ମାଲକାନଗିରି, ୪ା୩ (ଓଡିଆ ପୁଅ ) କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କ ପାଇଁ କୋଟି କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ କରାଯାଉଛି ବୋଲି ଡିଣ୍ଡିମପିଟୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଚିତ୍ରକୋଣ୍ଡା ଅଚଂଳର ଜଣେ ଆଦିବାସୀ ନାବାଳିକା କୁ ଚାକିରି ଦେବା ନାମରେ ବେଙ୍ଗୁଲୁର ରୁ ବାଙ୍ଗଲାଦେଶକୁ ପଠାଇଦିଆ ଯିବା ଓ ସେଠାରେ ସେ ନିର୍ଯ୍ୟାତିତ ହେବା ଘଟଣା ସମଗ୍ର ଜିଲ୍ଲାରେ ଆଲୋଡନସୃଷ୍ଟି କରିଛି, ବାଙ୍ଗଲାଦେଶକୁ ପଠାଯାଇଥିବା ଆଦିବାସୀ ନାବାଳିକାକୁ ଆସନ୍ତା୧୫ଦିନ ମଧ୍ୟରେ ଓଡିଶାକୁ ଫେରାଇ ନ ଆଣିଲେ ମାଲକାନଗିରି ଜିଲ୍ଲାରେ ଜନ ଆନ୍ଦୋଳନ ହେବାସହିତ ରାଜ୍ୟସଚିବାଳୟ ସମ୍ମୁଖରେ ଝିଅର ପରିବାର ସହିତ କଂଗ୍ରେସଦଳ ପକ୍ଷରୁ ଗଣଧାରଣା ଦିଆଯିବ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ଛତିଶଗଡ ରାଜ୍ୟ କଂଗ୍ରେସଦଳର ବିଧାୟକ କବାସି ଲକ୍ଷ୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇଛନ୍ତି। ଆଜି ସକାଳେ ମାଲକାନଗିରି ଜିଲ୍ଲା ସତିଗୁଡା ଠାରେ ଥିବା ଜଳସେଚନ ବିଭାଗର ଡାକବଙ୍ଗଳା ଠାରେ ଜିଲ୍ଲାକଂଗ୍ରେସ ଦଳପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଙ୍ଗଲାଦେଶକୁ ଚାଲାଣ ହୋଇଥିବା ଆଦିବାସୀ ନାବାଳିକା ଝିଅର ମା ଓ ବାପା ଉପସ୍ଥିତ ରହି ସେମାନଙ୍କ ଝିଅ ବାଙ୍ଗଲାଦେଶରେ କିପରି ନିର୍ଯ୍ୟାତିତ ହେଉଛି ସେ ସଂପର୍କରେ କହିଥିଲେ। ଚିତ୍ରକୋଣ୍ଡା ଥାନାସ୍ଥ ଦୋରାଗୁଡା ପଚାଂୟତ ମାଳିଗୁଡା ଗ୍ରାମର ଡମ୍ବରୁ ମାଟାମ ଜଣେ ଗରିବ ଆଦିବାସୀ, ତାଙ୍କ ଝିଅ ଲକ୍ଷ୍ମୀ ମାଟାମ(୧୬) ୧୦ମ ଶ୍ରେଣୀ ପାସ କରିବାପରେ ପଇସା ଆଭାବରୁ ଅଧିକ ପାଠପଢାଇ ପାରିନଥିଲେ। ଜିଲ୍ଲାପ୍ରଶାନ ପକ୍ଷରୁ ମାଲକାନଗିରି ଜିଲ୍ଲାସଦରମହକୁମା ଠାରେ ଏକ ମାଗଣା ସିଲାଇତାଲିମ କେନ୍ଦ୍ର ଖୋଲାଯାଇ ଗରିବ ଝିଅମାନଙ୍କୁ ମାଗଣାରେ ରହିବା ଖାଇବା ସିଲାଇ ତାଲିମଦିଆ ଯାଉଥିବାର ଜାଣି ଡମ୍ବରୁ ତାଙ୍କ ଝିଅକୁ ସେଠାରେ ତାଲିମ ନେବାପାଇଁ ଛାଡିଦେଇଥିଲେ। ଲକ୍ଷ୍ମୀ ମାଟାମ ସିଲାଇ ତାଲିମ ନେବାପରେ ତାର ଚାକିରି ବେଙ୍ଗୁଲୁର ସହରରେ ହୋଇ ଯାଇଥିବାରୁ ସେ ଗତ ୨୦୧୬ ଅକ୍ଟୋବର ମାସରେ ବେଙ୍ଗୁଲୁର ଠାରେ ଏକ କମ୍ପାନିରେ ଚାକିରିରେ ଯୋଗଦେଇଥିଲା। ଗୋଟିଏ ମାସ ସେଠାରେ ରହିବା ପରେ ଝିଅ ସହିତ କିଛି ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡିଥିଲେ। କିଛିମାସପରେ ଡମ୍ବରୁ ଝିଅର ଖୋଜ ଖବର ନେବାପରେ ଜାଣିବାକୁ ପାଇଲେ ତାଙ୍କ ଝିଅ ଲକ୍ଷ୍ମୀକୁ ବେଙ୍ଗୁଲୁର ରୁ ବାଙ୍ଗଲାଦେଶକୁ ପଠାଇଦିଆ ଯାଇଛି। କିଛିଦିନପରେ ହଟାତ ବାଙ୍ଗଲାଦେଶରୁ ଲକ୍ଷ୍ମୀ ମାଟାମ ୮୮୦୧୭୮୭୫୧୪୨୯୮ ଫୋନ ନମ୍ବରରେ ବାପା ମୁ ଏବେ ବାଙ୍ଗଲାଦେଶରେ ଅଛି, ଏଠାରେ ମୋତେ ନାନାପ୍ରକାର ନିର୍ଯାତନା ଦିଆଯାଉଛି, ଏମିତି ଅଧାବେଳା ମୋତେ ଖାଇବାକୁ ଦିଆଯାଉନାହିଁ ମୋତେ ତୁରନ୍ତ ଏଠାରୁ ଉଦ୍ଧାର କରି ନେଇଯାଅ ବୋଲି ତାଙ୍କ ବାପା ଡମ୍ବରୁ ଙ୍କ ନିକଟକୁ ଫୋନକରି କାନ୍ଦି କାନ୍ଦି କହିଥିଲେ।
ଝିଅ ବାଙ୍ଗଲାଦେଶରେ ନିର୍ଯଯ଼ାତିତ ହେବାର ଜାଣିବାପରେ ତାଙ୍କ ଝିଅକୁ ବାଙ୍ଗଲାଦେଶରୁ ଫେରାଇ ଆଣିବା ପାଇଁ ଡମ୍ବରୁ ମାଟାମ ଗତ ୨୦.୧୧.୨୦୧୭ତାରିଖରେ ମାଲକାନଗିରି ଜିଲ୍ଲାପାଳ ଓ ଚିତ୍ରକୋଣ୍ଡା ଥାନରେ ଏକ ଦରଖାସ୍ତ ଦେଇଥିଲେ। ଏ ସଂପର୍କରେ ପୁବ ର୍ତନ ସାଂସଦ ପ୍ରଦୀପ ମାଝୀ ଜାଣିବାପରେ ଆଦିବାସୀ ନାବାଳିକା ଲକ୍ଷ୍ମି ମାଟାମଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ମାଲକାନଗିରି ଜିଲ୍ଲାପାଳ, ଏସପି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ମଧ୍ୟ ଏକ ଚିଠିଦେଇଥିଲେ। ବାଙ୍ଗଲାଦେଶକୁ ଚାଲାଣ ହୋଇଥିବା ନାବାଳିକା ଲକ୍ଷ୍ମୀ ମାଟାମାକୁ ଆଜି ପର୍ଯ୍ୟନ୍ତ ଭାରତ ସରକାର କି ଓଡିଶା ସରକାର ଙ୍କ ପକ୍ଷରୁ ଉଦ୍ଧାର କରାଯାଇନଥିବାରୁ ଚିତ୍ରକୋଣ୍ଡା ବିଛିନ୍ନାଚଂଳର ଆଦିବାସୀ ଲୋକମାନେ ଆଜି ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ତୁରନ୍ତ ଗରିବ ଆଦିବାସୀ ଝିଅକୁ ବାଙ୍ଗାଲାଦେଶରୁ ସରକାର ଉଦ୍ଧାର କରି ତାଙ୍କ ପରିବାରଙ୍କୁ ହସ୍ତାନ୍ତରକରନ୍ତୁ ବୋଲି କହିଛନ୍ତି। କେନ୍ଦ୍ର ଓ ରାଜ୍ୟସରକାରଙ୍କ ଜାତି ବଣ୍ଣ, ଧର୍ମ ବିଚିତ୍ର ନିତି ନିୟମ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ପ୍ରାୟ ୨ହଜାରରୁ ଉର୍ଦ୍ଦ ଗରିବ ଛାତ୍ର ଛାତ୍ରୀ ଶିକ୍ଷାଦାନରୁ ବଚିଂତ ହୋଇଛନ୍ତି। ଏହି ପିଲାମାନଙ୍କୁ ତହସିଲ ପକ୍ଷରୁ ଆଦିବାସୀ, ହରିଜନ ଜାତିଗତ ପ୍ରମାଣ ପତ୍ର ଦିଆଯାଉ ନଥିବାରୁ ସେମନଙ୍କୁ ବିଦ୍ୟାଳୟ ଓ ଛାତ୍ରବାସରୁ କାଢିଦିଆଯାଉଛି। କେବଳ ହରିଜନ, ଆଦିବାସୀ ଛାତ୍ର ଛାତ୍ରୀ ନୁହଁନ୍ତି, ସାଧରଣ ବର୍ଗର ଗରିବ ପିଲାମାନେ ମଧ୍ୟ ସରକାରଙ୍କ ସୁବିଧା ସୁଯୋଗରୁ ବଚିଂତ ହୋଇ ପାଠ ପଢିପାରୁ ନାହଁନ୍ତି। ବିଶେଷ କରି ଚିତ୍ରକୋଣ୍ଡା ବିଛିନ୍ନାଚଂଳର ଶହ ଶହ ପିଲା ୫ମ ଶ୍ରେଣୀ ପାସକରି ସାରିଲାପରେ ସେମାନଙ୍କର ଜାତିଗତ ପ୍ରମାଣପତ୍ର ନଥିବାରୁ ୬ଷ୍ଟ ଶ୍ରେଣୀରେ ନାମଲେଖାଇ ପାରୁନହାଁନ୍ତି କି କୌଣସି ଛାତ୍ରବାସରେ ସେମାନଙ୍କୁ ସ୍ଥାନ ମିଳୁନାହିଁ। ତୁରନ୍ତ ୧୫ଦିନ ମଧ୍ୟରେ ଏହି ଛାତ୍ର ଛାତ୍ର ଛାତ୍ରୀ ମାନଙ୍କୁ ଜାତିଗତ ପ୍ରମାଣପତ୍ର ଦିଆ ଯାଇ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଛାତ୍ରବାସରେ ସ୍ଥାନ ଦେଇ ମାଗଣାରେ ଶିକ୍ଷାଦନ ବ୍ୟବସ୍ଥା କରାଯାଉ ନଚେତ ଜିଲ୍ଲାରେ ଗଣ ଆନ୍ଦୋଳନ ହବାସହିତ ରାଜ୍ୟସଚିବାଳୟ ଆଗରେ ଶିକ୍ଷାଦାନରୁ ବଚିଂତ ହୋଇଥିବା ଶହଶହ ଆଦିବାସୀ ହରିଜନ ଛାତ୍ର ଛାତ୍ରୀ ସେମାନଙ୍କ ପରିବାର ଗଣଧାରଣାରେ ବସିବେ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହା ବ୍ୟତିତ ସେ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲା ପ୍ରାକୃତିକ ସମ୍ପଦ ଭରପୁର ହୋଇ ରହିଛି, ଏହାର ସୁଫଳ ସ୍ଥାନୀୟ ଗରିବ ଆଦିବାସୀ ପାଇପାରୁନଥିବା ବେଳେ ରାଜ୍ୟ ସରକାର ବିଭିନ୍ନ କମ୍ପିନୀଙ୍କୁ ପ୍ରାକୃତିକ ସମ୍ପଦ ଲୁଟ କରିବାପାଇଁ ସୁଯୋଗ ଦେଇ ଚାଲିଛନ୍ତି।
