କେନ୍ଦୁଝର

ଆଦିବାସୀ ନାବାଳିକା ଦୁଷ୍କର୍ମ କାରୀକୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ

ଘଟଗାଁ, ୯/୧୧ (ଓଡ଼ିଆ ପୁଅ/ଭବାନୀ ପ୍ରସାଦ) – ଗତ ମାସ ୨୬ ତାରିଖରେ ଘଟଗାଁ ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମରେ ଘଟିଥିବା ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଘଟଣାର ତଦନ୍ତରେ ଶୀଥିଳତା ଓ ଦୁଷ୍କର୍ମ କାରୀକୁ ଗିରଫ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଘଟଗାଁ ଥାନା ଘେରାଉ ଓ ବିକ୍ଷୋବ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟ ଆଦିବାସୀ କଂଗ୍ରେସ ସେଲ ଉପସଭାପତୀ ଶ୍ରୀଯୁକ୍ତ ବିଦ୍ୟାଧର ଦେହୁରୀଙ୍କ ନେତୃତ୍ୱରେ ସହ ସହ କଂଗ୍ରେସ କର୍ମୀ ଉପସ୍ଥିତ ରହି ଘଟଗାଁ ଶନିମନ୍ଦିର ଠାରୁ ଥାନା ସମ୍ମୁଖ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସି ନାବାଳିକା ଦୁଷ୍କର୍ମ କାରୀକୁ ତୁରନ୍ତ ଗିରଫ ଦାବି କରିବା ସହ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଏହି କାର୍ଯ୍ୟକ୍ରମକୁ କେନ୍ଦୁଝର ସଦର ଉପଖଣ୍ଡ ଆଦିବାସୀ ସେଲ ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ନାଏକ, ଚମ୍ପୁଆ ଉପଖଣ୍ଡ ଆଦିବାସୀ ସେଲ ଅଧ୍ୟକ୍ଷ୍ୟ ଗୌରହରୀ ନାଏକ, ତେଲକୋଇ ନିର୍ବାଚନ ମଣ୍ଡଳୀ ବରି କଂଗ୍ରେସ ନେତା ମୋହନ ହେମ୍ରମ, ଜିଲ୍ଲା ଆଦିବାସୀ ସେଲ ଅଧ୍ୟକ୍ଷ ଶୀବ ଶଂଙ୍କର ମାରାଣ୍ଡି, ଦଳିତ ସେଲ ଅଧ୍ୟକ୍ଷ ରମାକାନ୍ତ ପାତ୍ର, ଘଟଗାଁ ବ୍ଲକ ଆଦିବାସୀ ସେଲର ଅଧ୍ୟକ୍ଷ ଧନେଶ୍ୱର ନାଏକ, ଘଟଗାଁ ବ୍ଲକ ଦଳିତ ସେଲ ଉପାଧକ୍ଷ ମହେନ୍ଦ୍ର କୁମାର ପାତ୍ର, ଘଟଗାଁ ଜୋନ ସଭାପତୀ ଦିଲ୍ଲୀପ କୁମାର ବଳ, ସାଧାରଣ ସମ୍ପାଦିକା ଦମୟନ୍ତି ଦଣ୍ଡପାଟ, ବରି କଂଗ୍ରେସ ନେତା ଗୋବର୍ଦ୍ଧନ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟପକ୍ଷରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଛା ପକ୍ଷରୁ ମଧ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ତେବେ ଆଇନ ଶୃଙ୍ଖଲା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟପକ ପୋଲିସ ମୁତୟନ କରାଯାଇଥିଲା। ଏ ସମ୍ପର୍କରେ ଘଟଗାଁ ଏସଡିପିଓ ଏସ ଟପୋଙ୍କୁ ପଚାରିବାରୁ ଖୁବଶିଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top