ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବି କରିବା ପାଇଁ ଦୁଇ ହଜାର ଆମ୍ବଚାରା ବଟାଂଗଲା

ମାଲକାନଗିରି, ୨୫ା୭(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ନାୟକଗୁଡା ଗ୍ରାମପଚାଂୟତ ର ଆଠଟି ଗ୍ରାମରେ ଚାଇଲ୍ଟ ଫଣ୍ଡ ଇଣ୍ଡିଆ ସିଓ୍ୟାଇଏସଡି ସଂସ୍ଥା ପକ୍ଷରୁ ଗରିବ ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବି କରିବା ଉଦେଶ୍ୟରେ ମାଗଣାରେ ଆମ୍ବ ଚାରା ପ୍ରଦାନକରା ଯାଇଛି। ଏହି ସବୁ ଗ୍ରାମର ୫୦ଜଣ ମହିଳାଙ୍କୁ ପ୍ରାୟ ଦୁଇହଜାରରୁ ଉର୍ଦ୍ଧ୍ୱ ଆଖୁ ରସ, ଆମ୍ରପଲ୍ଲୀ ଆମ୍ବ ଚାରା ବଣ୍ଟନ କରାଯାଇଥିଲା।ସିଓ୍ୟାଇଏସଡି ର ସାମାଜିକ କର୍ମୀ ସରୋଜ କୁମାର ଅଗସ୍ତୀ, ନାୟକ ଗୁଡା ସରପଂଚ ଲକ୍ଷ୍ମୀଧର ବାକା ଉପସ୍ଥିତ ରହି ଗରିବ ଆଦିବାସୀ ମହିଳାମାନଙ୍କୁ ଆମ୍ବଚାରା ପ୍ରଦାନକରି ଚୋରା ରୋପଣ ଓ ତାର ରକ୍ଷାଣ ବେକ୍ଷାଣ ସଂପର୍କରେ କହିଥିଲେ।

Leave a Reply

Your email address will not be published. Required fields are marked *