ବିଶେଷ କରି ଚିତ୍ରକୋଣ୍ଡା ଠାରେ ଥିବା ଏସଆର କମ୍ପାନି ମାଲକାନଗିରି ଜିଲ୍ଲା ମଧ୍ୟଦେଇ ଛତିଶଗଡ ବଇଲାଡିଲା ଠାରୁ ପାଇପଲାଇନ ଯୋଗେ ତରଳ ଆଇରନ ଓର ଆନ୍ଦ୍ରପ୍ରଦେଶ ବିଶାଖାପାଟଣାକୁ ପଠାଇ ବେସ ଲାଭବାନ ହେଉଛି। ଛତିଶଗଡ ବାସୀଙ୍କ ପାଇଁ ଉକ୍ତ କମ୍ପାନୀ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ କରିଥିବା ବେଳେ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ସେମିତି କିଛି କାମ କରିନାହିଁ।ତୁରନ୍ତ ଏସଆର କମ୍ପାନୀ ଚିତ୍ରକୋଣ୍ଡା ଅଚଂଳବାସିଙ୍କ ପାଇଁ ଶିକ୍ଷା, ଗମନାଗମନ, ସ୍ୱାସ୍ଥ୍ୟ, ପାନୀୟଜଳ ଯୋଗାଣ, ସହିତ ରୋଜଗାର କ୍ଷମର ବ୍ୟବସ୍ଥା କରିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଦାବିକରାଯାଇଥିଲା। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଛତିଶଗଡ ରାଜ୍ୟ କୋଟାଂ ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସଦଳର ବିଧାୟକ କବାସୀ ଲକ୍ଷ୍ମା, ପୁବ ର୍ତନ ସାଂସଦ ପ୍ରଦୀପ ମାଝ. ମାଲକାନଗିରି ଜିଲ୍ଲାକଂଗ୍ରେସ ଦଳର ସଭାପତି ଗୋବିନ୍ଦପାତ୍ର, ବରିଷ୍ଟ କଂଗ୍ରେସ ନେତା ରାମପ୍ରାସାଦ ପଟନାୟକ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲାମାଢି, ମହିଳା କଂଗ୍ରେସ ସଭାନେତ୍ରୀ କମଳାବରାଳ, ଜି.ଶ୍ରୀନାବିସ ରାଓ(ଚିଟିବାବୁ)ପେଣ୍ଡ୍ରାପଣ୍ଡା, ଯୁବକଂଗ୍ରେସ ସଭାପତି ଚିତପଟନାୟକ, ବ୍ଲକଅଧ୍ୟକ୍ଷା କୁମୁଦୁନି କ୍ରୀସାନୀ, ପର୍ଶୁରାମଭକ୍ତ, ମୋହନଲାଲାଛତ୍ରୀ, ସରପଚଂ ଭିମାବାରସା, ପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କର୍ମୀ ମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ। ଆସନ୍ତା ୧୫ଦିନ ମଧ୍ୟରେ ବାଙ୍ଗାଲଦେଶରୁ ଆଦିବାସୀ ନାବାଳିକା ଲକ୍ଷ୍ମୀ ମାଟାମକୁ ସରକାର ଫେରାଇ ନଆଣିଲେ ଓ ଶିକ୍ଷାଦାନରୁ ବଚିଂତ ଶହଶହ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ତୁନ୍ତ ଶିକ୍ଷାଦାନର ବ୍ୟବସ୍ଥା କରାନଗଲେ ଆଗାମିଦିନରେ ମାଲକାନଗିରି ଜିଲ୍ଲାରେ ସମସ୍ଥ ଆଦିବାସୀ ସମାଜ ଓ ଜିଲ୍ଲାକଂଗ୍ରେସ ଦଳ ପକ୍ଷରୁ ଗଣଆନ୍ଦୋଳନ କରିବାସହିତ ରାଜ୍ୟସଚିବାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ଛତିଶଗଡ ରାଜ୍ୟ କୋଟାଂ ବିଧାୟକ କବାସୀ ଲକ୍ଷ୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
