ ବିଭିନ୍ନ ଯୋଜନା, କାର୍ଯ୍ୟସ୍ଥଳୀ ନିରାପତା, ସାମାଜିକ ସୁରକ୍ଷା, ସର୍ବନିମ୍ନ ମଜୁରିି, କାମ କରିବା ଅଧିକାର, ଶିଳ୍ପ ବିବାଦ ଆଇନ, ବୋନସ ଆଇନ, ଅଟଳ ପେନ୍ସନ୍ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସମାଜସେବିକା ସଚଳା ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହିଳା ମାନଙ୍କର ଆଇନଗତ ଅଧିକାର, ପଂଚାୟତରାଜ ବ୍ୟବସ୍ଥାରେ ମହିଳା ମାନଙ୍କ ଭୂମିକା, ମା ଓ ଶିଶୁର ସୁରକ୍ଷା, ମମତା ଯୋଜନା, ଗର୍ଭବତି ମହିଳାଙ୍କ ଯତ୍ନ ଓ ସେମାନଙ୍କ ନିରାପତା ସର୍ବପରି ଶିକ୍ଷା ଅଧିକାର ଆଇନ ସଂପର୍କରେ ସମସ୍ତଙ୍କୁୁ ଅବଗତ କରି କହିଲେ ପ୍ରତ୍ୟେକ ଶିଶୁ ଆଗାମି ଦିନର ଭବିଷ୍ୟତ ସେମାନଙ୍କୁ ଶିକ୍ଷା ଦାନ କରିବା ସରକାରଙ୍କ ଯେତିକି କର୍ତବ୍ୟ ସେହିପରି ଅଭିଭାବଙ୍କର ଦାୟିତ୍ୱ ଓ ଯତ୍ନ ପିଲାମାନଙ୍କ ପ୍ରତି ତା’ଠାରୁ ଅଧିକ ରହିବା ଉଚିତ୍। ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ, ଶିକ୍ଷାର ମାନଦଣ୍ଡ ବଜାୟ ରଖି ଆମ ରାଜ୍ୟ ତଥା ଦେଶକୁ ଶକ୍ତିଶାଳି କରି ଗଢି ତୋଳିବାକୁ ସେ ଆହ୍ୱାନ ଦେଇଥିଲେ। ଗ୍ରାମାଂଚଳ ଓ ସହରାଂଚଳରେ ବସବାସ କରୁଥିବା ସମସ୍ତ ଜନସାଧାରଣ ତାଙ୍କ ପିଲାମନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ସେ ଅନୁରୋଧ କରିଥିଲେ। ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟର ସଂପାଦକ ଅରୁଣ କୁମାର ପରିଡା ନିର୍ମାଣ ଶ୍ରମିକ ମାନଙ୍କ ହିତପାଇଁ ରାଜ୍ୟ ସରକାରଙ୍କ ଯୋଜନା, ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ସୁନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ୍, ମୋ କୁଡିଆ, ବିଜୁ ପକ୍କାଘର ଯୋଜନା, ଇନ୍ଦିରା ଆବାସ, ଗ୍ରାମ ସଭା, ପଲ୍ଲୀ ସଭା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କଳିକା ଅନୁଷ୍ଠାନର ସଂପାଦକ ଧନେଶ୍ୱର ସାହୁ ଆଦିବାସୀ ଜାତି, ଭାଷା, ସାସ୍କୃତି, ପରମ୍ପରା ଓ ସ୍ୱାଭିମାନ ଉପରେ ଆଲୋକପାତ କରି କହିଲେ ଆଦିବାସୀ ମାନଙ୍କର ବିକାଶ ବିନା ଦେଶର ପ୍ରଗତି ଅସମ୍ଭବ। ସେ ସ୍ୱଚ୍ଛତା ଓ ପରିଷ୍କାର ପରିଛନ୍ନତା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଗ୍ରେନ୍ ସାଲମି ତିର୍କି, ମାରିୟାନ ବାରା, ଏଲିସାବା ଟପ୍ପୋ, ସେବଷ୍ଟିଆନ ବାରା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ରେଣୁ ପ୍ରତିଭା ଖାଖା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *